ETV Bharat / city

ଘୁଞ୍ଚିଲା ଇଡକୋର କନିଷ୍ଠ ଓ ସହାୟକ ପରିଚାଳକ ନିଯୁକ୍ତି ଆବେଦନ ତାରିଖ

author img

By

Published : Oct 28, 2021, 8:13 PM IST

ଇଡକୋରେ ନୂତନ ପଦବୀରେ ନିଯୁକ୍ତି ପ୍ରକ୍ରିୟାର ସମୀକ୍ଷା ବୈଠକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଉକ୍ତ ସମୀକ୍ଷା ବୈଠକରେ ଇଡକୋ ପରିଚାଳନା ବର୍ଗଙ୍କ ଦ୍ବାରା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ଡଃ କ୍ରିଷନ କୁମାର
ଡଃ କ୍ରିଷନ କୁମାର

ଭୁବନେଶ୍ବର: ଇଡକୋରେ ନୂତନ ପଦବୀରେ ନିଯୁକ୍ତି ପ୍ରକ୍ରିୟାର ସମୀକ୍ଷା ବୈଠକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡଃ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଉକ୍ତ ସମୀକ୍ଷା ବୈଠକରେ ଇଡକୋ ପରିଚାଳନା ବର୍ଗଙ୍କ ଦ୍ବାରା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଇଲେକ୍ଟ୍ରିକାଲ ଏବଂ ସିଭିଲ ବିଭାଗରେ ଖାଲିଥିବା ମୋଟ ୨୬ ଟି ଉପ-ପରିଚାଳକ ପଦବୀ ନିମନ୍ତେ ଗେଟ (GATE) ସ୍କୋର ମାଧ୍ୟମରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହାର ଚୂଡାନ୍ତ ମନୋନୀତ ପ୍ରାର୍ଥୀ ତାଲିକା ବିଭିନ୍ନ ସମ୍ବାଦପତ୍ର ଗୁଡିକରେ ପ୍ରକାଶିତ ହେବା ସହ ଇଡକୋ ୱେବସାଇଟରେ ଉପଲବ୍ଧ କରାଯାଇଛି । ଆଗାମୀ ମାସ ଶେଷ ସୁଦ୍ଧା ମନୋନୀତ ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନର ବ୍ୟବସ୍ଥା କରାଯିବ ।

ଏତଦ ବ୍ୟତୀତ ୨୮ ସେପ୍ଟେମ୍ବର ୨୦୨୧ ରେ ୨୩ ଜଣ କନିଷ୍ଠ ପରିଚାଳକ (ସିଭିଲ/ପିଏଚ) ୮ ଜଣ କନିଷ୍ଠ ପରିଚାଳକ (ଇଲେକ୍ଟ୍ରିକାଲ) ଏବଂ ୧୪ ଜଣ ସହାୟକ ପରିଚାଳକ (ପ୍ରଶାସନ/ଏମଏସଏମଇ) ଆଦି ମୋଟ ୪୫ ଗୋଟି ଖାଲିଥିବା ପଦବୀ ନିମନ୍ତେ ବିଧିବଦ୍ଧ ଭାବରେ ବିଜ୍ଞାପନ ପ୍ରକାଶ ପାଇଥିଲା । ଯେଉଁଥିରେ ଉକ୍ତ ପଦବୀ ଗୁଡିକରେ ପ୍ରାର୍ଥୀ ମାନଙ୍କର ଦରଖାସ୍ତ ଆବେଦନର ଶେଷ ତାରିଖ ୩୦ ଅକ୍ଟୋବର ୨୦୨୧ ଥିଲା । କିନ୍ତୁ ଅଧିକ ଆଶାୟୀ ପ୍ରାର୍ଥୀ ମାନଙ୍କୁ ଏକ ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହାର ଆବେଦନର ଶେଷ ତାରିଖ ସମୟ ସୀମା ୯ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ । ଏ ନେଇ ଇଡକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ବାରା ଆଶାୟୀ ପ୍ରାର୍ଥୀ ମାନେ ଅଧିକ ପରିମାଣରେ ଉକ୍ତ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାର ସୁଯୋଗ ତଥା ଅବସର ଲାଭ କରିପାରିବେ । ଏହି ସମ୍ବନ୍ଧୀୟ ସବିଶେଷ ତଥ୍ୟ ଇଡକୋ ୱେବସାଇଟ www.idco.in ର Recruitment ବିଭାଗରେ ଉପଲବ୍ଧ ଅଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.