ETV Bharat / bharat

ଚର୍ଚ୍ଚାରେ ଲଣ୍ଡନର ଦିବ୍ୟାଙ୍ଗ ଡ୍ରାଇଭର, ମିଠାଳିଆ ବାର୍ତ୍ତାରେ କରୁଛନ୍ତି ଆପଣା

author img

By

Published : Oct 28, 2021, 7:59 PM IST

ଲଣ୍ଡନର ଜଣେ ଦିବ୍ୟାଙ୍ଗ ଡ୍ରାଇଭରଙ୍କ ବାର୍ତ୍ତା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ତାଙ୍କ ବାର୍ତ୍ତାକୁ ପଢି ତାଙ୍କ ବାହାଦୂରୀକୁ କରିଛନ୍ତି ସଲାମ । ଜାଣନ୍ତୁ ନିଜ ଯାତ୍ରୀଙ୍କୁ କ'ଣ ବାର୍ତ୍ତା ଦେଇଛନ୍ତି ଏହି ଦିବ୍ୟାଙ୍ଗ ଡ୍ରାଇଭର....

ଚର୍ଚ୍ଚାରେ ଲଣ୍ଡନର ଦିବ୍ୟାଙ୍ଗ ଡ୍ରାଇଭର, ମିଠାଳିଆ ବାର୍ତ୍ତାରେ କରୁଛନ୍ତି ଆପଣା
ଚର୍ଚ୍ଚାରେ ଲଣ୍ଡନର ଦିବ୍ୟାଙ୍ଗ ଡ୍ରାଇଭର, ମିଠାଳିଆ ବାର୍ତ୍ତାରେ କରୁଛନ୍ତି ଆପଣା

ଲଣ୍ଡନ: ସୋସିଆଲ ମିଡ଼ିଆରେ ଏବେ ଖୁବ ଭାଇରାଲ ହେଉଛି ସୁଦୂର ଲଣ୍ଡନର ଦିବ୍ୟାଙ୍ଗ Uber ଡ୍ରାଇଭର 'ଓନର'ଙ୍କ ମିଠାଳିଆ ବାର୍ତ୍ତା । ଡ୍ରାଇଭର ଜଣକ ବଧିର ହୋଇଥିବାବେଳେ ତାଙ୍କ ହାତଲେଖା ବାର୍ତ୍ତା ଅନେକ ଯାତ୍ରୀଙ୍କୁ ଗୋଟିଏ ସେକେଣ୍ଡରେ କରୁଛି ଆପଣା । କାରଣ ଓନର ନିଜ ଯାତ୍ରୀଙ୍କୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ କରାଇବା ପାଇଁ ଏଭଳି ବାର୍ତ୍ତା ଦେଇ ଏକ ଉତ୍ତମ ସେବା ଯୋଗାଇବା ପାଇଁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି ।

ଚର୍ଚ୍ଚାରେ ଲଣ୍ଡନର ଦିବ୍ୟାଙ୍ଗ ଡ୍ରାଇଭର, ମିଠାଳିଆ ବାର୍ତ୍ତାରେ କରୁଛନ୍ତି ଆପଣା
ୟୁଜର୍ସମାନେ ଓନରଙ୍କୁ କରିଛନ୍ତି ପ୍ରଶଂସା

ଆମେ ସାଧାରଣତଃ ଡ୍ରାଇଭରଙ୍କ ସହିତ ସେପରି ବାର୍ତ୍ତାଳାପ କରିନଥାଉ । କେବଳ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଛାଡିବାରେ ଡ୍ରାଇଭର ଜଣକ ସାହାଯ୍ୟ କରିଥାଏ । ଆଉ କିଛି ଯାତ୍ରୀ ଡ୍ରାଇଭର ସହିତ କଥାବାର୍ତ୍ତା ମଧ୍ୟ କରିଥାନ୍ତି । କିନ୍ତୁ ଲଣ୍ଡନର ଜଣେ ଯାତ୍ରୀ Jeremy Abbott ହଠାତ୍‌ ଓନରଙ୍କ କାରରେ ବସିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ କାରରେ ଲାଗିଥିଲା ଏକ ବୋର୍ଡ, ଯେଉଁଥିରେ ଓନର ଯାତ୍ରୀଙ୍କ ପାଇଁ କିଛି ବାର୍ତ୍ତା ଲେଖିଥିଲେ । ଓନର ବଧିର ହୋଇଥିବାରୁ ଏ ସମ୍ପର୍କରେ ଯାତ୍ରୀଙ୍କୁ ସୂଚନା ଦେବା ପାଇଁ ଏପରି ପଛ ସିଟରେ ଯାତ୍ରୀଙ୍କ ପାଇଁ ବାର୍ତ୍ତା ଲେଖିଥିଲେ ସେ । ଯେପରି ଯାତ୍ରୀ କୌଣସି ଅସୁବିଧା ଓ ଦ୍ବନ୍ଦ୍ବର ଶିକାର ନ ହେବେ ।

ଚର୍ଚ୍ଚାରେ ଲଣ୍ଡନର ଦିବ୍ୟାଙ୍ଗ ଡ୍ରାଇଭର, ମିଠାଳିଆ ବାର୍ତ୍ତାରେ କରୁଛନ୍ତି ଆପଣା
ୟୁଜର୍ସମାନେ ଓନରଙ୍କୁ କରିଛନ୍ତି ପ୍ରଶଂସା

ପରବର୍ତ୍ତୀ ସମୟରେ Jeremy ଏହି ବୋର୍ଡର ଏକ ଫଟୋ ଉଠାଇ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଥିଲେ । ଯାହାକି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଓନର ନିଜ ବୋର୍ଡରେ ଲେଖିଛନ୍ତି ଯେ, "ମୁଁ ବଧିର..ଯଦି ଆପଣଙ୍କୁ ମୋତେ କିଛି କହିବାର ଅଛି, ତେବେ ଆପଣ ଲେଖିକି ମୋତେ ଜଣାନ୍ତୁ । ଯଦି ଆପଣଙ୍କୁ ରାସ୍ତାରେ କେଉଁଠି ରହିବାର ଅଛି, ତେବେ ନୋଟପ୍ୟାଡ୍‌ରେ ଲେଖିକି ମୋତେ ଦେଖାନ୍ତୁ । ଗୀତ ଶୁଣିବା ପାଇଁ ଆପଣ AUX cableର ବ୍ୟବହାର କରିପାରିବେ । ଯଦି ଆପଣ ଜୋରରେ ସାଉଣ୍ଡ ଦେଇ ଗୀତ ଶୁଣିବେ, ତେବେ ମୁଁ ମଧ୍ୟ ଏହାର ମଜା ନେବି । ମୋ ସହିତ ଯାତ୍ରା କରିଥିବାରୁ ଧନ୍ୟବାଦ । ଆପଣଙ୍କ ଦିନ ଭଲରେ କଟୁ ।"

ଡ୍ରାଇଭର ଓନରଙ୍କ ଏହି ବାର୍ତ୍ତାକୁ Jeremy ନିଜ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏହି ଟ୍ବିଟରେ ୫୪ ହଜାର ଲାଇକ୍ସ ଆସିଥିବା ବେଳେ ଅନେକ ୟୁଜର୍ସ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ୟୁଜର୍ସ ଓନରଙ୍କ ବାର୍ତ୍ତାକୁ ଖୁବ ପସନ୍ଦ କରିବା ସହିତ ତାଙ୍କ ପରିଶ୍ରମ ଓ ଭଦ୍ର ବ୍ୟବହାରକୁ ପସନ୍ଦ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.