ETV Bharat / state

ବଲାଙ୍ଗୀରରେ ବେଆଇନ କଫ ସିରଫ ଜବତ, ୩ ଅଭିଯୁକ୍ତ ଗିରଫ - Cough Syrup Bottles Seized

author img

By ETV Bharat Odisha Team

Published : May 26, 2024, 11:03 PM IST

Cough Syrup Bottles Seized: ବଲାଙ୍ଗୀରରେ ଟାଉନ ଥାନା ପୋଲିସ ଚଢାଉ କରି ହଜାରରୁ ଊର୍ଦ୍ଧ୍ବ କଫ ସିରଫ ବୋତଲ ଜବତ କରିଛନ୍ତି । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

Cough Syrup Bottles Seized
Cough Syrup Bottles Seized (ETV Bharat Odisha)

ବଲାଙ୍ଗୀର: ପୋଲିସ ହାତରେ ଧରାପଡିଲା ଶତାଧିକ କଫ ସିରଫ ବୋତଲ । ବଲାଙ୍ଗୀରରେ ଟାଉନ ଥାନା ପୋଲିସ ପକ୍ଷରୁ ହୋଇଛି କାର୍ଯ୍ୟାନୁଷ୍ଠାନ । ଆଜି ଟାଉନ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗୀର ସୁଦପଡ଼ା ଚକରେ ଚଢାଉ କରି ବିପୁଳ ପରିମାଣର ବେଆଇନ କଫ ସିରଫ ଜବତ କରିଛି ଏବଂ ଏଥିରେ ସଂପୃକ୍ତ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ସୂଚନା ଦେଇଛି ପୋଲିସ୍ ।ବଲାଙ୍ଗୀର ଏସଡ଼ିପିଓ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି ଯେ ଆଜି ଦିନ ୧୧.୩୦ ସମୟରେ ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ଆସିଥିଲା । ଯେଉଁଥିରେ ବିପୁଳ ପରିମାଣର ବେଆଇନ କଫ ସିରଫ୍ ବଲାଙ୍ଗୀର ସହରକୁ ଆସୁଥିବାର ଜଣାପଡିଥିଲା ।

Cough Syrup Bottles Seized (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ... ନିଶା ବେପାରୀଙ୍କୁ କଠୋର ସଜ୍ଜା, ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ - DRUG PEDDLERS CONVICTED

ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ କରା ଯାଇଥିଲା, ଯେଉଁଥିରେ ଏଏସଆଇ ବି.ଡି ଭୋଇ, ଏମ ପ୍ରଧାନ, ଟି ଦଣ୍ଡସେନା, କନଷ୍ଟେବଳ ଆର୍ ସେଠ, ଡି ଏମ କାଲୋ, ଏନ୍ ସାହୁ ଓ ଓଏପିଫ ଆର୍ ଭତ୍ରା ସାମିଲ ହୋଇଥିଲେ । ବଲାଙ୍ଗୀର ସୁବର୍ଣ୍ଣପୁର ମୁଖ୍ୟ ରାସ୍ତା ସୁଦପଡ଼ା ଛକରେ ଏକ ବୋଲେରୋ ଗାଡ଼ି ଯାଞ୍ଚ କରିଥିଲେ । ତେବେ ଏହି ଗାଡିରୁ 1200ରୁ ଊର୍ଦ୍ଧ୍ବ ବେଆଇନ କଫସିରଫ୍ ପୋଲିସ୍ ଜବତ କରିଛି । ସେହିପରି ଏଥିରେ ସଂପୃକ୍ତ ଥିବା ବଲାଙ୍ଗୀର ବରପାଲି ପଡ଼ାର ରୋହନ ଜେନା, ରାଜେନ୍ଦ୍ର ବାରିକ ଓ ମଣ୍ଟୁ ବାରିକକୁ ଗିରଫ କରା ଯାଇଥିବାର ଏସଡିପିଓ କହିଛନ୍ତି । ସେମାମନଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଧାରାରେ ମାମଲା ରୁଜୁ ହୋଇଛି ।

ସେହିପରି ଏଥିରେ ଆଉ କିଛି ଅଭିଯୁକ୍ତ ଫେରାର ଥିବା ବେଳେ ସେମାନଙ୍କୁ ମଧ୍ୟ ଧରିବାକୁ ପୋଲିସ୍ ତନାଘନା ଜାରି ରଖିଥିବାର ସେ କହିଛନ୍ତି । ଏହି ଘଟଣାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କ ଖୋଜିବା ଆରମ୍ଭ କରିଛି ପୋଲିସ । ତେବେ ଏହି ବେଆଇନ୍ କଫ ସିରଫ୍ ଏଠି ନିଶା ଭାବରେ ବ୍ୟବହାର ହେଉଥିବା ବେଳେ ପୋଲିସ୍ ଏହାକୁ ରୋକିବାକୁ ଚେଷ୍ଟା ଜାରି ରଖିଛି । ମୂଳରୁ ଏହାକୁ ଧରିବାକୁ ଉଦ୍ୟମ କରି ଏକାଧିକ ମାମଲା ରୁଜୁ କରିଛି । ଏପରିକି କୋଲକାତାରର ଔଷଧ ନିର୍ମାତା କମ୍ପାନୀର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଫ୍ରିଜ୍ କରିଥିଲା । ସେହିପରି ଏବେ ଏହି କଫ ସିରଫ କେଉଁଠୁ ଆସୁଛି ତାର ମଧ୍ୟ ଏବେ ତଦନ୍ତ ଜାରିଥିବାର ସେ କହିଛନ୍ତି ଏବଂ ଏହି କାରବାର ଉପରେ ପୋଲିସ୍ ସବୁ ବେଳେ କଡା ପଦକ୍ଷେପ ନେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.