ETV Bharat / bharat

ମେ ୨୭ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - Daily Horoscope

author img

By ETV Bharat Odisha Team

Published : May 27, 2024, 12:01 AM IST

Horoscope Of 27th May: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେ ୨୭ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେ ୨୭ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (ETV Bharat Odisha)

ମେଷ: ଆଜି ଦିନ ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଅନାବଶ୍ୟକ ଯୁକ୍ତିତର୍କ, ଅର୍ଥହୀନ ତର୍କ ଏବଂ ପ୍ରତିକୂଳ ମନୋଭାବରୁ ଦୂରରେ ରହନ୍ତୁ । ଅନ୍ୟଥା ଆପଣଙ୍କ ପାଇଁ ଭାରି ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ । ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ହାତକୁ ନେଇଥିବା କାର୍ଯ୍ୟ ସଫଳତାର ସହ ଶେଷ କରିବେ ।

ବୃଷ: ଆଜି ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ନୁହନ୍ତି । ତେଣୁ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କିମ୍ବା କୌଣସି ଜିନିଷରେ ଆପଣ ନିଜକୁ ସଂପୃକ୍ତ କରିବା ପୂର୍ବରୁ ସତର୍କତା ଅବଲମ୍ୱନ କରନ୍ତୁ । ଆପଣ କୌଣସି ଅନୈତିକ କିମ୍ୱା ଆଇନବିରୁଦ୍ଧ କାର୍ଯ୍ୟ କରନ୍ତୁ ନାହିଁ । ନୂଆ କାର୍ଯ୍ୟ ଏବଂ ପ୍ରକଳ୍ପ ଆଜି ହାତକୁ ନିଅନ୍ତୁ ନାହିଁ କାରଣ ଏହା ଫଳପ୍ରଦ ହୋଇ ନପାରେ ।

ମିଥୁନ: ଆଜିର ଦିନ ଆପଣଙ୍କ ପାଇଁ ଆମୋଦ ପ୍ରମୋଦରେ କଟିବ । ଆପଣ ଆଜି ଅନୁଭବ କରିବେ ଯେ ଆପଣଙ୍କ ପେଶାଦାର ଆବଶ୍ୟକତା ଠାରୁ ଆପଣଙ୍କ ବ୍ୟକ୍ତିଗତ ଜୀବନ ଅଧିକ ଗୁରୁତ୍ଵପୂର୍ଣ୍ଣ । ସେଥିପାଇଁ ଆପଣ ନିଜ ପରିବାର ସଦସ୍ୟ ଓ ସେମାନଙ୍କ ଆବଶ୍ୟକତା ଗୁଡିକ ଉପରେ ଅଧିକ ଧ୍ୟାନ ଦେବେ । ଏହି ଦିନ ହସ ଉଲ୍ଲାସରେ ଭରିଯିବ ।

କର୍କଟ: ନୂଆ ବ୍ୟାପାର ଆରମ୍ଭ କରିବା ପାଇଁ ଏହା ଏକ ଶୁଭ ଦିନ । ବ୍ୟବସାୟ ଲାଭଦାୟକ ମଧ୍ୟ ହେବ, ଆପଣ ନୂଆ କାର କିମ୍ଵା ଘର କିଣିପାରନ୍ତି । ବନ୍ଧୁମାନଙ୍କ ଠାରୁ ମଧ୍ୟ ଲାଭ ପାଇପାରିବେ। ବିଦ୍ୟାର୍ଥୀମାନେ ଭଲ କରିବେ ଓ ଧ୍ୟାନ ବଢିବ ।

ସିଂହ: ଆଜି ଆପଣ ଅନେକ ଆମୋଦପ୍ରମୋଦର ସାଧନ ଖୋଜୁଛନ୍ତି ଏବଂ ସାଙ୍ଗମାନେ ଆପଣଙ୍କ ସହିତ ମୁଭି କିମ୍ୱା ଡ୍ରାଇଭିଙ୍ଗ୍‌ରେ ଯିବାରେ ଖୁସୀରୁ ବି ଅଧିକ ଅନୁଭବ କରିବେ । ଏହି ବିଷୟରେ ଦ୍ୱିତୀୟ ଥର ଚିନ୍ତା କରନ୍ତୁ । ଲଗାତାର ଭାବନାର ପ୍ରବାହ ଏବଂ ମନରେ ବିରକ୍ତିଭାବ ସନ୍ଧ୍ୟା ସୁଦ୍ଧା କ୍ଳାନ୍ତ ଏବଂ ଶକ୍ତିହୀନ ଅନୁଭବ କରାଇପାରେ ।

କନ୍ୟା: ଆଜିର ଏହି ମହତ୍ୱପୂର୍ଣ୍ଣ ଦିନର ଯଥା ସମ୍ଭବ ଲାଭ ନିଅନ୍ତୁ । ଆପଣଙ୍କ ବ୍ୟବସାୟିକ ସହଯୋଗୀଙ୍କ ଠାରୁ ଆପଣ ଲାଭ ପାଇପାରନ୍ତି । ଆଉ ମଧ୍ୟ ଆପଣ ନିଜର କାର୍ଯ୍ୟ ସଫଳ ଭାବରେ ସମାପ୍ତ କରିପାରିଥିବାରୁ ଅତ୍ୟନ୍ତ ଆନନ୍ଦ ଅନୁଭବ କରିପାରନ୍ତି, ସନ୍ଧ୍ୟାରେ ବନ୍ଧୁବର୍ଗ ଏବଂ ପରିବାର ସହିତ ଉତ୍ସବ ମଧ୍ୟ ପାଳନ କରିପାରନ୍ତି ।

ତୁଳା: ଆଜି ଦିନଟି ଶୁଭପ୍ରଦ ହେବ । ସମସ୍ତ ଆରମ୍ଭ ଭଲରେ ଶେଷ ହୋଇ ନଥାଏ । ଯଦି ଆପଣ ନୂଆ କାର୍ଯ୍ୟ କିମ୍ୱା ନୂଆ ପ୍ରକଳ୍ପ ଆରମ୍ବ କରିବାକୁ ଚିନ୍ତା କରୁଛନ୍ତି, ତେବେ ସକାଳ ସମୟରେ ହିଁ ଆରମ୍ଭ କରନ୍ତୁ, ଏହା ଫଳପ୍ରଦ ହୋଇପାରେ । ଅପରାହ୍ନରେ, ଆପଣ ଶାରିରୀକ ଏବଂ ମାନସିକ ଭାବରେ କ୍ଲାନ୍ତ ଅନୁଭବ କରିପାରନ୍ତି ।

ବିଛା: ଯଦି ନିଜ ଜିଦରେ ଅଟଳ ରହିବେ, ଆପଣ ଲକ୍ଷ୍ୟଚ୍ୟୁତ ହୋଇପାରନ୍ତି । ମନର ଭାବ ପ୍ରବଣତାକୁ କମ୍‌ କରନ୍ତୁ, ନ ହେଲେ ଆପଣ ବ୍ୟାକୁଳତା ଏବଂ ମାନସିକ ଅସ୍ଥିରତାର ଶୀକାର ହେବାର ସମ୍ଭାବନା ରହିଛି । ମଧ୍ୟାହ୍ନ ପରେ ଆପଣଙ୍କ ଭାବନାରେ ଅସ୍ଥିରତା ଦେଖା ଦେଇପାରେ । ଆପଣଙ୍କୁ ପରାମର୍ଶ ଦିଆ ହେଉଛି ଯେ ଆପଣ କୌଣସି ନୂଆ କାର୍ଯ୍ୟ କିମ୍ୱା ପ୍ରକଳ୍ପ ଆଜି ହାତକୁ ନେବେ ନାହିଁ ।

ଧନୁ: ଆଜିର ଦିନକୁ ଆପଣଙ୍କୁ ଖୁସିରେ ବିତାଇବେ । ଆର୍ଥିକ ଲାଭ, ସାମାଜିକ ପରିଦର୍ଶନ ଏବଂ ମନ୍ଦିରକୁ ଯାତ୍ରା କରିପାରନ୍ତି । ପିଲାମାନଙ୍କ ସମ୍ପର୍କିତ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । ପିଲାମାନଙ୍କ ପାଇଁ ସଫଳତାରୂପକ ସ୍ୱାଦ ସେମାନକୁ ପାଠ ପଢା ଦିଗରେ ଆଗକୁ ବଢିବା ପାଇଁ ଆଗ୍ରହ ଜନ୍ମାଇବ ।

ମକର: କାର୍ଯ୍ୟର ମିଠାଫଳ ପାଇବେ । ମନପ୍ରାଣ ଲଗାଇ କାର୍ଯ୍ୟ କରିବେ, ସବୁ କାର୍ଯ୍ୟରେ ସଫଳତା ପାଇବେ । ଆଜି ସମର୍ପଣର କଳା ଶିଖିବେ । ଏହା କେବଳ ଆପଣଙ୍କ କାନ୍ଧରୁ ଚାପ କମାଇବ ତାହା ନୁହେଁ, ଶେଷ ଫଳାଫଳର ପରିମାଣ ମଧ୍ୟ ବଢିବ । ଗାଡି ଚଳାଉଥିଲେ ସାବଧାନ ରୁହନ୍ତୁ କାରଣ ଦୁର୍ଘଟଣା ହେବାର ସମ୍ଭାବନା ରହିଛି ।

କୁମ୍ଭ: ଆଜି, ଆପଣଙ୍କ ପାଇଁ ଏକ ଫଳପ୍ରଦ ଦିନ । ସାମାଜିକ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଫଳପ୍ରଦ ହେବ । ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତି କଷ୍ଟକର ହେବ । ଆପଣଙ୍କ କଥା ଉପରେ ନିୟନ୍ତ୍ରଣ ନ ରହିଲେ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ ।

ମୀନ: ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି କରିବେ । ସାମାଜିକ ଦୃଷ୍ଟିକୋଣରୁ ଆପଣଙ୍କ ସମ୍ମାନରେ ବୃଦ୍ଧି ହେବ ଏବଂ ପେଶାଦାର ଦୃଷ୍ଟିକୋଣରୁ ପଦୋନ୍ନତି ହୋଇପାରେ ଏବଂ ଆର୍ଥିକ ଲାଭ ମଧ୍ୟ ହୋଇପାରେ । ଅବଶ୍ୟ ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଭଲ ରହିବ । ଆଜିର ଜୀବନ ଆପଣଙ୍କ ପାଇଁ ଖୁସି ଏବଂ ସନ୍ତୁଷ୍ଟିର ସନ୍ତୁଳନ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.