ETV Bharat / bharat

ନଭେମ୍ବର ୩୦ ଯାଏଁ ଦେଶରେ ବଢିଲା କୋଭିଡ ଗାଇଡଲାଇନ

author img

By

Published : Oct 28, 2021, 8:22 PM IST

ନଭେମ୍ବର ୩୦ ତାରିଖ ଯାଏଁ ଦେଶରେ ବଢିଲା କୋଭିଡ ଗାଇଡଲାଇନର ଅବଧି । ଘୋଷଣା କଲେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା । ଅଧିକ ପଢନ୍ତୁ....

ଦେଶରେ ଆସନ୍ତା ୩୦ ଯାଏ ବଢିଲା କୋଭିଡ କଟକଣା, ନିର୍ଦ୍ଦେଶ ଜାରି କଲା କେନ୍ଦ୍ର ଗୃହମନ୍ତ୍ରଣାଳୟ
ଦେଶରେ ଆସନ୍ତା ୩୦ ଯାଏ ବଢିଲା କୋଭିଡ କଟକଣା, ନିର୍ଦ୍ଦେଶ ଜାରି କଲା କେନ୍ଦ୍ର ଗୃହମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା କୋଭିଡ ଗାଇଡଲାଇନ ଅବଧି । ପୂର୍ବରୁ ଜାରି ହୋଇଥିବା କୋଭିଡ କଟକଣାକୁ ପୁଣି ନଭେମ୍ବର ୩୦ ତାରିଖ ଯାଏ ବଳବତ୍ତର ରଖିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । 2005 ବିପର୍ଯ୍ୟୟ ପରିଚାଳନା ଅଧିନିୟମର ବଳରେ ଏହି ଘୋଷଣାନାମ ପ୍ରକାଶ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏନେଇ ଗୃହ ମନ୍ତ୍ରଣାଳୟର ସଚିବ ଅଜୟ ଭାଲା ଲିଖିତ ଭାବେ ଏହା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଛନ୍ତି ।

ପୂର୍ବ ପରି କେନ୍ଦ୍ର ସରକାର ଜାରି କରିଥିବା ସମସ୍ତ ସର୍ତ୍ତାବଳୀ ବଳବତ୍ତର ରହିବା ସହ ରାଜ୍ୟମାନେ ସ୍ଥିତି ଦେଖି ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ବଜାୟ ରଖିବେ । ସର୍ବସାଧାରଣ ସ୍ଥାନରେ କୋଭିଡ କଟକଣା ସ୍ବରୂପ, ସାମାଜିକ ଦୂରତା ବଜାର ରଖିବା, ଫେସ ମାସ୍କ ବ୍ୟବହାର କରିବା, ଭିଡ ଏଡାଇବା ସହ କୌଣସି ସାର୍ବାଜନୀନ ମହତ୍ସବକୁ ଅନୁମତି ନମିଳିବା ବା ସର୍ତ୍ତମୂଳକ ଆଂଶିକ ଅନୁମତି ମିଳବା ପରି ପୂର୍ବାବସ୍ଥା ଜାରି ରହିବ ।

ଗତ କିଛିଦିନ ମଧ୍ୟରେ ଭାରତରେ ଦୈନିକ ୧୦ରୁ ୨୦ହଜାର ମଧ୍ୟରେ ସଂକ୍ରମଣ ସଂଖ୍ୟା ରହୁଥିବା ସାମ୍ନାକୁ ଆସିବାରେ ଲାଗିଛି । ସେହିପରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 16,156 ଜଣ ଆକ୍ରାନ୍ତ ହୋଇଥିବାବେଳେ 733 ଜଣ ପ୍ରାଣ ହରାଇଥିବା ସରକାରୀ ଭାବେ ପ୍ରକାଶ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ସଂକ୍ରମଣ 34,321,809ରେ ପହଞ୍ଚିଛି । ସେହିପରି ମୋଟ 3କୋଟି 36ଲକ୍ଷ 14 ହଜାର 4ଶହ 34 ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ସଂକ୍ରମଣରେ 4ଲକ୍ଷ 56 ହଜାର 3ଶହ 86 ଜଣ ପ୍ରାଣ ହରାଇଥିବାବେଳେ 1ଲକ୍ଷ 60ହଜାର 9ଶହ 89 ସକ୍ରିୟ ମାମଲା ରହିଥିବା ପ୍ରକାଶ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସେହିପରି ଟୀକାକରଣ ଅଭିଯାନରେ ମଧ୍ୟ ଭାରତର ପ୍ରଦର୍ଶନ ମଧ୍ୟ ଅନ୍ୟ ଦେଶର ତୂଳନାତ୍ମକ ଚୂଚକାଙ୍କରେ ଭଲ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧୦୦ କୋଟିରୁ ଉର୍ଦ୍ଧ୍ବ ନାଗରିକ ଟିକାକରଣ ଅଭିଯାନରେ ସାମିଲ ହୋଇସାରିଥିବା କୋଭିଡ ବିରୋଧୀ ଲଢେଇରେ ଭାରତକୁ ଗତି ଦେଇଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.