ETV Bharat / politics

‘ପ୍ରଦୀପ-ପ୍ରଶାନ୍ତଙ୍କୁ ଡରୁଛି ବିଜେଡି’ - Pradeep Panigrahi React On BJD

author img

By ETV Bharat Odisha Team

Published : May 26, 2024, 10:22 PM IST

Pradeep Panigrahi React On BJD Press meet: ବିଜେଡିର ବିଜେପି ନେତାଙ୍କୁ ସମାଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେଡି ନେତାଙ୍କୁ ଟାର୍ଗେଟ କରି ନବୀନଙ୍କୁ ଘେରିଲେ ପ୍ରଦୀପ । ଅଧିକ ପଢନ୍ତୁ

Pradeep Panigrahi React On BJD Press meet
Pradeep Panigrahi React On BJD Press meet (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି ମାତ୍ର ତେଜୁଛି ରାଜନୀତି । ଆଜି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତାଙ୍କ ଉପରେ ବର୍ଷିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ ପାଣିଗ୍ରାହୀ କହିଛନ୍ତି," ବିଜେଡିରୁ ପ୍ରଶାନ୍ତ ଜଗଦ୍ଦେବ ୩ ଥର ବିଧାୟକ, ବୈଜୟନ୍ତ ପଣ୍ଡା ୪ ଥର ସାଂସଦ ଓ ପ୍ରଦୀପ ପାଣିଗ୍ରାହୀ ୩ ଥରର ବିଧାୟକ । ବିଜୁ ପଟ୍ଟନାୟକ ଏବଂ ତାଙ୍କର ପରିବାର ସହ ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ପରିବାରର ସମ୍ପର୍କ ସାରା ଓଡିଶା ଜାଣିଛି । ବୈଜୟନ୍ତଙ୍କ ମା’ ଇଲା ପଣ୍ଡାଙ୍କୁ ବିଜୁ ବାବୁ ସାଂସଦ କରିଥିଲେ । ବିଜୁ ବାବୁଙ୍କ ଜନତା ଦଳ ଗଠନ ବେଳେ ବଂଶୀଧର ପଣ୍ଡା ଓ ଇଲା ପଣ୍ଡାଙ୍କ ସମର୍ଥନ ଥିଲା ।" ଯେତେବେଳେ ନବୀନ ବାବୁ ବୈଜୟନ୍ତକୁ ଜାତୀୟ ସଂଯୋଜକ କରିଥିଲେ ଏବଂ ସବୁ କ୍ରାଇସିସରେ ବୈଜୟନ୍ତଙ୍କୁ ଖୋଜନ୍ତି ସେତେବେଳେ ସେ କଣ ବୈଜୟନ୍ତଙ୍କ ବିଷୟରେ ଜାଣି ନଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ।

Pradeep Panigrahi React On BJD Press meet (ETV Bharat Odisha)

ଏହା ମଧ୍ୟ ପଢନ୍ତୁ... ଫେକ ନ୍ୟୁଜ ଫାକ୍ଟ୍ରି ସାଜିଥିବା ବିଜେପି ନୈତିକତା ଭୁଲିଛି: ଭୃଗୁ ବକ୍ସିପାତ୍ର - BJD Criticizes BJP

ସେହିଭଳି ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ସମ୍ପର୍କରେ ସେ କହିଛନ୍ତି, " ପ୍ରଶାନ୍ତ ଜଗଦେବ ଇଭିଏମ ଭାଙ୍ଗି ନାହାନ୍ତି । ସେ ଭୋଟ ଦେବାକୁ ଯାଇଥିଲେ । ଏମପି ଭୋଟ ଦେଉ ଦେଉ ଅନ୍ୟ କେହି ଏମଏଲଏ ଇଭିଏମ ଭାଙ୍ଗି ଦେଇଥିଲା । ବାସ୍ତବରେ ପ୍ରିଜାଇଡିଂ ଅଫିସର ବୁଥ ଭିତରେ ତାଙ୍କୁ ଦୁର୍ବ୍ୟବହାର କରିବାରୁ ସେ ସାମାନ୍ୟ ରାଗିଥିଲେ ପରେ ତାଙ୍କ ସ୍ତ୍ରୀ ଭୋଟ ଦେବା ସମୟରେ ବୁଥରେ ସମସ୍ୟା ହୋଇଥିଲା । ଏହାକୁ ନେଇ ପୋଲିସ ଅଧିକାରୀଙ୍କୁ ମଧ୍ୟ ଭିତରକୁ ଡକାଯାଇଥିଲା ଓ ଅପେକ୍ଷା କରିବାକୁ କୁହାଯାଇଥିଲା, ତେଣୁ ଏହି ସମୟରେ ଉଭୟ ଜଗଦ୍ଦେବ ଓ ତାଙ୍କ ପତ୍ନୀ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ରିସିଭ କରିବା ପାଇଁ ଯାଇଥିଲେ ଓ ବାଟରେ ତାଙ୍କୁ ପୋଲିସ ଗିରଫ କରିଥିଲା ।"

ତେଣୁ ଯଦି ବାସ୍ତବରେ ଘଟଣା ସତ ତେବେ ସିସିଟିଭି ଫୁଟେଜକୁ ସାମ୍ନାକୁ ଅଣାଯାଉ । ଯଦି ଅଣା ନଯାଏ ତେବେ ଏହା ସ୍ପଷ୍ଟ ଯେ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି । ଯେଉଁ ବିଜେଡି ନେତାମାନେ ଏବେ କହୁଛନ୍ତି ତାଙ୍କର ଯୋଗ୍ୟତା ନାହିଁ । ପ୍ରଦୀପ ପାଣିଗ୍ରାହୀ ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଡ଼ରୁଛି ବିଜେଡି । କିଛି କହିବା ପୂର୍ବରୁ ଭାବିଚିନ୍ତି କୁହନ୍ତୁ । ବିଜେଡିରେ ଦାଗି ନେତାଙ୍କ ସଂଖ୍ୟା ଭର୍ତ୍ତି । ସମସ୍ତଙ୍କ ନାଁରେ ମାମଲା । ଅନ୍ୟକୁ ଆଙ୍ଗୁଠି ବଢ଼େଇଲେ ନିଜ ଆଡ଼କୁ ବି 3ଟା ଆଙ୍ଗୁଠି ରହୁଛି ବୋଲି କହିଛନ୍ତି ପ୍ରଦୀପ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.