ETV Bharat / state

ପାରାଦ୍ୱୀପ ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ, ବନ୍ଦର ଉନ୍ନତି ନେଇ ହେଲା ଆଲୋଚନା

author img

By

Published : Oct 28, 2021, 6:54 PM IST

ଦିନିକିଆ ପାରାଦ୍ୱୀପ ଗସ୍ତ କରି ଫେରିଛନ୍ତି କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନଭେ ଓ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

ପାରାଦ୍ୱୀପ ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ, ବନ୍ଦର ଉନ୍ନତି ନେଇ ହେଲା ଆଲୋଚନା
ପାରାଦ୍ୱୀପ ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ, ବନ୍ଦର ଉନ୍ନତି ନେଇ ହେଲା ଆଲୋଚନା

ପାରାଦ୍ବୀପ: ଦିନିକିଆ ପାରାଦ୍ୱୀପ ଗସ୍ତରେ ରହିଛନ୍ତି କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନଭେ ଓ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଉଭୟ କେନ୍ଦ୍ରମନ୍ତ୍ରୀ ଆଜି(ଗୁରୁବାର) ପାରାଦ୍ୱୀପ ଗସ୍ତ କରି ବନ୍ଦର ପରିଦର୍ଶନ କରିଛନ୍ତି । ପୂର୍ବ ଭାରତରେ ପାରାଦ୍ୱୀପ ବନ୍ଦରର ପଣ୍ୟ କାରବାର ସର୍ବାଧିକ ରହୁଥିବାରୁ ପୋର୍ଟ କତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ।

ପାରାଦ୍ୱୀପ ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ, ବନ୍ଦର ଉନ୍ନତି ନେଇ ହେଲା ଆଲୋଚନା

ବନ୍ଦର ଅଞ୍ଚଳ ପରିଦର୍ଶନ କରିବା ସହିତ ଜଳ ପଥରେ ପାରାଦ୍ୱୀପ ବନ୍ଦର ପରିଦର୍ଶନ କରିଥିଲେ । କୋଇଲା ପରିବହନ କ୍ଷେତ୍ରରେ ପାରାଦ୍ୱୀପ ବନ୍ଦର କିପରି ଉନ୍ନତି କରି ପାରିବ, ସେନେଇ ବନ୍ଦର ଅଧ୍ୟକ୍ଷ ପୋଲମ ରାଜୁଲକ୍ଷ୍ମୀ ହାରନାଦଙ୍କ ସହ ଆଲୋଚନା କରିଥିଲେ । ତେବେ ଦୁଇ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମଠୁ ଦୂରେଇ ରହି କୌଣସି ପ୍ରତିକ୍ରିୟା ଦେଇନଥିଲେ ।

ଉଭୟ ମନ୍ତ୍ରୀ ପାରାଦ୍ୱୀପରେ ପହଞ୍ଚିବା ପରେ ବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ଦୁଇ ମନ୍ତ୍ରୀ ବନ୍ଦରକୁ ଯାଇ ସେଠାରେ ବିଭିନ୍ନ ବର୍ଥ ପରିଦର୍ଶନ କରି ଏକ ସମୀକ୍ଷା ବୈଠକ କରିଥିଲେ । ଦୁଇ କେନ୍ଦ୍ରମନ୍ତ୍ରୀ ଓ ପାରାଦ୍ୱୀପ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବନ୍ଦରର ପରିବହନ କ୍ଷମତା ବୃଦ୍ଧି ସମ୍ପର୍କରେ ଆଲୋଚନା ହୋଇଥିବା କୁହାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.