ETV Bharat / city

ଜାନୁଆରୀ ୨୦୨୨ରେ ଓଡିଶା ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ

author img

By

Published : Oct 28, 2021, 7:47 PM IST

ଆସନ୍ତା ବର୍ଷ ଜାନୁଆରୀ ୨୫ରୁ ୩୦ ମଧ୍ୟରେ ଓଡିଶା ଆୟୋଜନ କରିବ ବ୍ୟାଡମିଣ୍ଟନ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ । ଅଧିକ ପଢନ୍ତୁ...

BWF adds Odisha Open to 2022 calendar, India to host 3 back-to-back tournaments in January
ଜାନୁଆରୀ ୨୦୨୨ରେ ଓଡିଶା ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ବର: ଆସନ୍ତା ବର୍ଷ ଜାନୁଆରୀ ୨୫ରୁ ୩୦ ମଧ୍ୟରେ ଓଡିଶା ଆୟୋଜନ କରିବ ବ୍ୟାଡମିଣ୍ଟନ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ । ବ୍ୟାଡମିଣ୍ଟନର ସର୍ବୋଚ୍ଚ ପରିଚାଳନା ବୋର୍ଡ BWF ଗୁରୁବାର ଅନ୍ତର୍ଜାତୀୟ କ୍ୟାଲେଣ୍ଡର ସ୍ପଷ୍ଟ କରିଛି । କ୍ୟାଲେଣ୍ଡର ଅନୁଯାୟୀ, ନୂଆ ଇଭେଣ୍ଟ ଓଡିଶା ଓପନ ସମେତ ଲଗାତାର ୩ଟି ବ୍ୟାଡମିଣ୍ଟନ ଟୁର୍ଣ୍ଣମେଣ୍ଟର ଆୟୋଜକ ରହିଛି ଭାରତ ।

"ବ୍ୟାଡ୍‌ମିଣ୍ଟନ କୋଚ୍‌ ଗୋପୀଚାନ୍ଦ ହାଇଦ୍ରାବାଦରେ ଏହି ଇଭେଣ୍ଟ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ତେବେ ଓଡିଶା ସରକାରଙ୍କ ସହ କୋଚ୍‌ ଆୟୋଜନ ନେଇ ଗୋପୀଚାନ୍ଦ କଥା ହୋଇଛନ୍ତି ।" ଏହା କହିଛନ୍ତି BAI ସମ୍ପାଦକ ଅଜୟ ସିଙ୍ଘାନିଆ ।

ଘୋଷିତ କ୍ୟାଲେଣ୍ଡର ସୂଚୀ ଅନୁଯାୟୀ, BWF ଇଣ୍ଡିଆ ଓପନ ସୁପର ୫୦୦ ବର୍ଷର ପ୍ରଥମ ଟୁର୍ଣ୍ଣାମେଣ୍ଟ ହେବ । ଏହି ଟୁର୍ଣ୍ଣାମେଣ୍ଟ COVID-19 ମହାମାରୀ ପାଇଁ ୨୦୨୦ର ବାତିଲ ହୋଇଥିଲା । ୨୦୨୨ ଜାନୁଆରୀ ୧୧ରୁ ୧୬ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

ସେହିପରି ବ୍ୟାଡମିଣ୍ଟନ ବିଶ୍ବ ମହାସଂଘ (BWF) ଦ୍ବାରା ସେପ୍ଟେମ୍ବରରେ ବାତିଲ ହୋଇଥିବା ସୟଦ ମୋଦି ଇଣ୍ଟରନ୍ୟାସନାଲ ସୁପର ୩୦୦ ଜାନୁଆରୀ ୧୮ରୁ ୨୩ ପର୍ଯ୍ୟନ୍ତ ଖେଳାଯିବ ।

ପରେ ଓଡିଶା ଓପନ ସୁପର ୧୦୦ ଜାନୁଆରୀ ୨୫ରୁ ୩୦ ମଧ୍ୟରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.