ETV Bharat / city

ବାଣ ନିଷିଦ୍ଧାଦେଶ କୌଣସି ନିର୍ଦ୍ଦିଷ୍ଟ ପର୍ବ ପାଇଁ ନୁହେଁ, ନିର୍ଦ୍ଦେଶ କଡାକଡି ପାଳନ ହେବା ଉଚିତ: SC

author img

By

Published : Oct 28, 2021, 7:39 PM IST

ଚଳିତବର୍ଷ ଦୀପାବଳିରେ ବାଣ ଫୁଟାଇବା ଉପରେ ନିଷିଦ୍ଧାଦେଶ ନିଷ୍ପତ୍ତିକୁ ସଠିକ ଦର୍ଶାଇଲେ ସର୍ବୋଚ୍ଚ କୋର୍ଟ । କହିଲେ ନିର୍ଦ୍ଦେଶ କଡାକଡି ପାଳନ ହେବା ଉଚିତ । ଅଧିକ ପଢନ୍ତୁ...

ବାଣ ନିଷେଧାଦେଶ କୌଣସି ନିର୍ଦ୍ଦିଷ୍ଟ ପର୍ବ ପାଇଁ ନୁହେଁ, ନିର୍ଦ୍ଦେଶ କଡାକଡି ପାଳନ ହେବା ଉଚିତ: ସୁପ୍ରିମକୋର୍ଟ
ବାଣ ନିଷେଧାଦେଶ କୌଣସି ନିର୍ଦ୍ଦିଷ୍ଟ ପର୍ବ ପାଇଁ ନୁହେଁ, ନିର୍ଦ୍ଦେଶ କଡାକଡି ପାଳନ ହେବା ଉଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବାଣ ଫୁଟାଇବା ଉପରେ ଜାରି କରାଯାଇଥିବା ନିଷିଦ୍ଧାଦେଶ ନିଷ୍ପତ୍ତିକୁ ସଠିକ ଦର୍ଶାଇଲେ ସର୍ବୋଚ୍ଚ କୋର୍ଟ । ଏହି ନିଷେଧ ନିଷ୍ପତ୍ତି କେବଳ ଦୀପାବଳି କିମ୍ବା କୌଣସି ନିର୍ଦ୍ଦିଷ୍ଟ ପର୍ବ ପାଇଁ ନୁହେଁ । ଜାରି କରାଯାଇଥିବା ନିଷିଦ୍ଧାଦେଶ ସଠିକ ଭାବେ ଅନୁପାଳନ ହେବା ଉପରେ ଗୁରୁତ୍ବ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

ଜଷ୍ଟିସ୍ ଏମ୍ ଆର ଶାହାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ କହିଛନ୍ତି, ଏହି ନିଷିଦ୍ଧାଦେଶ କୌଣସି ନିର୍ଦ୍ଦିଷ୍ଟ ପର୍ବ ପାଳନ ଉପରେ ନୁହେଁ, ବରଂ ଜୀବନ ଅଧିକାରର ଓ ପରିବେଶ ସୁରକ୍ଷା ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ । ତେଣୁ ବର୍ତ୍ତମାନ ଏହି ନିଷ୍ପତ୍ତି କଡାକଡି ଭାବେ ଅନୁପାଳନ ହେବାର ଆବଶ୍ୟକତା ରହିଛି ।

ଖଣ୍ଡାପୀଠ ଆଭିମୁଖ୍ୟରେ ସ୍ପଷ୍ଟ କରିଛନ୍ତି ଯେ, ଦୀପାବଳିରେ ବ୍ୟବହାର କରାଯାଉଥିବା ସମସ୍ତ ପ୍ରକାରର ବାଣ ଉପରେ ପ୍ରତିବନ୍ଧକ ଲଗାଯାଇନାହିଁ । କେବଳ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଥିବା ତଥା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ପ୍ରଦୂଷଣ ସୃଷ୍ଟିକାରୀ ବାଣକୁ ନିଷିଦ୍ଧ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ତେଣୁ ବର୍ତ୍ତମାନ ସମୟରେ ପ୍ରଦୂଷଣ ଏକ ପ୍ରମୁଖ ସମସ୍ୟା । ହାନିକାରକ ବାଣକୁ ଅନୁମତି ମିଳିବା ଆଦୌ ସମ୍ଭବ ନୁହେଁ ବୋଲି କହିବା ସହ ସରକାରଙ୍କ ପକ୍ଷରୁ ହୋଇଥିବା ନିଷିଦ୍ଧାଦେଶ ପାଳନକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦେଇଛନ୍ତି କୋର୍ଟ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.