ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 25, 2022, 9:00 PM IST

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ ।

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ, ମୌସୁମୀ ଓ ରଥଯାତ୍ରା ଆସୁଥିବାରୁ ପ୍ରକଳ୍ପ କାର୍ଯ୍ୟରେ ସହଯୋଗ ପାଇଁ ବିଜେଡିର ଆହ୍ବାନ

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି ଯେ, ପରିଚାଳନା କମିଟି ଦ୍ବାରା ଅନୁମୋଦନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଓଡିଶା ସରକାରଙ୍କ ନିକଟକୁ ଆସିଥିଲା ।

୨. ରାଜଧାନୀର ରାସ୍ତା ଉପରେ ବୁଲିଲା କଟୁରି, ପୋଲିସ ଉପସ୍ଥିତିରେ ଭାଇକୁ ହାଣିଲା ଭାଇ

ଲିଙ୍ଗରାଜ ଥାନା ରଥ ରୋଡରେ ଘଟିଛି ଅଘଟଣ । ଜମିଜମା ବିବାଦକୁ ନେଇ ରାସ୍ତା ଉପରେ ପୋଲିସ ଉପସ୍ଥିତିରେ ବଡ ଭାଇକୁ କଟୁରିରେ ହାଣିଲା ସାନ ଭାଇ ।

୩. Andhra violence: 46 ଗିରଫ, ବ୍ୟାପକ ପୋଲିସ ମୁତୟନ

ଆନ୍ଧ୍ରପ୍ରଦେଶ ଅମଲାପୁରମ ହିଂସାକାଣ୍ଡ ମାମଲାରେ ଗିରଫଦାରୀ 46କୁ ବୃଦ୍ଧି । ସହରରେ ବ୍ୟାପକ ପୋଲିସ ମୁତୟନ ।

୪. Viral video: ପୁଣି ମନ୍ଦିରରେ ଇନଷ୍ଟାଗ୍ରାମ ରିଲ୍, ଭିଡିଓ ଭାଇରାଲ

ମନ୍ଦିର ଭିତରେ ଯୁବତୀଙ୍କ ଇନଷ୍ଟାଗ୍ରାମ ରିଲ୍ । ଭାଇରାଲ ହେଉଛି ଯୁବତୀଙ୍କ ଭିଡିଓ । ଅଧିକ ପଢ଼ନ୍ତୁ

୫. କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା ପ୍ରସଙ୍ଗ, ଓଡିଶା ଆସିଛନ୍ତି ପଶ୍ଚିମବଙ୍ଗ ପ୍ରଶାସନିକ ଟିମ

ଓଡିଶାର ଅତିରିକ୍ତ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ହାୱଡା ଜିଲ୍ଲାପାଳ । ହାୱଡା ଜିଲ୍ଲାପାଳଙ୍କ ଚିଠି ଅନୁସାରେ ପଶ୍ଚିମବଙ୍ଗର 4 ଜଣିଆ ଉଚସ୍ତରୀୟ ପ୍ରଶାସନିକ ଅଧିକାରୀ ଓଡିଶାର ଗଞ୍ଜାମ ଗସ୍ତରେ ଆସିଛନ୍ତି ।

୬. ସୋସିଆଲ ମିଡିଆରେ ବିବାଦୀୟ ବୟାନରୁ କ୍ଷାନ୍ତ ରହନ୍ତୁ ବର୍ଷା-ଅନୁଭବ: ଆଇନଜୀବୀ

ମାମଲା କୋର୍ଟରେ ବିଚାରଧୀନ ଥିବାରୁ ଉଭୟ ପକ୍ଷଙ୍କୁ ସୋସିଆଲ ମିଡିଆ ପୋଷ୍ଟ କିମ୍ବା ଅନ୍ୟାନ୍ୟ ଆଇନ ବହିର୍ଗତ କାର୍ଯ୍ୟରୁ ନିବୃତ ରହିବାକୁ ଷ୍ଟାର କପଲ ବର୍ଷା-ଅନୁଭବଙ୍କୁ ଆଇନଜୀବୀଙ୍କ ଅପିଲ ।

୭. ସରପଞ୍ଚଙ୍କୁ ଜିଆରଏସଙ୍କ ଆକ୍ରମଣ, ନ୍ୟାୟ ଦାବିରେ SPଙ୍କ ଅଫିସ ସମ୍ମୁଖରେ ଧାରଣା

ଭଦ୍ରକ ଗ୍ରାମାଞ୍ଚଳ ଅଧିନସ୍ଥ ବାଣୀତିଆ ପଞ୍ଚାୟତର ସରପଞ୍ଚ ଦାମୋଦର ମହଲାଙ୍କୁ ଜିଆରଏସ ଭାଗିରଥି ପ୍ରଧାନ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା ।

୮. IPL 2022 Eliminator: ବର୍ଷା ଯୋଗୁଁ ବାଙ୍ଗାଲୋର-ଲକ୍ଷ୍ନୌ ମ୍ୟାଚ ଟସ୍‌ରେ ବିଳମ୍ବ

IPL 2022 ଏଲିମିନେଟର ମ୍ୟାଚ୍‌ରେ ବର୍ଷା ସାଜିଲା ବାଧକ । ଏଥିପାଇଁ ଟ୍‌ସ ପଡ଼ି ପାରିନାହିଁ ।

୯. ଜବରଦଖଲ ଉଚ୍ଛେଦ ବେଳେ ରାଜନଗର ବଜାରରେ ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ

ରାଜନଗର ତହସିଲ ଅଧିନ ରାଜନଗର ବଜାରରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଛି ।

୧୦. IPL 2022 Eliminator: ଟସ୍‌ ଜିତିଲା ଲକ୍ଷ୍ନୌ, ବାଙ୍ଗାଲୋରକୁ ବ୍ୟାଟିଂ ଆମନ୍ତ୍ରଣ

PL 2022 ଏଲିମିନେଟର ମ୍ୟାଚ୍‌ରେ ମୁହାମୁହିଁ ହେଉଛନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଲକ୍ଷ୍ନୌ ।


ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.