ETV Bharat / sports

T-20 ବିଶ୍ବକପ: ଜୁନ 9ରେ ଭାରତ-ପାକିସ୍ତାନ ମ୍ୟାଚ, ଟିକେଟ ଦର ଶୁଣିଲେ ଉଡିଯିବ ହୋସ - t20 world cup 2024

author img

By ETV Bharat Odisha Team

Published : May 24, 2024, 8:11 AM IST

T20 WORLD CUP: T20 ବିଶ୍ବକପରେ ଜୁନ 9 ତାରିଖରେ ଭାରତ ବନାମ ପାକିସ୍ତାନ ମ୍ୟାଚ । ଟିକେଟ ଜାରି କଲା ଆଇସିସି । ଡାଏମଣ୍ଡ ଟିକେଟ ଦର ରହିଛି ଲକ୍ଷ ଲକ୍ଷ ଟଙ୍କା । ଆଇସିସି ଉପରେ ବର୍ଷିଲେ ଲଲିତ ମୋଦି । ଅଧିକ ପଢନ୍ତୁ

T20 WORLD CUP
T20 WORLD CUP (ETV BHARAT ODISHA)

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବାକୁ ଥିବା ଟି 20 ବିଶ୍ବକପକୁ ଆଉ ମାତ୍ର 8 ଦିନ । ଦିନ ଯେତିକି ପାଖଉଛି ଦର୍ଶକଙ୍କ ମଧ୍ୟ ଉତ୍ସାହ ସେତିକି ବଢୁଛି । ଜୁନ 9 ତାରିଖ ଉପରେ ସମସ୍ତଙ୍କ ନଜର ରହିଛି । ପାରମ୍ପିରିକ ପ୍ରତିଦ୍ବନ୍ଦ୍ବି ଭାରତ ଓ ପାକିସ୍ତାନ ମଧ୍ୟରେ ସେହି ଦିନ ମ୍ୟାଚ ରହିଛି । ଏହି ମ୍ୟାଚ ପାଇଁ ଆଇସିସି ଟିକେଟ ଜାରି କରିଛି। ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଗୋଟିଏ ଟିକେଟର ମୂଲ୍ୟ 16.65 ଲକ୍ଷ ଟଙ୍କା ରହିଛି । ଡାଏମଣ୍ଡ କ୍ୟାଟୋଗୋରୀ ସିଟର ଦର ଏତିକି ରହିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଆଇପିଏଲ ପ୍ରତିଷ୍ଠାତା ଲଲିତ ମୋଦି ।

ଆଇସିସି ଉପରେ ବର୍ଷିଲେ ଲଲିତ: ଆଇପିଏଲ ପ୍ରତିଷ୍ଠାତା ଲଲିତ ମୋଦି ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଟିକେଟ ମୂଲ୍ୟକୁ ନେଇ ଆଇସିସିକୁ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ସେ ଟ୍ବିଟ କରି ଲେଖିଛନ୍ତି, 'ଆଇସିସି ଭାରତ ବନାମ ପାକିସ୍ତାନ ମ୍ୟାଚ ପାଇଁ ଗୋଟିଏ ଡାଇମଣ୍ଡ କ୍ଲବ ଟିକେଟ ଦର 20 ହଜାର ଡଲାରରେ ବିକ୍ରି କରୁଛି । ଏହା ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଖେଳକୁ ପ୍ରୋତ୍ସାହନ ଦେବା ପାଇଁ ଆମେରିକାରେ ବିଶ୍ୱକପ୍ ଆୟୋଜନ କରାଯାଉଛି, ଲାଭ ପାଇବା ପାଇଁ ନୁହେଁ ।

ଏହା ମଧ୍ୟ ପଢନ୍ତୁ-ବାଜିଲା ଟି20 ବିଶ୍ବକପ୍‌ ବିଗୁଲ୍‌, ଏହିଦିନ ଖେଳିବେ ଭାରତ ଓ ପାକିସ୍ତାନ

9 ଜୁନରେ ଭାରତ-ପାକିସ୍ତାନ ମହାଲଢ଼େଇ: ଜୁନ 5 ତାରିଖରେ ଆୟରଲାଣ୍ଡ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଏହା ପରେ ଟି20 ବିଶ୍ବକପ୍‌ 2024ର ବହୁପ୍ରତିକ୍ଷିତ ଭାରତ ଓ ପାକିସ୍ତାନ ମଧ୍ୟରେ ମହାଲଢ଼େଇ ଜୁନ 9 ତାରିଖରେ ନ୍ୟୁୟର୍କରେ ଖେଳାଯିବ । ଏହି ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ସମସ୍ତ ଏହି ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ଦଳର ମ୍ୟାଚ ଦେଖିବାକୁ ଇଚ୍ଛୁକ । ଏଭଳି ପରିସ୍ଥିତିରେ ଆଇସିସି ମଧ୍ୟ ଏହାର ଫାଇଦା ନେବାକୁ ଚାହୁଁଛି, ତେଣୁ ଟିକେଟ୍ ମୂଲ୍ୟକୁ ଲକ୍ଷ ଲକ୍ଷ ଟଙ୍କା ରଖିଛି। ଏହି ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ 300 ଡଲାରରୁ ଆରମ୍ଭ ହୋଇଛି (ପ୍ରାୟ 25 ହଜାର) । ଜୁନ 12ରେ ଆମେରିକା ଓ 15ରେ କାନାଡ଼ା ବିପକ୍ଷରେ ମୈଦାନକୁ ଓହ୍ଲାଇବେ ଭାରତ । ଟିମ୍‌ ଇଣ୍ଡିଆର ସବୁ ମ୍ୟାଚ୍‌ ଭାରତୀୟ ସମୟ ଅନୁଯାୟୀ ରାତି 8:30ରୁ ଆରମ୍ଭ ହେବ ।ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଟି -20 ବିଶ୍ୱକପ 2024 ପାଇଁ ପ୍ରସ୍ତୁତ | ଏହି ଟୁର୍ନାମେଣ୍ଟ ଜୁନ୍ 2-29 ମଧ୍ୟରେ ଖେଳାଯିବ | ଏହି ମେଗା ଇଭେଣ୍ଟରେ 20 ଟି ଦଳ ଅଂଶଗ୍ରହଣ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.