ETV Bharat / sports

ବାଜିଲା ଟି20 ବିଶ୍ବକପ୍‌ ବିଗୁଲ୍‌, ଏହିଦିନ ଖେଳିବେ ଭାରତ ଓ ପାକିସ୍ତାନ

author img

By ETV Bharat Odisha Team

Published : Jan 5, 2024, 10:52 PM IST

ବାଜିଲା ଟି20 ବିଶ୍ବକପ୍‌ ବିଗୁଲ୍‌
ବାଜିଲା ଟି20 ବିଶ୍ବକପ୍‌ ବିଗୁଲ୍‌

T20 World Cup schedule: ଚଳିତ ବର୍ଷ ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି20 ବିଶ୍ବକପ୍‌ 2024 ପାଇଁ କ୍ରୀଡ଼ାସୂଚୀ ଘୋଷଣା କରିଛି ଆଇସିସି । ଜୁନ 1ରୁ ଜୁନ 29 ମଧ୍ୟରେ ଖେଳାଯିବ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ । ଅଧିକ ପଢ଼ନ୍ତୁ...

ଦୁବାଇ: ବାଜିଲା ଟି20 ବିଶ୍ବକପ୍‌ ବିଗୁଲ୍‌ । ଚଳିତ ବର୍ଷ ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଏହି ହାଇପ୍ରୋଫାଇଲ୍‌ ଆଇସିସି ଇଭେଣ୍ଟ ପାଇଁ ଶୁକ୍ରବାର କ୍ରୀଡ଼ାସୂଚୀ ଘୋଷଣା କରିଛି ଆଇସିସି । ଜୁନ 1ରୁ ଜୁନ 29 ମଧ୍ୟରେ ଖେଳାଯିବ ଟି20 ବିଶ୍ବକପ୍‌ 2024 । ପ୍ରଥମ ଥର ପାଇଁ ଏହି ଆଇସିସି ଟୁର୍ଣ୍ଣାମେଣ୍ଟରେ 20ଟି ଦଳ ଅଂଶଗ୍ରହଣ କରିବେ । ତେବେ ଚଳିତ ବର୍ଷ ଉଦ୍‌ଘାଟନୀ ମ୍ୟାଚ୍‌ ଆୟୋଜକ ଆମେରିକା ଓ କାନାଡ଼ା ମଧ୍ୟରେ ଖେଳାଯିବ । ଭାରତ ଏହାର ଅଭିଯାନ ଜୁନ 5 ତାରିଖରୁ ଆୟରଲାଣ୍ଡ ବିପକ୍ଷରେ ଆରମ୍ଭ କରିବ । ସେହିଭଳି 29 ଜନରେ ଖେଳାଯିବ ଫାଇନାଲ୍‌ ମ୍ୟାଚ୍‌ ।

  • Get ready for the ultimate cricket carnival in the West Indies and the USA 🥁

    Unveiling the fixtures for the ICC Men’s T20 World Cup 2024 🗓️ 🤩#T20WorldCup | Details 👇

    — ICC (@ICC) January 5, 2024 " class="align-text-top noRightClick twitterSection" data=" ">

ଟୁର୍ଣ୍ଣାମେଣ୍ଟରେ ଖେଳାଯିବ 55 ମ୍ୟାଚ୍‌: ଟି20 ବିଶ୍ବକପ୍‌ 2024ରେ 30 ଦଳ ମଧ୍ୟରେ ମୋଟ 55ଟି ମ୍ୟାଚ୍‌ ଖେଳାଯିବ । ଜୁନ 1ରୁ 18 ତାରିଖ ମଧ୍ୟରେ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ । ଏହାପରେ ଜୁନ 19ରୁ 24 ତାରିଖ ମଧ୍ୟରେ ସୁପର-8 ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ । ଏହି ପର୍ଯ୍ୟାୟରୁ ଯେଉଁ 4ଟି ଦଳ ସେମିରେ ପ୍ରବେଶ କରିବେ, ସେମାନଙ୍କ ମଧ୍ୟରେ ସେମିଫାଇନାଲ୍‌ 26 ଓ 27 ଜୁନରେ ଖେଳାଯିବ । ଶେଷରେ ଫାଇନାଲ୍‌ ମ୍ୟାଚ୍‌ ଜୁନ 29 ତାରିଖରେ ବାରବାଡୋସ୍‌ରେ ଖେଳାଯିବା ନେଇ କ୍ରୀଡ଼ାସୂଚୀ ଜାରି କରିଛି ଆଇସିସି ।

9 ଜୁନରେ ଭାରତ-ପାକିସ୍ତାନ ମହାଲଢ଼େଇ: ଟି20 ବିଶ୍ବକପ୍‌ 2024ର ବହୁପ୍ରତିକ୍ଷିତ ଭାରତ ଓ ପାକିସ୍ତାନ ମଧ୍ୟରେ ମହାଲଢ଼େଇ ଜୁନ 9 ତାରିଖରେ ନ୍ୟୁୟର୍କରେ ଖେଳାଯିବ । ଜୁନ 5 ତାରିଖରେ ଆୟରଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବା ପରେ ଭାରତ 9 ତାରିଖରେ ଏହାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ । ଏହାପରେ ଜୁନ 12ରେ ଆମେରିକା ଓ 15ରେ କାନାଡ଼ା ବିପକ୍ଷରେ ମୈଦାନକୁ ଓହ୍ଲାଇବେ ମେନ୍‌ ଇନ୍‌ ବ୍ଲ୍ୟୁ । ଟିମ୍‌ ଇଣ୍ଡିଆର ସବୁ ମ୍ୟାଚ୍‌ ଭାରତୀୟ ସମୟ ଅନୁଯାୟୀ ରାତି 8:30ରୁ ଆରମ୍ଭ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ଟି20 ବିଶ୍ବକପ୍‌ ଖେଳିବାକୁ ରୋହିତ-କୋହଲିଙ୍କ ଇଚ୍ଛା, ଖୁବଶୀଘ୍ର କଥା ହେବେ ଅଗରକର

ନୂଆ ଫର୍ମାଟ୍‌ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ: ଆଇସିସି ଟି20 ବିଶ୍ବକପ୍‌ 2024 ନୂଆ ଫର୍ମାଟ୍‌ରେ ଖେଳାଯିବ । ପୂର୍ବ ସଂସ୍କରଣ ଭଳି ଏଥର କ୍ବାଲିଫାୟର କିମ୍ବା ସୁପର-12 ଷ୍ଟେଜ୍‌ ଖେଳାଯିବ ନାହିଁ । ପୂର୍ବ ଥର ବିଶ୍ବକପ୍‌ରେ 16 ଟିମ୍‌ ଅଂଶଗ୍ରହଣ କରିଥିଲେ । ସେଥିରୁ 8 ଟିମ୍‌କୁ ସିଧାସଳଖ ସୁପର-12 ଷ୍ଟେଜ୍‌କୁ ମିଳିଥିଲା ଏଣ୍ଟ୍ରି । ଅନ୍ୟ 4 ଦଳ କ୍ବାଲିଫାଇଙ୍ଗ୍‌ ରାଉଣ୍ଡ ଜରିଆରେ ସୁପର-12ରେ ସ୍ଥାନ ପାଇଥିଲେ ।

ଏମିତି ରହିବ ଟି20 ବିଶ୍ବକପ୍‌ 2024ର ଫର୍ମାଟ୍‌: ଟି20 ବିଶ୍ବକପ୍‌ 2024ରେ ନକ୍‌ଆଉଟ୍‌ ସମେତ ମୋଟ 3 ଷ୍ଟେଜ୍‌ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ 20 ଦଳ ଅଂଶଗ୍ରହଣ କରିବାକୁ ଥିବାବେଳେ 4ଟି ଦଳରେ 5ଟି ଲେଖାଏଁ ଟିମ୍‌କୁ ସ୍ଥାନ ଦିଆଯାଇଛି । ପ୍ରତି ଗ୍ରୁପର ଟପ୍‌-2 ଦଳ ସୁପର-8ରେ ପ୍ରବେଶ କରିବେ । ଏହି 8 ଦଳକୁ 2ଟି ଗ୍ରୁପ୍‌ରେ ବଣ୍ଟାଯିବ । ସୁପର-8 ପର୍ଯ୍ୟାୟରେ ଉଭୟ ଗ୍ରୁପ୍‌ର ଟପ୍‌-2 ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିବେ । ଏହାପରେ ଦୁଇ ସେମିଫାଇନାଲ୍‌ ମ୍ୟାଚ୍‌ ଜରିଆରେ 2ଟି ଦଳ ଫାଇନାଲ୍‌ରେ ପ୍ରବେଶ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.