ETV Bharat / sports

IPL 2022 Eliminator: ବର୍ଷା ଯୋଗୁଁ ବାଙ୍ଗାଲୋର-ଲକ୍ଷ୍ନୌ ମ୍ୟାଚ ଟସ୍‌ରେ ବିଳମ୍ବ

author img

By

Published : May 25, 2022, 7:36 PM IST

Updated : May 25, 2022, 7:49 PM IST

IPL 2022 ଏଲିମିନେଟର ମ୍ୟାଚ୍‌ରେ ବର୍ଷା ସାଜିଲା ବାଧକ । ଏଥିପାଇଁ ଟ୍‌ସ ପଡ଼ି ପାରିନାହିଁ । ଏଲିମିନେଟର ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ମଧ୍ୟରେ ଖେଳାଯିବ । ଅଧିକ ପଢ଼ନ୍ତୁ

IPL 2022 Eliminator: ବର୍ଷା ଯୋଗୁଁ ବାଙ୍ଗାଲୋର-ଲକ୍ଷ୍ନୌ ମ୍ୟାଚ୍‌ ଟସ୍‌ରେ ବିଳମ୍ବ
IPL 2022 Eliminator: ବର୍ଷା ଯୋଗୁଁ ବାଙ୍ଗାଲୋର-ଲକ୍ଷ୍ନୌ ମ୍ୟାଚ୍‌ ଟସ୍‌ରେ ବିଳମ୍ବ

କୋଲକାତା: IPL 2022 ଏଲିମିନେଟର ମ୍ୟାଚ୍‌ରେ ବର୍ଷା ସାଜିଲା ବାଧକ । ଏଥିପାଇଁ ଟ୍‌ସ ପଡ଼ି ପାରିନାହିଁ । ଏଲିମିନେଟର ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ମଧ୍ୟରେ ଖେଳାଯିବ । ୯.୪୦ ମିନିଟ ପରେ ବର୍ଷା ଛାଡ଼ିଲେ ସୁଦ୍ଧା ପୂର୍ଣ୍ଣ ୨୦ ଓଭର ଲେଖାଏଁ ମ୍ୟାଚ୍‌ ଖେଳାଯିବ ।

11.56 ସୁଦ୍ଧା ବର୍ଷା ଛାଡ଼ିଲେ ପ୍ରତ୍ୟେକ ଇନିଂସ ୫ ଓଭର ଲେଖାଏଁ ଖେଳାଯିବ । ୫ ଓଭର ପାଇଁ ସମୟ ନହେଲେ ଓ ୧୨.୫୦ ମିନିଟ ସୁଦ୍ଧା ବର୍ଷା ଛାଡ଼ିଲେ ସୁପର ଓଭର ଖେଳାଯାଇ ପାରିବ । ବର୍ଷା ଯୋଗୁଁ ମ୍ୟାଚ୍‌ ନହେଲେ ଲିଗ୍‌ ମ୍ୟାଚ୍‌ ରନ୍‌ରେଟ ଆଧାରରେ କୌଣସି ଦଳକୁ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ ପାଇଁ ଉତୀର୍ଣ୍ଣ ହେବ ।

ଲାଟେଷ୍ଟ ଅପ୍‌ଡେଟ୍‌ ମୁତାବକ ବର୍ଷା ଯୋଗୁଁ ଇଡେନଗାର୍ଡେନର ସମ୍ପୂର୍ଣ୍ଣ ଗ୍ରାଉଣ୍ଡକୁ ଘୋଡ଼ାଇ ଦିଆଯାଇଛି । ବର୍ଷା ଛାଡ଼ିବାର କିଛି ସମୟ ମଧ୍ୟରେ ଟସ୍‌ ପଡ଼ିବା ସହ ମ୍ୟାଚ୍‌ ଆରମ୍ଭ ହେବା ନେଇ ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 25, 2022, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.