ETV Bharat / bharat

Andhra violence: 46 ଗିରଫ, ବ୍ୟାପକ ପୋଲିସ ମୁତୟନ

author img

By

Published : May 25, 2022, 8:53 PM IST

ଆନ୍ଧ୍ରପ୍ରଦେଶ ଅମଲାପୁରମ ହିଂସାକାଣ୍ଡ ମାମଲାରେ ଗିରଫଦାରୀ 46କୁ ବୃଦ୍ଧି । ସହରରେ ବ୍ୟାପକ ପୋଲିସ ମୁତୟନ । ଅଧିକ ପଢନ୍ତୁ

Andhra violence: 36 ଗିରଫ, ବ୍ୟାପକ ପୋଲିସ ମୁତ
Andhra violence: 36 ଗିରଫ, ବ୍ୟାପକ ପୋଲିସ ମୁତ

ଅମରାବତୀ: ଆନ୍ଧ୍ରପ୍ରଦେଶ ଅମଲାପୁରମରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ସହରରେ ବଢିଛି ସୁରକ୍ଷା ବ୍ୟବସ୍ଥା । ଆଜି ପୋଲିସ ବଳ ସହରରେ ଫ୍ଲାଗମାର୍ଚ୍ଚ କରିଛି । ଏପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ 46 ଦଙ୍ଗାକାରୀଙ୍କୁ ଗିରଫ କରାଯାଇ ସରିଛି । ମଙ୍ଗଳାବାର ସହରରେ ବଡ ଧରଣର ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଏଥିରେ ଜଣେ ମନ୍ତ୍ରୀ ଓ ବିଧାୟକଙ୍କ ଘର ଉପରେ ଆକ୍ରମଣ କରିବା ସହ ନିଆଁ ଲଗାଇଥିଲେ ଦୁର୍ବୃତ୍ତ ।

  • Andhra Pradesh | Heavy police force deployed in Amalapuram town in Konaseema amid protests by residents over changing of district name. Several had resorted to stone-pelting and set fire to vehicles targeting police, MLA's house. At least 20 policemen were also injured. pic.twitter.com/KTGW1cm4Fa

    — ANI (@ANI) May 25, 2022 " class="align-text-top noRightClick twitterSection" data=" ">

ତେବେ ଘଟଣା ପରେ ସହରରେ ହାଇଆଲର୍ଟ ଜାରି କରାଯାଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଧାରା 144 ଲାଗୁ କରିଥିଲା ସ୍ଥାନୀୟ ପ୍ରଶାସନ । ସ୍ଥିତିରେ ଧିରେ ଧିରେ ସୁଧାର ଆସିବାରେ ଲାଗିଛି । ବର୍ତ୍ତମାନ ମଧ୍ୟ ସହରରେ ଅତିରିକ୍ତ ପୋଲିସ ବଳ ମୁତୟନ ହୋଇଛନ୍ତି । ଘଟଣାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା 46 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ମଙ୍ଗଳବାର ଘଟିଥିବା ହିଂସାରେ, ପୋଲିସ ଉପରକୁ ପଥର ଫିଙ୍ଗି ଗାଡିରେ ନିଆଁ ଲଗାଇ ଦେଇଥିଲେ ହିଂସାକାରୀ । ଏଥିସହ ହିଂସାକାରୀ ରାଜ୍ୟ ମନ୍ତ୍ରୀ ପି.ବିଶ୍ୱରୂପ ଏବଂ ବିଧାୟକ ସତୀଶଙ୍କ ଘରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ । ଏହି ହିଂସାରେ ପୋଲିସ କର୍ମୀଙ୍କ ସମେତ ପ୍ରାୟ 12 ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ଜିଲ୍ଲାର ନାମ ପରିବର୍ତ୍ତନକୁ ନେଇ ଏହି ବିବାଦ ହିଂସାର ରୂପ ନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.