ETV Bharat / city

ସୋସିଆଲ ମିଡିଆରେ ବିବାଦୀୟ ବୟାନରୁ କ୍ଷାନ୍ତ ରହନ୍ତୁ ବର୍ଷା-ଅନୁଭବ: ଆଇନଜୀବୀ

author img

By

Published : May 25, 2022, 7:54 PM IST

ସୋସିଆଲ ମିଡିଆରେ ବିବାଦୀୟ ବୟାନରୁ ବର୍ଷା-ଅନୁଭବ କ୍ଷାନ୍ତ ରହିବାକୁ ଆଇନଜୀବୀଙ୍କ ଅପିଲ
ସୋସିଆଲ ମିଡିଆରେ ବିବାଦୀୟ ବୟାନରୁ ବର୍ଷା-ଅନୁଭବ କ୍ଷାନ୍ତ ରହିବାକୁ ଆଇନଜୀବୀଙ୍କ ଅପିଲ

ମାମଲା କୋର୍ଟରେ ବିଚାରଧୀନ ଥିବାରୁ ଉଭୟ ପକ୍ଷଙ୍କୁ ସୋସିଆଲ ମିଡିଆ ପୋଷ୍ଟ କିମ୍ବା ଅନ୍ୟାନ୍ୟ ଆଇନ ବହିର୍ଗତ କାର୍ଯ୍ୟରୁ ନିବୃତ ରହିବାକୁ ଷ୍ଟାର କପଲ ବର୍ଷା-ଅନୁଭବଙ୍କୁ ଆଇନଜୀବୀଙ୍କ ଅପିଲ । ଅଧିକ ପଢନ୍ତୁ

କଟକ: ଦିନକୁ ଦିନ ତିବ୍ର ହେଉଛି ସେଲିବ୍ରେଟି ଦମ୍ପତି ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ମାମଲା । ମାମଲା କୋର୍ଟରେ ବିଚାରଧୀନ ଥିବାରୁ ଉଭୟ ପକ୍ଷଙ୍କୁ ସୋସିଆଲ ମିଡିଆ ପୋଷ୍ଟ କିମ୍ବା ଅନ୍ୟାନ୍ୟ ଆଇନ ବହିର୍ଗତ କାର୍ଯ୍ୟରୁ ନିବୃତ ରହିବାକୁ ଆଇନଜୀବୀଙ୍କ ଅପିଲ । ଏପରି କରିବା ଦ୍ବାରା ଦୁହେଁ ଦୁଇଜଣଙ୍କ ବ୍ୟକ୍ତିତ୍ବକୁ ଖରାପ କରୁଥିବା ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ କହିଛନ୍ତି ।

ସୋସିଆଲ ମିଡିଆରେ ବିବାଦୀୟ ବୟାନରୁ ବର୍ଷା-ଅନୁଭବ କ୍ଷାନ୍ତ ରହିବାକୁ ଆଇନଜୀବୀଙ୍କ ଅପିଲ

ଅନୁଭବ ଭିଡ଼ିଓ ଜାରି କରିବା ପରେ ରବିବାର ପ୍ରଥମେ କଟକ ପୁରୀଘାଟ ଥାନାରେ ଏତଲା ଦାଏର କରିଥିଲେ ବର୍ଷା । ଆଜି(ବୁଧବାର) ପୁଣି ଏକ ଏତଲା ସହ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି । ତେବେ ବର୍ଷାଙ୍କ ଏତାଲାକୁ ଗ୍ରହଣ କରି ପୋଲିସ ଏକ ମାମଲା ରୁଜୁ କରି ଥିବାବେଳେ ଭିଡିଓର ମୂଳ ପର୍ଯ୍ୟନ୍ତ ଯିବାପାଇଁ ୟୁ-ଟ୍ୟୁବକୁ ଚିଠି ଲେଖାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଥାନାରେ ଦାଏର କରିଥିବା ନିଜ ଏତାଲାରେ ବର୍ଷା ଉଲ୍ଲେଖ କରିଛନ୍ତି ଯେ, "କିଛି ଦିନ ହେଲା ସାମାଜିକ ଗଣମାଧ୍ୟମରେ ତାଙ୍କ ପ୍ରତି ଖରାପ ମନ୍ତବ୍ୟ ଓ ଅପମାନସୂଚକ ବାକ୍ୟର ବ୍ୟବହାର କରାଯାଉଛି । କିଛି ଲୋକ ତାଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି । ସେହି ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ" ।

ଆଇପିସିର ଧାରା 509 ଓ 67 ଆଇଟି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଭିଡିଓଟି ପ୍ରକୃତରେ କିଏ ପୋଷ୍ଟ କରିଛି ଏବଂ କାହା ଆକାଉଣ୍ଟରୁ ପୋଷ୍ଟ କରିଛି ତାହା ଜାଣିବା ପାଇଁ ୟୁ-ଟ୍ୟୁବ ସହ ଯୋଗାଯୋଗ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ବଡ଼ କଥା ହେଉଛି କି ଅନୁଭବ ନିଜେ ହିଁ ଏହି ଭିଡିଓଗୁଡ଼ିକ ପ୍ରସ୍ତୁତ କରୁଛନ୍ତି ଏବଂ ଏହି ଭିଡିଓଗୁଡ଼ିକ ଅନୁଭବଙ୍କ ୟୁ-ଟ୍ୟୁବ ଚାନେଲରେ ପୋଷ୍ଟ ହେଉଥିଲେ ମଧ୍ୟ ବର୍ଷା ନିଜର ଏତଲାରେ ଅନୁଭବଙ୍କ ନାଁ ଉଲ୍ଲେଖ କରି ନାହାଁନ୍ତି । ଏହା ପଛର କାରଣ ଯାହା ବି ହୋଇଥାଉ ନା କାହିଁକି, କିନ୍ତୁ ଏପରି ପ୍ରଥମ ଥର ଘଟିଛି ।

କାରଣ ଏହା ପୂର୍ବରୁ ବର୍ଷା ଦାଏର କରିଥିବା 8ଟି ଏତାଲାରେ ଅନୁଭବ ଓ ତାଙ୍କର ପରିବାର ଲୋକଙ୍କ ନାଁରେ ହିଁ ହୋଇଥିଲା । ଏହି ଏତାଲାଟିରେ ଅନୁଭବ ନାଁ ନଥିଲେ ମଧ୍ୟ ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବ ଭିଡିଓ ଜାରି କରିଥିବାରୁ ପୋଲିସ ଅନୁଭବଙ୍କୁ ନିଜର ତଦନ୍ତ ପରିସରକୁ ଆଣିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ତେବେ ଏନେଇ ପଚରାଯିବାରୁ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମନା କରି ଦେଇଛନ୍ତି ବର୍ଷା । ସେପଟେ କୋର୍ଟରେ ମାମଲା ବିଚାରଧିନ ଥିବାରୁ ଉଭୟ ପକ୍ଷ ଏପରି କାର୍ଯ୍ୟରୁ କ୍ଷାନ୍ତ ରହି କୋର୍ଟଙ୍କ ରାୟକୁ ଅପେକ୍ଷା କରିବା ଉଚିତ ବୋଲି ମତ ଦେଇଛନ୍ତି ଆଇନଜୀବୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.