ETV Bharat / health

ଖାଇବା ପରେ ବା ପୂର୍ବରୁ ଚା'-କଫି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ - ICMR Instruction To Avoid Tea

author img

By ETV Bharat Odisha Team

Published : May 15, 2024, 4:13 PM IST

Side Effects of Tea or Coffee Before and After Meals: ଚା' କିମ୍ବା କଫି ସମଗ୍ର ବିଶ୍ୱରେ ଏକ ପ୍ରିୟ ପାନୀୟ ଯାହାକୁ ଲୋକମାନେ ସକାଳ କିମ୍ବା ସନ୍ଧ୍ୟାରେ ଯେକୌଣସି ସମୟରେ ପିଇବାକୁ ପସନ୍ଦ କରନ୍ତି । ଏପରି ପରିସ୍ଥିତିରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ପ୍ରକାଶ କରିଛି ଯେ ଖାଇବା ପୂର୍ବରୁ ଏବଂ ପରେ ଚା' ଏବଂ କଫି ପିଇବା ଅତ୍ୟନ୍ତ ବିପଜ୍ଜନକ ଅଟେ । ଅଧିକ ପଢନ୍ତୁ,

ଖାଇବା ପରେ ବା ପୂର୍ବରୁ ଚା'-କଫି ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ
ଖାଇବା ପରେ ବା ପୂର୍ବରୁ ଚା'-କଫି ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ (ETV Bharat Odisha)

ହାଇଦ୍ରାବାଦ: ଚା' ଏବଂ କଫି.... ଏହା ସମଗ୍ର ବିଶ୍ୱରେ ସବୁଠାରୁ ଲୋକପ୍ରିୟ ପାନୀୟ ଅଟେ । ବିଶେଷକରି ଆମ ଦେଶ ଭାରତରେ ଲୋକମାନେ ଏହାକୁ ବହୁତ ଉତ୍ସାହରେ ପିଅନ୍ତି । ଏହାର କ୍ରେଜ ଏତେ ପରିମାଣରେ ଅଛି ଯେ ଲୋକମାନେ ସକାଳୁ ଏକ କପ ଚା' କିମ୍ବା କଫିରୁ ଦିନ ଆରମ୍ଭ କରନ୍ତି ଏବଂ ସେମାନଙ୍କ ଦିନ ମଧ୍ୟ ଚା' ପିଇବା ସହ ଶେଷ ହୁଏ । କିଛି ଲୋକଙ୍କର ଚା' କିମ୍ବା କଫି ପିଇବାର ଏପରି ଅଭ୍ୟାସ ଅଛି ଯେ ସେମାନେ ଦିନସାରା ଏହାକୁ ପିଇବାକୁ ଭଲପାଆନ୍ତି । ତେବେ ଆପଣ ଜାଣନ୍ତି କି ଅଧିକ ପରିମାଣରେ ସେବନ କରିବା ଆପଣଙ୍କ ପାଇଁ କ୍ଷତିକାରକ । ବିଶେଷ କରି ଖାଇବା ପରେ ବା ପୂର୍ବରୁ ଚା' କିମ୍ୱା କଫି ପିଇବା ବିପଦଜ୍ଜନକ ଅଟେ । ଏହା ଆମେ ନୁହେଁ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ନିଜେ ଏହା କହିଛନ୍ତି ।

ଚା କଫି ପିଇବାର ପାର୍ଶ୍ୱ ପ୍ରତିକ୍ରିୟା
ଚା କଫି ପିଇବାର ପାର୍ଶ୍ୱ ପ୍ରତିକ୍ରିୟା (ETV Bharat Odisha)

ଉନ୍ନତ ସ୍ୱାସ୍ଥ୍ୟ ପାଇଁ ଆଇସିଏମଆର ନିକଟରେ ବିଭିନ୍ନ ନିର୍ଦ୍ଦେଶାବଳୀ ପ୍ରକାଶ କରିଛି । ଏକ ସୁସ୍ଥ ଜୀବନଶୈଳୀ ସହ ଏକ ସନ୍ତୁଳିତ ଖାଦ୍ୟ ଏକାନ୍ତ ଆବଶ୍ୟକ । ଭୋଜନ ପୂର୍ବରୁ ଏକ ଘଣ୍ଟା ପାଇଁ କଫି ଏବଂ ଚା' ଗ୍ରହଣ କରିବା କ୍ଷତିକାରକ ବୋଲି ଚେତାବନୀ ଦିଆଯାଇଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ (NIN) ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରେ ଏହା ପ୍ରକାଶ ପାଇଛି ।

ଚା କଫି ପିଇବାର ପାର୍ଶ୍ୱ ପ୍ରତିକ୍ରିୟା
ଚା କଫି ପିଇବାର ପାର୍ଶ୍ୱ ପ୍ରତିକ୍ରିୟା (ETV Bharat Odisha)

ଭୋଜନ ପୂର୍ବରୁ ଏବଂ ପରେ ଚା' କିମ୍ୱା କଫି ନ ପିଇବାକୁ ପରାମର୍ଶ

ଚା' ଏବଂ କଫିରେ କଫିନ୍ ଏବଂ ଟେନିନ୍ ଥାଏ । କଫିନ ସେଣ୍ଟ୍ରାଲ ସ୍ନାୟୁ ପ୍ରଣାଳୀରେ ଏବଂ ଖାଦ୍ୟର ଆଇରନ ଉପରେ ଟେନିନ୍ ଉପରେ ଅଧିକ ପ୍ରଭାବ ପକାଇଥାଏ । ଟେନିନ୍ ଖାଇବା ସମୟରେ ଖାଦ୍ୟରେ ଥିବା ଆଇରନର ପରିମାଣକୁ ହ୍ରାସ କରିଥାଏ । ଏହି ଆଇରନ ଶରୀରରେ ପ୍ରୋଟିନ୍ ହେମୋଗ୍ଲୋବିନ୍ ତିଆରି କରିଥାଏ । ଏହା ସମଗ୍ର ଶରୀରକୁ ଅମ୍ଳଜାନ ଯୋଗାଇବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଣୁ ଏହାକୁ ପିଇଲେ ଉପସ୍ଥିତ ଥିବା ଟେନିନ୍ଗୁଡ଼ିକରେ ଆଇରନ ଅବଶୋଷଣ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବାର ଆଶଙ୍କା ଥାଏ, ତେଣୁ ଭୋଜନ ପୂର୍ବରୁ ଏବଂ ପରେ ଚା' କଫି ନ ପିଇବାକୁ ପରାମର୍ଶ ଦିଆଯାଇଛି । କାରଣ ଗୋଟିଏ କପ୍ କଫିରେ ଆମେ ୮୦ ରୁ ୧୨୦ ମିଲିଗ୍ରାମ କଫିନ ଥିବା ବେଳେ ଏବଂ ଇନଷ୍ଟାଣ୍ଟ କଫିରେ ୫୦-୬୫ ମିଗ୍ରା କଫିନ୍ ଥାଏ । ସେହିପରି ଚା'ରେ ୩୦-୬୫ ମିଗ୍ରା କଫିନ୍ ଥାଏ । ଯାହା ଶରୀର ଉପରେ କୁପ୍ରଭାବ ପକାଇଥାଏ ।

ଚା କଫି ପିଇବାର ପାର୍ଶ୍ୱ ପ୍ରତିକ୍ରିୟା
ଚା କଫି ପିଇବାର ପାର୍ଶ୍ୱ ପ୍ରତିକ୍ରିୟା (ETV Bharat Odisha)

ଗ୍ରୀନ ଟି' କିମ୍ବା ବ୍ଲାକ ଟି' ଶରୀର ପାଇଁ ଲାଭଦାୟକ

ରିପୋର୍ଟ ଅନୁଯାୟୀ, ଚା' ଏବଂ କଫି ଗୁଡିକ ସୀମିତ ପରିମାଣରେ ଦିନକୁ (୩୦୦ମିଗ୍ରାରୁ ଅଧିକ) ପିଇବା ଉଚିତ ନୁହେଁ। ତେବେ ଏହି ନୂତନ ଗାଇଡଲାଇନରେ ଆଇସିଏମଆର ଏହା ମଧ୍ୟ କହିଛି ଯେ କ୍ଷୀର ଚା' ପିଇବା ପରିବର୍ତ୍ତେ କ୍ଷୀର ବିନା ଚା' ପିଇବା ଯଥା ଗ୍ରୀନ ଟି' କିମ୍ବା ବ୍ଲାକ ଟି' ଅଧିକ ଲାଭଦାୟକ ହୋଇପାରେ । କାରଣ ଏହି ଚା'ରେ ଥିଓବ୍ରୋମାଇନ୍ ଏବଂ ଥିଓଫିଲାଇନ୍ ଥାଏ, ଯାହା ଧମନୀକୁ ଆରାମ ଦେଇଥାଏ ଏବଂ ଏହିପରି ରକ୍ତ ସଞ୍ଚାଳନକୁ ପ୍ରୋତ୍ସାହିତ କରିଥାଏ । ଏଥିରେ ଫ୍ଲାଭୋନାଏଡ ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟ ପଲିଫେନୋଲ ମଧ୍ୟ ରହିଥାଏ, ଯାହା କରୋନାରୀ ହୃଦ ରୋଗ ଏବଂ କୋଲନ କର୍କଟ ରୋଗର ଆଶଙ୍କା ହ୍ରାସ କରିପାରେ ।

ଏହା ମଧ୍ୟ ପଢନ୍ତୁ: ଚା' କିମ୍ବା କଫି ପିଇବା ପୂର୍ବରୁ ପାଣି ପିଉଛନ୍ତି କି ? ଜାଣନ୍ତୁ ଶରୀର ଉପରେ ପ୍ରଭାବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.