ବାରିପଦାରେ ସାଧାରଣ ସଭାରେ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ LIVE - Narendra Modi at Baripada

By ETV Bharat Odisha Team

Published : May 29, 2024, 1:21 PM IST

Updated : May 29, 2024, 2:04 PM IST

thumbnail
ଭୁବନେଶ୍ୱର: ପୁଣିଥରେ ଆଜି (ବୁଧବାର) ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଇଭୋଲଟେଜ ପ୍ରଚାର କାର୍ଯ୍ୟକ୍ରମ ରହିଛି । ବାରିପଦା ସ୍ଥିତ ଛଉ ପଡିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ମୋଦି  । ଜନସଭାରେ ମୋଦିଙ୍କ ସହ ଦଳୀୟ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି  ।  ଏଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି  । ଆୟୋଜିତ ଏହି ବିଶାଳ ଜନସଭାରେ ହଜାର ହଜାର ଜନତା ସାମିଲ ହୋଇଛନ୍ତି  । ବାରିପଦା ପରେ ବାଲେଶ୍ବର ରେମୁଣାରେ ପହଞ୍ଚି ଦଳୀୟ ପ୍ରଚାର କରିବା ସହ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗ ଦେବେ ମୋଦି  । ରେମୁଣାରେ ପ୍ରଚାର କରି ବିଜେପିର ବାଲେଶ୍ବର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍କୀ ଏବଂ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗିବେ । ଏହାପରେ କେନ୍ଦ୍ରାପଡାରେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର, ଇଟିଭି ଭାରତ
Last Updated : May 29, 2024, 2:04 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.