ETV Bharat / bharat

ମେ ୧୬ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - DAILY HOROSCOPE

author img

By ETV Bharat Odisha Team

Published : May 16, 2024, 12:00 AM IST

Horoscope Of 16th May 2024: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେ ୧୬ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେ ୧୬ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (Etv Bharat)

ମେଷ: ଆପଣଙ୍କ କ୍ରୀଡା ଭାବନା ଉଭୟ ଆପଣଙ୍କ ବ୍ୟବସାୟିକ ଓ ବ୍ୟକ୍ତିଗତ ଜୀବନରେ କାମ ଦେବ । ଆଜି ଆପଣଙ୍କ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଦିନ ହୋଇପାରେ ଓ ଆପଣ ନିଜ ବିଶେଷ ଗୁଣଗୁଡିକ ଭୁଲିବା ଉଚିତ ନୁହେଁ ।

ବୃଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିପାରେ । ଆପଣ ନିଜ ଜୀବନର ସକାରାତ୍ମକ ଦୃଷ୍ଟିକୋଣଗୁଡିକ ବଢାଇବାରେ ଧ୍ୟାନ କେନ୍ଦ୍ରିତ କରିବେ । ଆପଣ ଆୟ ବ୍ୟୟର ହିସାବକୁ ତନ୍ନତନ୍ନ କରି ପରୀକ୍ଷା କରି ଖର୍ଚ୍ଚ କରନ୍ତୁ । ଆଜି ଦିନଟିରେ ବିଦ୍ୟାର୍ଥୀମାନେ ନିଜ ବିଦ୍ୟାଳୟରେ କିମ୍ଵା ପଢାପଢିରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅପରାହ୍ନ ପରେ ଅବସ୍ଥାରେ ପରିବର୍ତ୍ତନ ଘଟି ସୁଖ ଓ ସମୃଦ୍ଧିର ବାତାବରଣ ଦେଖାଦେବ ।

ମିଥୁନ: ଆଜି ଆପଣଙ୍କ ଷ୍ଟାଇଲ୍‍ ଓ ସ୍ଵାଦର ଧାରଣା ସମସ୍ତଙ୍କୁ ଚକିତ କରିଦେବ । ଲୋକମାନେ ଆପଣଙ୍କୁ ଟିକେ ଦେଖିବା ପାଇଁ ଚାତକ ପରି ଚାହିଁ ରହିବେ । ଆଜି ଆପଣ ଜଣେ ସେଲିବ୍ରିଟି ହୋଇଯିବେ । ଆଜି ଦିନରେ ଆପଣଙ୍କର ଆର୍ଥିକ ଲାଭ ହେବ । ଆପଣ ଭଲ ଖାଦ୍ୟ ଖାଇବେ ଏବଂ ସମ୍ପର୍କୀୟ ଗହଣରେ ମଜା ମଜଲିସ୍‌ କରିବାର ଆନନ୍ଦ ନେଇପାରନ୍ତି ।

କର୍କଟ: ଆଜି ଆପଣଙ୍କ ଦାମ୍ପତ୍ୟ ଜୀବନ ପାଇଁ ଏକ ବହୁତ ଭଲ ଦିନ । ବାହାରକୁ ଯିବା କିମ୍ୱା ପିକ୍‌ନିକ୍‌ରେ ଯିବା ଆପଣଙ୍କ ପାଇଁ ଦିନ ଭଲ ଆଡକୁ ନେଇପାରେ । ଅବଶ୍ୟ ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତିରେ ପରିବର୍ତ୍ତନ ଆଣିବ । ଆପଣ ଅତି ଭାବପ୍ରବଣ ହୋଇ ପଡିବେ କିନ୍ତୁ ସେଥିରେ ବହୁ ଭାବରେ ପ୍ରଭାବିତ ହେବେ ନାହିଁ ।

ସିଂହ: ଏହି ଦିନ ଆପଣଙ୍କ ପାଇଁ ମାନ୍ଦା ରହିବ । ଅବଶ୍ୟ ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତିରେ ଉନ୍ନତି ହେବ । ଆପଣ ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ଆଜି ଏହାକୁ ଆଖି ଆଗରେ ରଖି ଆପଣ ନିଜ ସ୍ଵାସ୍ଥ୍ୟକୁ ସବୁଠାରୁ ଅଧିକ ପ୍ରାଥମିକତା ଦେବେ । ଆପଣ ନିଜ ବ୍ୟାୟାମ ଅଭ୍ୟାସ ପାଇଁ ଏକ ଚାର୍ଟ ପ୍ରସ୍ତୁତ କରିବେ ଓ ଏହାକୁ ସଠିକ ଭାବେ ଅନୁସରଣ କରିବାକୁ ଚେଷ୍ଟା କରିବେ ।

କନ୍ୟା: ଆଜି ଆପଣ ଟଙ୍କାକୁ ନେଇ ପୂର୍ବ ଠାରୁ ବହୁତ ଅଧିକ ଶକ୍ତିଶାଳୀ ଅନୁଭବ କରିବେ ଯାହା ଆପଣ କେବେ ବି ଅନୁଭବ କରି ନଥିବେ । ଆପଣ ଭବିଷ୍ୟତରେ ଯଦି କୌଣସି ଆର୍ଥିକ ଅସନ୍ତୁଳନତା ଆସେ ତା ପାଇଁ ଟଙ୍କାର ବ୍ୟବସ୍ଥା କରିବାର ଆବଶ୍ୟକତାକୁ ଆଜି ବୁଝିବେ । ଆପଣଙ୍କ ନେତୃତ୍ଵ ନେବା ଗୁଣ ଆପଣଙ୍କ ଚାରିପାଖରେ ଥିବା ଲୋକମାନଙ୍କ ଦ୍ଵାରା ପ୍ରଶଂସାଯୋଗ୍ୟ ହେବ ।

ତୁଳା: ଆଜି ଆପଣଙ୍କର ବହୁତ କାମ ରହିବ ଓ ଆପଣ କୌଣସି ପ୍ରକାରେ ସବୁ ସମ୍ଭାଳିନେବେ । ଆଜି ଦିନଟି ଆପଣଙ୍କ ଅନେକ କାର୍ଯ୍ୟବ୍ୟସ୍ତତାରେ ଯିବ । ବିଶେଷକରି ସେଥିରେ ଚିଠି ଲେଖିବା ଓ ପୁରୁଣା ଲୋକଙ୍କ ସହ ଯୋଗାଯୋଗ କରିବା ଅନ୍ତର୍ଭୁକ୍ତ ରହିବ । ଏକ ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍‍ ଆସିପାରେ । କାର୍ଯ୍ୟର ଆୟୋଜନ କରିବା ଦାୟିତ୍ଵ ଆପଣଙ୍କୁ ଦିଆଯାଇପାରେ ।

ବିଛା: ଆଜି ଆପଣ ସୁରକ୍ଷିତ ଏବଂ ନିରାପଦ ରହିବା ପାଇଁ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଆଜି ଆପଣ ଛୋଟ ଛୋଟ କଥାରେ ଚିନ୍ତିତ ହୋଇପାରନ୍ତି ସେଥିପାଇଁ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ ଏହା ଆପଣଙ୍କ ଖୁସିରେ ବାଧା ଦେବା ଓ ଆପଣଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଖରାପ ହୋଇପାରେ ।

ଧନୁ: ଆଜି ଦିନଟି ଆପଣ ପାଇଁ ଉଜ୍ୱଳମୟ ରହିବ । ଆପଣ ସାରାଦିନ ହସଖୁସିରେ ରହିବେ । ଆଜି ଆପଣ ପରିଶ୍ରମରୁ କିଛିଟା ମୁକ୍ତ ରହିବେ । ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଇପାରନ୍ତି। ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି ।

ମକର: ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ଆପଣ ଯଦି କିଛି ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହେଲେ ତୁରନ୍ତ ତାହାକୁ କାର୍ଯ୍ୟକାରୀ କରନ୍ତୁ । ଆଜିର ଦିନଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ଅଟେ । ଆପଣ ବାକି ଥିବା କାମ ଗୁଡିକ ସଫଳତାର ସହ ଶେଷ କରିବେ ଓ ଆପଣଙ୍କ ଉପରିସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସନୀୟ ହେବେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ: ଆପଣ ଆଜି ଦିନସାରା ଆନନ୍ଦ ଲାଭ କରିବେ । ସରଳତା ଆପଣଙ୍କ ଏକ ନୂଆ ଅବତାର ହେବ । ଆପଣଙ୍କ ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ସମ୍ପର୍କ ସୁଦୃଢ ହେବ । ବିଶ୍ୱାସ ଏବଂ ସଂକଳ୍ପ ସହିତ ଆପଣ ସମସ୍ତ ନିର୍ଦ୍ଦେଶଗୁଡିକର କାର୍ଯ୍ୟଭାର ଗ୍ରହଣ କରିବେ । ଏକ ଗସ୍ତରେ ଯିବାର ସମ୍ଭାବନା ଅଛି ।

ମୀନ: ଆଜି ଆପଣ ନିଜକୁ ଦାର୍ଶନିକ ମାନସିକ ସ୍ଥିତିରେ ପାଇବେ । ଆଜି ଆପଣ ଜିନିଷଗୁଡିକ କିପରି ଦେଖାଯାଉଛି ତାହା ନ ଦେଖି ସେଗୁଡିକ ବାସ୍ତବରେ କଣ ତାହା ଦେଖିବାକୁ ସକ୍ଷମ ହେବେ । ଆପଣ ଗୋଟିଏ ପରେ ଗୋଟିଏ କାମକୁ ହାତକୁ ନେବେ । ଘରେ ସବୁ ସ୍ଥିର ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ମାଙ୍କ ଠାରୁ ସୁଖବର ପାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.