ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - Mangala Alati

By ETV Bharat Odisha Team

Published : May 16, 2024, 6:35 AM IST

thumbnail
Mangala Alati (ETV BHARAT ODISHA)

Mangala Alati: ପୁରୀ: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ  । ନୀଳାଚଳିଆଙ୍କୁ ଦେଖିବାକୁ ଭକ୍ତ ବ୍ୟାକୁଳ । ନିରାଶାର ଆଶା ସେ ଅନାଥର ନାଥ । ସେ ଭାବବିନୋଦିଆ ଠାକୁର  । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ପ୍ରଭୁ ପତିତପାବନ  । ତାଙ୍କରି ଦର୍ଶନ ଟିକିଏ ପାଇଁ କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ର ଧାଇଁ ଆସିଥାଏ ଭକ୍ତ  । ସକାଳୁ ସକାଳୁ ପ୍ରତିଦିନ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ଭଳି ଆଜି ପ୍ରଭାତରୁ ମଧ୍ୟ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ଓ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ  ସମ୍ପନ୍ନ ହୋଇଛି  । ସେବାୟତମାନେ ଧୂପ ଦୀପ, ଘଣ୍ଟି ଓ ମନ୍ତ୍ରୋପଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ କରିଛନ୍ତି । କୁହାଯାଏ ମଙ୍ଗଳ ଆଳତୀ ଦର୍ଶନ କରେ ଜୀବନର ସବୁ ପାପ କ୍ଷୟ ହୋଇ ଭଗବାନଙ୍କ ଅପାର କରୁଣା ପ୍ରାପ୍ତ ହୋଇଥାଏ  ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.