ETV Bharat / city

କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା ପ୍ରସଙ୍ଗ, ଓଡିଶା ଆସିଛନ୍ତି ପଶ୍ଚିମବଙ୍ଗ ପ୍ରଶାସନିକ ଟିମ

author img

By

Published : May 25, 2022, 8:56 PM IST

ଓଡିଶାର ଅତିରିକ୍ତ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ହାୱଡା ଜିଲ୍ଲାପାଳ । ହାୱଡା ଜିଲ୍ଲାପାଳଙ୍କ ଚିଠି ଅନୁସାରେ ପଶ୍ଚିମବଙ୍ଗର 4 ଜଣିଆ ଉଚସ୍ତରୀୟ ପ୍ରଶାସନିକ ଅଧିକାରୀ ଓଡିଶାର ଗଞ୍ଜାମ ଗସ୍ତରେ ଆସିଛନ୍ତି । ପଶ୍ଚିମବଙ୍ଗର ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ପ୍ରମୁଖ ସଚିବ ଦୃଶ୍ୟନ୍ତ ନରିଆଲଙ୍କ ନେତୃତ୍ବରେ ଏହି ଉଚ୍ଚସ୍ତରୀୟ ଟିମ ଆସୁଛି । ଅଧିକ ପଢନ୍ତୁ

କଳିଙ୍ଗା ଘାଟିରେ ବସ ଦୁର୍ଘଟଣା ପ୍ରସଙ୍ଗ
କଳିଙ୍ଗା ଘାଟିରେ ବସ ଦୁର୍ଘଟଣା ପ୍ରସଙ୍ଗ

ଭୁବନେଶ୍ବର: ଗଞ୍ଜାମ କଳିଙ୍ଗା ଘାଟିରେ ମର୍ମନ୍ତୁଦ ଟୁରିଷ୍ଟ ବସ ଦୁର୍ଘଟଣା ଘଟଣା । ଦାରିଙ୍ଗବାଡିରୁ ଫେରୁଥିବାବେଳେ ବସ୍ ବ୍ରେକ ପାଇପ ଫାଟିଯିବାରୁ ଅଘଟଣ ଘଟି ପଶ୍ଚିମବଙ୍ଗର 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 20ରୁ ଅଧିକ ଆହତ ହୋଇଛନ୍ତି । ମୃତଦେହ ଫେରାଇନେବା ସହ ଆହତଙ୍କ ଚିକିତ୍ସା ବାବଦରେ ଅବଗତ ହେବା ଲାଗି ଓଡିଶା ଆସୁଛନ୍ତି ପଶ୍ଚିମବଙ୍ଗର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଏନେଇ ପଦକ୍ଷେପ ନେବାକୁ ଓଡିଶାର ପ୍ରଶାସନକୁ ଅବଗତ କରିଛନ୍ତି ପଶ୍ଚିମବଙ୍ଗ ପ୍ରଶାସନ ।

କଳିଙ୍ଗା ଘାଟିରେ ବସ ଦୁର୍ଘଟଣା ପ୍ରସଙ୍ଗ, ଓଡିଶା ଆସିଛନ୍ତି ପଶ୍ଚିମବଙ୍ଗ ପ୍ରଶାସନିକ ଟିମ
କଳିଙ୍ଗା ଘାଟିରେ ବସ ଦୁର୍ଘଟଣା ପ୍ରସଙ୍ଗ, ଓଡିଶା ଆସିଛନ୍ତି ପଶ୍ଚିମବଙ୍ଗ ପ୍ରଶାସନିକ ଟିମ

ଓଡିଶାର ଅତିରିକ୍ତ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ହାୱଡା ଜିଲ୍ଲାପାଳ । ହାୱଡା ଜିଲ୍ଲାପାଳଙ୍କ ଚିଠି ଅନୁସାରେ ପଶ୍ଚିମବଙ୍ଗର 4 ଜଣିଆ ଉଚସ୍ତରୀୟ ପ୍ରଶାସନିକ ଅଧିକାରୀ ଓଡିଶାର ଗଞ୍ଜାମ ଗସ୍ତରେ ଆସିଛନ୍ତି । ପଶ୍ଚିମବଙ୍ଗର ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ପ୍ରମୁଖ ସଚିବ ଦୃଶ୍ୟନ୍ତ ନରିଆଲଙ୍କ ନେତୃତ୍ବରେ ଏହି ଉଚ୍ଚସ୍ତରୀୟ ଟିମ ଆସୁଛି ।

ଟିମରେ ହାୱଡାର ପିଡି ଡିଆରଡିସି ଦେବାଶିଷ ବୈଦ୍ୟ, ପଶ୍ଚିମବଙ୍ଗ ପୋଲିସର ଡିଏସପି ସୁବ୍ରତ ଭୌମିକ, ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଲକ୍ଷ୍ମୀକାନ୍ତ ଦେ ଅଛନ୍ତି । ପଶ୍ଚିମବଙ୍ଗ ଅଧିକାରୀଙ୍କ ଗମନାଗମନ ଓ ରହଣି ଲାଗି ବ୍ୟବସ୍ଥା କରିବା ଲାଗି ଅନୁରୋଧ କରାଯାଇଛି । ଟିମ ବିମାନ ଯୋଗେ ଓଡିଶା ଆସୁଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଲୋକ ହାୱାଡ ଜିଲ୍ଲାର ଉଦୟନାରାୟଣପୁର ବୋଲି ଜଣାପଡିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଆହତ ମାନଙ୍କର ଚିକିତ୍ସା ବ୍ୟବସ୍ଥା କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ବାବଦରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ମଧ୍ୟ ଆଲୋଚନା କରିଛନ୍ତି । ଦୁର୍ଘଟଣା ଘଟିଥିବା ବସରେ ଡ୍ରାଇଭରକୁ ମିଶାଇ 77 ଜଣ ଯାତ୍ରୀ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.