ETV Bharat / city

ସରପଞ୍ଚଙ୍କୁ ଜିଆରଏସଙ୍କ ଆକ୍ରମଣ, ନ୍ୟାୟ ଦାବିରେ SPଙ୍କ ଅଫିସ ସମ୍ମୁଖରେ ଧାରଣା

author img

By

Published : May 25, 2022, 7:40 PM IST

ଭଦ୍ରକ ଗ୍ରାମାଞ୍ଚଳ ଅଧିନସ୍ଥ ବାଣୀତିଆ ପଞ୍ଚାୟତର ସରପଞ୍ଚ ଦାମୋଦର ମହଲାଙ୍କୁ ଜିଆରଏସ ଭାଗିରଥି ପ୍ରଧାନ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା । ନ୍ଯାୟ ଦାବିରେ SPଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶତାଧିକ ମହିଳା ଓ ପୁରୁଷ ପ୍ରତିବାଦ କରିଛନ୍ତି । ଅଧିକ ପଢ଼ନ୍ତୁ

ସରପଞ୍ଚଙ୍କୁ ଜିଆରଏସଙ୍କ ଆକ୍ରମଣ, ନ୍ୟାୟ ଦାବିରେ SPଙ୍କ ଅଫିସ ସମ୍ମୁଖରେ ଧାରଣା
ସରପଞ୍ଚଙ୍କୁ ଜିଆରଏସଙ୍କ ଆକ୍ରମଣ, ନ୍ୟାୟ ଦାବିରେ SPଙ୍କ ଅଫିସ ସମ୍ମୁଖରେ ଧାରଣା

ଭଦ୍ରକ: ଗତ ମେ ମାସ 14 ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଅଧିନସ୍ଥ ବାଣୀତିଆ ପଞ୍ଚାୟତର ସରପଞ୍ଚ ଦାମୋଦର ମହଲାଙ୍କୁ ଜିଆରଏସ ଭାଗିରଥି ପ୍ରଧାନ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଗ୍ରାମାଞ୍ଚଳ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇଥିଲେ । ଆଜି(ବୁଧବାର) ନ୍ୟାୟ ଦାବିରେ SPଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶତାଧିକ ମହିଳା ଓ ପୁରୁଷ ପ୍ରତିବାଦ କରିଛନ୍ତି ।

ସରପଞ୍ଚଙ୍କୁ ଜିଆରଏସଙ୍କ ଆକ୍ରମଣ, ନ୍ୟାୟ ଦାବିରେ SPଙ୍କ ଅଫିସ ସମ୍ମୁଖରେ ଧାରଣା

ଭଦ୍ରକ ବ୍ଲକ ଅଧିନ ବାଣିତିଆ ପଞ୍ଚାୟତର ଏକ କାଢାନାଳ କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ବିବାଦ ଆରମ୍ଭ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ଆପୋଷ ବୁଝାମଣା ପାଇଁ ସରପଞ୍ଚ ଦାମୋଦର ମହଲାଙ୍କୁ ଥାନାକୁ ଆସୁଥିବା ବେଳେ ପଞ୍ଚାୟତ GRS ଭାଗିରଥି ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଗ୍ରାମାଞ୍ଚଳ ପୋଲିସ ।

ଗ୍ରାମବାସୀମାନେ ଏହି ଘଟଣାର ଶୀଘ୍ର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ । ତେବେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ନ୍ଯାୟ ଦାବିରେ ଶତାଧିକ ଗ୍ରାମବାସୀ SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ଜିଆରଏସଙ୍କ ଗିରଫ ଦାବି କରିଛନ୍ତି । ସେପଟେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.