ETV Bharat / city

ରାଜଧାନୀର ରାସ୍ତା ଉପରେ ବୁଲିଲା କଟୁରି, ପୋଲିସ ଉପସ୍ଥିତିରେ ଭାଇକୁ ହାଣିଲା ଭାଇ

author img

By

Published : May 25, 2022, 7:35 PM IST

ରାଜଧାନୀର ରାସ୍ତା ଉପରେ ବୁଲିଲା କଟୁରି, ପୋଲିସ ଉପସ୍ଥିତିରେ ଭାଇକୁ ହାଣିଲା ଭାଇ
ରାଜଧାନୀର ରାସ୍ତା ଉପରେ ବୁଲିଲା କଟୁରି, ପୋଲିସ ଉପସ୍ଥିତିରେ ଭାଇକୁ ହାଣିଲା ଭାଇ

ଲିଙ୍ଗରାଜ ଥାନା ରଥ ରୋଡରେ ଘଟିଛି ଅଘଟଣ । ଜମିଜମା ବିବାଦକୁ ନେଇ ରାସ୍ତା ଉପରେ ପୋଲିସ ଉପସ୍ଥିତିରେ ବଡ ଭାଇକୁ କଟୁରିରେ ହାଣିଲା ସାନ ଭାଇ । ଅଧିକ ପଢନ୍ତୁ

ଭୁବନେଶ୍ବର: ଲିଙ୍ଗରାଜ ଥାନା ରଥ ରୋଡରେ ଘଟିଛି ଅଘଟଣ । ଜମିଜମା ବିବାଦକୁ ନେଇ ରାସ୍ତା ଉପରେ ବଡ ଭାଇକୁ କଟୁରିରେ ହାଣିଲା ସାନ ଭାଇ । ଜମିଜମା ବିବାଦକୁ ନେଇ ଭାଇ ଭାଇ ଭିତରେ ଗଣ୍ଡଗୋଳ ଲାଗିରହିଥିଲା, ଆଉ ଆଜି ତାହା ଉଗ୍ର ରୂପ ନେଇଛି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ । ହେଲେ ପରିସ୍ଥିତି ଏପରି ହେଲା ଯେ, ପୋଲିସ ଉପସ୍ଥିତିରେ ବଡ ଭାଇକୁ ତଳେ ପକାଇ ହାଣିଲା ସାନ ଭାଇ ।

ରାଜଧାନୀର ରାସ୍ତା ଉପରେ ବୁଲିଲା କଟୁରି, ପୋଲିସ ଉପସ୍ଥିତିରେ ଭାଇକୁ ହାଣିଲା ଭାଇ

ଏହି ଘଟଣାରେ ବଡ ଭାଇ ଚନ୍ଦ୍ରକାନ୍ତ ବଡୁ ଗୁରୁତର ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ, ଆକ୍ରମଣକାରୀ ସାନ ଭାଇ ଦିପୁ ବଡୁକୁ ଅଟକ ରଖିଛି ପୋଲିସ । ଘଟଣାକୁ ନେଇ ଜୋନ 2 ଏସିପି କହିଛନ୍ତି ପୋଲିସ ସିରିୟସ ଭାବେ ଘଟଣାକୁ ନେଇଛି । ଘଟଣାର ଛାନଭିନ ଜାରି ରଖିଛି । ଅଭିଯୁକ୍ତ ଅଟକ ରହିଥିବା ବେଳେ, ଆକ୍ରମଣର ଶିକାର ଯୁବକଙ୍କ ଅବସ୍ଥା ସ୍ଥିର ରହିଛି । ଏନେଇ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.