ETV Bharat / bharat

ଆଜି ବି ମିଳିଲାନା ଆଶ୍ବସ୍ତି, ବଢିଲା ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି - Delhi Excise Policy Case

author img

By ETV Bharat Odisha Team

Published : May 21, 2024, 3:18 PM IST

Delhi Liquor Policy Case: ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ବସ୍ତି । ପୁଣି ବଢିଲା ନ୍ୟାୟିକ ହେପାଜତ ଅବଧି । ଅଧିକ ପଢନ୍ତୁ

Delhi Liquor Policy Case
Delhi Liquor Policy Case (ETV Bharat Odisha)

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆପ୍ ନେତା ମନୀଷ ସିସୋଦିଆଙ୍କୁ ମିଳିପାରୁନି ଆଶ୍ବସ୍ତି । ରାଉଜ୍ ଆଭେନ୍ୟୁ କୋର୍ଟରୁ ଆଜି ମଧ୍ୟ ମିଳିଲାନି ବେଲ୍ । ବୁଧବାର ସିବିଆଇ ନ୍ୟାୟିକ ହେପାଜତ ଅବଧିର ଶେଷ ଦିନ ରହିଥିବା ବେଳେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ ସିସୋଦିଆ । ସେ ଭର୍ଚ୍ଚୁଆଲରେ କୋର୍ଟରେ ହାଜର ହୋଇଥିଲେ ।

ତେବେ ଶୁଣାଣି କରିବା ସମୟରେ ପୁଣିଥରେ 10 ବୃଦ୍ଧି ହୋଇଛି ନ୍ୟାୟିକ ହେପାଜତ ଅବଧି । ପୁଣି ମେ 31 ତାରିଖ ଯାଏଁ ଜେଲରେ ରହିବେ ସିସୋଦିଆ । ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା ସିବିଆଇ ଗତବର୍ଷ ଫେବୃଆରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଥିଲା । ଏହି ମାମାଲରେ ଅର୍ଥ ହେରଫେର ନେଇ ତଦନ୍ତ କରୁଛି ଇଡି । ଆସନ୍ତା 31 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

ପ୍ରକାଶ ଥାଉ କି, 2023 ଫେବୃଆରୀ 26ରେ ଗିରଫ ହୋଇଥିଲେ ସିସୋଦିଆ । ପ୍ରଥମେ ସିବିଆଇ ଗିରଫ କରିଥିଲା । ଏହା ପରେ ତାଙ୍କୁ ଜେଲ ଭିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଗିରଫ କରିଥିଲା । ସେବେଠାରୁ ସେ ତିହାର ଜେଲରେ ରହିଛନ୍ତି । ସିସୋଦିଆ ଫେବୃଆରୀ 2023ରେ ଦିଲ୍ଲୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ଚଳିତ ଲୋକସଭା ନିର୍ବାଚନରେ ପ୍ରଚାର କାର୍ଯ୍ୟରେ ସାମିଲ ହେବାକୁ ନିକଟରେ ଅନ୍ତରୀଣ ଜାମିନ ପ୍ରଦାନ ପାଇଁ ଆବେଦନ କରିଥିଲେ ସିସୋଦିଆ ।

ଏହା ମଧ୍ୟ ପଢନ୍ତୁ: ପୁଣି ସିସୋଦିଆଙ୍କୁ ଝଟକା, ବଢିଲା ନ୍ୟାୟିକ ହେପାଜତ ଅବଧି - Delhi Liquor Policy Case

ରାଉଜ ଆଭେନ୍ୟୁ କୋର୍ଟରୁ ବାରମ୍ବାର ନିରାଶ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବେଲ୍ ପାଇଁ ଅପିଲ କରିଥିଲେ । ଅବକାରୀ ଦୁର୍ନୀତି ମାମଲାରେ ଇଡି ଏବଂ ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ମନିଲଣ୍ଡରିଂ ଏବଂ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଜାମିନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ । ଗତ ମେ 14 ତାରିଖରେ କୋର୍ଟ ସିବିଆଇ ଏବଂ ଇଡିଙ୍କ ରାୟକୁ ସୁରକ୍ଷିତ ରଖିଥିଲେ । ବର୍ତ୍ତମାନ ସମସ୍ତଙ୍କ ନଜର ଦିଲ୍ଲୀ ହାଇକୋର୍ଟ ଉପରେ ରହିଛି । ଦିଲ୍ଲୀ ହାଇକୋର୍ଟରୁ ଆଶ୍ବସ୍ତି ମିଳିବ ନା ଜେଲ୍‌ରେ ରହିବେ ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.