ETV Bharat / politics

ଶେଷ ଦିନରେ ନୟାଗଡରେ ଧୂଆଁଧାର ପ୍ରଚାର, ଛତା ଧରି ଘର ଘର ବୁଲିଲେ ଅରୁଣ - Arun Sahoo Campaign

author img

By ETV Bharat Odisha Team

Published : May 24, 2024, 8:57 AM IST

Updated : May 24, 2024, 9:05 AM IST

Odisha Assembly election 2024: ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅରୁଣ ସାହୁଙ୍କ ଜୋରଦାର ପ୍ରଚାର । ହାତରେ ଛତା ଧରି ଗାଁ ଗାଁ ବୁଲି ବୁଲି ଭୋଟ ମାଗିଲେ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)


ନୟାଗଡ଼: ରାତି ପାହିଲେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଗତକାଲିଠୁ ପ୍ରଚାର ଥମିଥିବା ବେଳେ ଶେଷ ଦିନରେ ନୟାଗଡରେ ଜମିଛି ବିଜୁ ଜନତା ଦଳର ପ୍ରଚାର । ଟାଣ ଖରାକୁ ଖାତିର୍ ନକରି ଗାଁ ଗାଁ ବୁଲି ଧୂଆଁଧାର ପ୍ରଚାର କରିଛନ୍ତି ନୟାଗଡ଼ ବିଜେଡି ପ୍ରାର୍ଥୀ ଅରୁଣ ସାହୁ । ହାତରେ ଛତା ଏବଂ ମୁଣ୍ଡରେ ଠେକା ବାନ୍ଧି ଅରୁଣ ବୁଲି ବୁଲି ଭୋଟ ମାଗିଛନ୍ତି । ସେ ଲୋକଙ୍କ ପାଖରେ ପହଞ୍ଚିବା ସହ ନବୀନଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶର ଗାଥା ବଖାଣି ଯୋଡ଼ି ଶଙ୍ଖରେ ଭୋଟ ଦେଇ ତାଙ୍କୁ ଜୟଯୁକ୍ତ କରିବାକୁ ଭୋଟରଙ୍କୁ ଅପିଲ୍ କରିଛନ୍ତି ।

ଛତା ଧରି ଘର ଘର ବୁଲିଲେ ଅରୁଣ (ETV Bharat Odisha)

ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଥିଲେ ହେଁ ପ୍ରଚାର କ୍ଷେତ୍ରରେ ଅନ୍ୟ ଦୁଇ ଦଳ ବିଜେଡି ପଛରେ ପଡିଥିବା ଦେଖିବାକୁ ମିଳିଛି । ଅରୁଣ ସାହୁ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଭେଟି ସାରିଲେଣି । କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରଚାର କରାଯାଉଥିଲେ ମଧ୍ୟ ପ୍ରାର୍ଥୀମାନେ ସବୁ ଲୋକଙ୍କ ପାଖରେ ପହଞ୍ଚି ପାରିନାହାନ୍ତି । ଏପରିକି ଅନେକ ଗାଁର ଲୋକ ପ୍ରାର୍ଥୀମାନଙ୍କୁ ଏଯାଏଁ ଦେଖି ନାହାନ୍ତି । ଗୁରୁବାର ପ୍ରଚାରର ଶେଷ ଦିନରେ ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣ ସକାଳ ୭ଟାରୁ ଡେଙ୍ଗେରାଗୋଡି, ରାଧାନାଥପୁର, ଗଦାଧରପ୍ରସାଦ, ଚମ୍ପତିପୁରରେ ପଦଯାତ୍ରା କରିବା ସହ ଇଟାମାଟିରେ ବାଇକ ରାଲି, ମର୍ଦ୍ଦରାଜପୁର, ଚିନରେ, ନାଗମୁଣ୍ଡୁଳି, ଆଡ଼ଚେର ଓ ଗମେଇ ଅଞ୍ଚଳରେ ଜୋରଦାର ପ୍ରଚାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଭୋଟ ଦେବେ 94.48 ଲକ୍ଷ ଭୋଟର, 121 କମ୍ପାନୀ ସିଏପିଏଫ ମୁତୟନ - Third Phase Polling Preparation

ପ୍ରଚାର ସମୟରେ ଅରୁଣ ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ନୟାଗଡ଼କୁ ଭଲପାଇ ଆସୁଛନ୍ତି । ତାଙ୍କ ପାଇଁ ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିକାଶଶୀଳ ହୋଇଛି । ସେ ଏବେ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇ ନବୀନଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ସାଧାରଣ ଜନତାଙ୍କୁ ଅପିଲ୍ କରିଛନ୍ତି ଅରୁଣ । ମଧୁବାବୁ ପେନ୍‌ସନ୍ ଯୋଜନାରେ ଭତ୍ତାକୁ ଦ୍ୱିଗୁଣିତ କରାଯାଇଛି । ରାସ୍ତାଘାଟଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ,ପାନୀୟଜଳ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି ବୋଲି ସେ କହିଛନ୍ତି ।

ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ନିର୍ବାଚନ ନୁହେଁ ବର୍ଷ ତମାମ ପାଖରେ ମୁଁ ଆପଣମାନଙ୍କ ରହିଆସିଛି । ଲୋକଙ୍କ ସେବା ପାଇଁ ମୁଁ ତତ୍ପର ଏବଂ କାର୍ଯ୍ୟ କରିବା ମୋର ଏକ ନିଶା । ଏହି ବିଜୟ କେବଳ ମୋର ହେବନାହିଁ, ବରଂ ମୋ ଅଞ୍ଚଳବାସୀଙ୍କର ବିଜୟ ହେବ । ଯୋଡି ଶଙ୍ଖରେ ଆଶୀର୍ବାଦ କରି ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରି ସାରା ଭାରତବର୍ଷରେ ରେକର୍ଡ ସୃଷ୍ଟି କରିବା । ବିଜେଡି ସରକାର ଗଠନର ପ୍ରଥମ ଦିନରେ ହିଁ ପ୍ରତ୍ୟେକ ଉପଭୋକ୍ତାଙ୍କୁ ୧୦୦ ୟୁନିଟ ମାଗଣା ବିଜୁଳି ସମେତ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସଂକଳ୍ପ ନେଇଛି । ଏଥିସହି ଯୁବବର୍ଗଙ୍କ ପାଇଁ ଯୁବ ବଜେଟ ସହ କୃଷି, ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ ପାଇଁ ଅନେକ ଯୋଜନା ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିଛନ୍ତି । ୨୦୩୬ ମସିହା ବେଳକୁ ଓଡ଼ିଶା କିଭଳି ଅଗ୍ରଣୀ ରାଜ୍ୟରେ ପରିଣତ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ରୋଡମ୍ୟାପ୍ ପ୍ରସ୍ତୁତ କରିଥିବା କହିଛନ୍ତି ।

ଇଟିଭି ଭାରତ, ନୟାଗଡ଼

Last Updated : May 24, 2024, 9:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.