ETV Bharat / sports

IPL 2022 Eliminator: ଟସ୍‌ ଜିତିଲା ଲକ୍ଷ୍ନୌ, ବାଙ୍ଗାଲୋରକୁ ବ୍ୟାଟିଂ ଆମନ୍ତ୍ରଣ

author img

By

Published : May 25, 2022, 8:10 PM IST

Updated : May 25, 2022, 8:46 PM IST

PL 2022 ଏଲିମିନେଟର ମ୍ୟାଚ୍‌ରେ ମୁହାମୁହିଁ ହେଉଛନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଲକ୍ଷ୍ନୌ । ଅଧିକ ପଢନ୍ତୁ

IPL 2022 Eliminator: ଟସ୍‌ ଜିତିଲା ଲକ୍ଷ୍ନୌ, ବାଙ୍ଗାଲୋରକୁ ବ୍ୟାଟିଂ ଆମନ୍ତ୍ରଣ
IPL 2022 Eliminator: ଟସ୍‌ ଜିତିଲା ଲକ୍ଷ୍ନୌ, ବାଙ୍ଗାଲୋରକୁ ବ୍ୟାଟିଂ ଆମନ୍ତ୍ରଣ

କୋଲକାତା: IPL 2022 ଏଲିମିନେଟର ମ୍ୟାଚ୍‌ରେ ମୁହାମୁହିଁ ହେଉଛନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଲକ୍ଷ୍ନୌ । ବର୍ଷା ଯୋଗୁଁ ଟସ୍‌ରେ ବିଳମ୍ବ ହୋଇଥିଲା । ତେବେ ବର୍ଷା ଛାଡ଼ିବା ପରେ ଟସ୍‌ ପଡ଼ିଛି ।

ଆଜିର ମ୍ୟାଚ୍‌ ପାଇ ଦୁଇ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ବିଜୟୀ ଦଳ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ରେ ରାଜସ୍ତାନ ରୟାଲ୍ସ ଦଳକୁ ଭେଟିବ । ଆଜିର ମ୍ୟାଚ୍‌ରେ ଉଭୟ ଦଳ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ଦୁଇ ଅଧିନାୟକ କହିଛନ୍ତି ।

ଚୂଡ଼ାନ୍ତ ଏକାଦଶ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ବିରାଟ କୋହଲି, ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ମହିପାଲ ଲୋର୍ମୋର୍‌, ଦୀନେଶ କାର୍ତ୍ତିକ, ଶାହବାଜ ଅହମ୍ମଦ, ୱାନିନ୍ଦୁ ହାସରାଙ୍ଗା, ହର୍ଷଲ ପଟେଲ, ଜୋଶ ହେଜେଲଉଡ, ମହମ୍ମଦ ସିରାଜ

ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ୍‌

କ୍ୱିଣ୍ଟନ୍ ଡି କକ୍, କେ.ଏଲ୍ ରାହୁଲ (ଅଧିନାୟକ), ଏଭିନ୍ ଲୁଇସ୍, ଦୀପକ ହୁଡ୍ଡା, କ୍ରୁନାଲ ପାଣ୍ଡ୍ୟା, ମନନ ବୋହ୍‌ରା , ମାର୍କସ ଷ୍ଟୋଇନିସ, ମୋସିନ ଖାନ, ଆବେଶ ଖାନ, ଦୁଷ୍ମନ୍ତ ଚମିରା, ରବି ବିଷ୍ଣୋଇ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 25, 2022, 8:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.