ETV Bharat / state

ଜବରଦଖଲ ଉଚ୍ଛେଦ ବେଳେ ରାଜନଗର ବଜାରରେ ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ

author img

By

Published : May 25, 2022, 8:04 PM IST

ରାଜନଗର ତହସିଲ ଅଧିନ ରାଜନଗର ବଜାରରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଛି । ଅଧିକ ପଢ଼ନ୍ତୁ

ଜବରଦଖଲ ଉଚ୍ଛେଦ ବେଳେ ରାଜନଗର ବଜାରରେ ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ
ଜବରଦଖଲ ଉଚ୍ଛେଦ ବେଳେ ରାଜନଗର ବଜାରରେ ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ

କେନ୍ଦ୍ରାପଡ଼ା: ଜିଲ୍ଲା ରାଜନଗର ତହସିଲ ଅଧିନ ରାଜନଗର ବଜାରରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଛି । ରାଜନଗର ବଜାରରେ ଦୀର୍ଘଦିନ ଧରି ଘନଶ୍ୟାମ ପାଣି ନାମକ ବ୍ୟକ୍ତି ରହିବା ପାଇଁ ଘର ଓ ଦୋକାନ ଘର ନିର୍ମାଣ କରି ରହିବା ସହ ଭଡ଼ା ଦେଇ ଆସୁଛନ୍ତି । ଏହି ଘରଟି ସମ୍ପୂର୍ଣ୍ଣ ରୂପେ ସରକାରୀ ବା ଅନାବାଦୀ ଜମିରେ ନିର୍ମାଣ ହୋଇଛି । ଏହି ଘର ପାଇଁ ବିଭିନ୍ନ ସମୟରେ ରାସ୍ତା ଜାମ ହେବା ସହ ଛୋଟ ଦୁର୍ଘଟଣା ଘଟୁଥିବା ଅନୁଭବ କରି ସ୍ଥାନୀୟ ପ୍ରଶାସନ ଏହି ଘରକୁ ଭାଙ୍ଗି ଜବରଦଖଲ ମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମାଗିଥିଲେ।

ଜବରଦଖଲ ଉଚ୍ଛେଦ ବେଳେ ରାଜନଗର ବଜାରରେ ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ

ଜିଲ୍ଲାପାଳଙ୍କ ଅନୁମତି ପରେ ଗତ ୨୧ ତାରିଖ ଦିନ ଏହି ଘରଟିକୁ ଭଙ୍ଗାଯିବ ବୋଲି ନୋଟିସ ଜାରି କରାଯାଇଥିଲା । ଏହାପରେ ଘନଶ୍ୟାମ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ଏହି ଉଚ୍ଛେଦକୁ କିଛିଦିନ ପାଇଁ ବନ୍ଦ ରଖିବା ଅନୁମତି ଆଣିଥିଲେ । ଗତକାଲି ସ୍ଥାନୀୟ ଥାନାରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଦସ୍ତାବିଜ୍‌ ପ୍ରଦାନ କରିଥିଲେ । ଏହାପରେ ଆଜି(ବୁଧବାର) ତହସିଲ କାର୍ଯ୍ୟାଳୟକୁ ଆସି କୋର୍ଟର କାଗଜପତ୍ର ପ୍ରଦାନ କରିବାକୁ ଆସିଥିବା ବେଳେ ତହସିଲଦାର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ପୋଲିସ ପ୍ରଶାସନ ସହାୟତାରେ ଘରକୁ ଜେସିବି ଲଗାଇ ଭାଙ୍ଗିବା ଆରମ୍ଭ କରିଛନ୍ତି ।

ସ୍ଥାନୀୟ ବଜାରର କିଛି ବ୍ୟବସାୟୀ ଓ ଗୃହକର୍ତ୍ତା ଏହି ଉଚ୍ଛେଦକୁ ବିରୋଧ କରି ଜେସିବି ଡ୍ରାଇଭର ସମେତ ତହସିଲ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହୋଇଥିଲେ । ଅନ୍ୟପଟେ ଦ୍ବିତଳ ଘର ନିର୍ମାଣ ସମୟରେ ଆର୍‌ଆଇ, ତହସିଲଦାର ଓ ଅନ୍ୟ ସରକାରୀ କର୍ମଚାରୀମାନଙ୍କୁ ଘନଶ୍ୟାମଙ୍କ ପୁଅ ମୋଟା ଅଙ୍କର ଲାଞ୍ଚ ଦେଇଥିବା କଥା କହିଛନ୍ତି । ଉଚ୍ଛେଦ ସମ୍ପର୍କରେ ତହସିଲଦାରଙ୍କୁ ପଚାରାଯିବାରୁ ସେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି । ସୁରକ୍ଷା ଦ୍ରୁଷ୍ଟିରୁ ଏଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.