ହେକ୍ଟର ହେକ୍ଟର ଜମିରେ ବନ୍ୟାଜଳ, ବ୍ୟାପକ ଫସଲ ନଷ୍ଟ

By

Published : Aug 4, 2023, 7:58 PM IST

thumbnail

କଟକ: ମହାନଦୀର ଜଳସ୍ତର ବଢିବା ଯୋଗୁଁ ନଦୀର ବ୍ୟାକ୍ ଓ୍ବାଟର ବିଭିନ୍ନ ନଦୀନାଳ ଦେଇ ପଶୁଛି । ଫଳରେ କଟକ ଜିଲ୍ଲାର ଆଠଗଡ଼, ତିଗିରିଆ ସମେତ ଉତ୍ତରବାଙ୍କୀ ବ୍ଲକର ୫ଟି ପଞ୍ଚାୟତ ବେଶ ପ୍ରଭାବିତ ହୋଇଛି । ବିଭିନ୍ନ ଅଞ୍ଚଳର ରାସ୍ତା ବୁଡ଼ିଯାଇଥିବାବେଳେ ସାପୁଆ ନଈର ରମ୍ପା ବନ୍ଧଠାରେ ଘାଇ ସୃଷ୍ଟି ହୋଇଥିଲା । ଶହଶହ ଏକର ଚାଷଜମିରେ ବନ୍ୟାଜଳ ରହିଛି । ବନ୍ୟାଜଳ ଭିତରେ ଗୋଟିଏ ପରେ ଗୋଟିଏ ବିଲ ପାଣିରେ ବୁଡ଼ିଯାଇଛି । ଆଠଗଡ଼ କଟକିଆ ସାହି, ପଞ୍ଚାୟତର ବାଲିସାହି ଓ ବନ୍ଧହଟା ଗାଁରେ ଚାଷଜମିରେ ବନ୍ୟାଜଳ ମାଡ଼ି ଯାଇଥିବାରୁ ପାଣିରେ ଶହଶହ ଏକର ପରିବା ଚାଷ ନଷ୍ଟ ହୋଇଛି ।

ଏହି ପଞ୍ଚାୟତରେ ପୋଟଳ, ଭେଣ୍ଡି, ଜହ୍ନି, କଲରା, ବାଇଗଣ, ଝୁଡଙ୍ଗ ଆଦି ଚାଷ ହୋଇଥାଏ । ବନ୍ୟାଜଳ ବଢ଼ିବା ଯୋଗୁଁ ତରବରିଆ ଭାବେ ପରିବା ତୋଳି ନେଉଛନ୍ତି ଚାଷୀ । ମୁଣ୍ଡଳୀ ବ୍ୟାରେଜରେ ପାଣି ବଢିଲେ ତଳିଆ ଅଞ୍ଚଳରେ ଛନକା ପଶିଥାଏ । ବନ୍ୟାଜଳର ସ୍ତର ବଢ଼ିବା ଯୋଗୁଁ ଅଞ୍ଚଳବାସୀଙ୍କ ସ୍ଥିତି ସାଂଘାତିକ ହୋଇଛି । ଗୁରୁବାର ପୁରୁଣା କଟକ ସମ୍ବଲପୁର ରାସ୍ତାର ଘଣ୍ଟିଖାଲଗଡ଼ାରେ ୩ ଫୁଟର ବନ୍ୟାଜଳ ରହିଥିଲା ।

ଏହା ବି ପଢନ୍ତୁ...ହୀରାକୁଦର ଖୋଲିଲା ଆଉ ୫ଟି ଗେଟ, ୧୨ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସେହିପରି ଚମ୍ପାପୁର, ଦହିସରାରେ ୪ଫୁଟର ବନ୍ୟାଜଳ ମଧ୍ୟ ଦେଖିବାକୁ ମିଳିଥିଲା । ଏହାସହ ବାଙ୍କିର ହୁଳୁହୁଳା ପୋଲ ଉପରେ ୬ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ସର୍ପେଶ୍ଵର ପୋଲ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି । ସାପୁଆ ନଈରେ ଘାଇ ହେବା ଫଳରେ ଧୁରୁଷିଆ, ଘଣ୍ଟିଖାଲ, କଖଡି, ମଞ୍ଚେଶ୍ୱର ଆଦି ୪ ପଞ୍ଚାୟତରେ ପାଣି ପଶି ଚାଷ ଜମି ନଷ୍ଟ ହୋଇଯାଇଛି ।  ପୂର୍ବ ବନ୍ୟାରୁ ଘାଇ ମରାମତି ହୋଇନଥିବାରୁ ଚଳିତ ବର୍ଷ ପୁଣି ସେଠାରେ ବଡ ଧରଣର ଘାଇ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.