ETV Bharat / entertainment

ଏମରଜେନ୍ସି ରିଲିଜରେ ପୁଣି ଲାଗିଲା ଗ୍ରହଣ, ଏହି କାରଣରୁ ଘୁଞ୍ଚିଲା ତାରିଖ - Emergency Release Postponed

author img

By ETV Bharat Odisha Team

Published : May 16, 2024, 2:07 PM IST

Emergency Release Postponed: ପୁଣି ଘୁଞ୍ଚିଲା କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଏମରଜେନ୍ସି' ର ରିଲିଜ ତାରିଖ । ଜୁନ ୧୪ରେ ରିଲିଜ ହେବାର ଥିଲା ଫିଲ୍ମ । ହେଲେ ବର୍ତ୍ତମାନ ନିର୍ମାତା ଏହାର ରିଲିଜ ତାରିଖ ବୃଦ୍ଧି ଦେଇଛନ୍ତି । ତେବେ କାହିଁକି ଏବଂ ଫିଲ୍ମ କେବେ ରିଲିଜ ହେବ? ଜାଣନ୍ତୁ,

ଏମରଜେନ୍ସି ରିଲିଜରେ ପୁଣି ଲାଗିଲା ଗ୍ରହଣ, ଏହି କାରଣରୁ ଘୁଞ୍ଚିଲା ତାରିଖ
ଏମରଜେନ୍ସି ରିଲିଜରେ ପୁଣି ଲାଗିଲା ଗ୍ରହଣ, ଏହି କାରଣରୁ ଘୁଞ୍ଚିଲା ତାରିଖ (ETV Bharat Odisha)

ହାଇଦ୍ରାବାଦ: ବଲିଉଡର ବିବାଦୀୟ କୁଇନ କଙ୍ଗନା ରାଣାୱତଙ୍କ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ରିଲିଜ ତାରିଖକୁ ସ୍ଥଗିତ ରଖାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜୁନ ୧୪ ରେ ରିଲିଜ୍ ହେବାର ଥିଲା । ବର୍ତ୍ତମାନ ନିର୍ମାତା ଏହାର ରିଲିଜ ତାରିଖ ଘୁଞ୍ଚାଇ ଦେଇଛନ୍ତି । ଲୋକସଭା ନିର୍ବାଚନ ପାଇଁ ଫିଲ୍ମର ରିଲିଜ ତାରିଖ ବୃଦ୍ଧି କରାଯାଇଥିବା ଜଣାପଡିଛି । ଅଭିନେତ୍ରୀ ଏବେ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ସେ ବିଜେପି ପକ୍ଷରୁ ସାଂସଦ ପ୍ରାର୍ଥୀ ଭାବେ ହିମାଚଳର ମଣ୍ଡି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି କାରଣରୁ ନିର୍ମାତାମାନେ ତାଙ୍କ ଫିଲ୍ମର ରିଲିଜ ତାରିଖ ବଢାଇ ଦେଇଛନ୍ତି । ସୋସିଆଲ ମିଡିଆରେ ନିର୍ମାତା ଏନେଇ ସୂଚନା ଦେଇଛନ୍ତି ।

ବୁଧବାର (ମେ ୧୫)ରେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଫିଲ୍ମସ ଲେଖିଛି, "ଆମର କୁଇନ କଙ୍ଗନା ରାଣାୱତ ବର୍ତ୍ତମାନ ଦେଶ ସେବା କରିବାରେ ନିୟୋଜିତ ଅଛନ୍ତି ଏବଂ ଏହାକୁ ହିଁ ସେ ପ୍ରାଥମିକତା ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେ 'ଏମରଜେନ୍ସି' ର ରିଲିଜ ତାରିଖ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ଶୀଘ୍ର ନୂତନ ରିଲିଜ ତାରିଖ ଘୋଷଣା କରିବୁ ।''

ଦୁଇ ଦୁଇ ଥର ଘୁଞ୍ଚିଲାଣି ରିଲିଜ ଡେଟ୍

'ଏମରଜେନ୍ସି' ଫିଲ୍ମ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଥର ସ୍ଥଗିତ ରଖାଯାଇଛି । ପ୍ରାରମ୍ଭରେ ଏହା ୨୪ ନଭେମ୍ବର ୨୦୨୩ ରେ ପରଦାରେ ରିଲିଜ୍ ହେବାର ଯୋଜନା ହୋଇଥିଲା, କିନ୍ତୁ ଏହା ଠିକ୍ ସମୟରେ ରିଲିଜ୍ ହୋଇପାରିଲା ନାହିଁ । ଏହା ପରେ ନିର୍ମାତାମାନେ ଏହାକୁ ଚଳିତ ବର୍ଷ ଜୁନ ୧୪ରେ ରିଲିଜ କରିବାକୁ ଘୋଷଣା କରିଥିଲେ, ଯାହା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ଚନ୍ଦୁ ଚାମ୍ପିଅନ' ସହ କଡାଟକ୍କର ଦେଇଥାନ୍ତା । କିନ୍ତୁ ନିର୍ବାଚନ ହେତୁ ଫିଲ୍ମର ରିଲିଜ ତାରିଖ ପୁଣି ବଦଳାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି କି କୁଇନ ? ଏପରି ଜବାବ ଦେଲେ ଅଭିନେତ୍ରୀ

'ଏମରଜେନ୍ସି' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଳିନ୍ଦ ସୋମନ, ଶ୍ରେୟସ ତଳପଡେ, ବିଶକ ନାୟର ମଧ୍ୟ ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମଣ୍ଡିରେ ନାମାଙ୍କନ ଭରିଲେ କଙ୍ଗନା, କହିଲେ ବଲିଉଡ ପରି ରାଜନୀତିରେ ବି ପାଇବି ସଫଳତା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.