ETV Bharat / bharat

ମଣ୍ଡିରେ ନାମାଙ୍କନ ଭରିଲେ କଙ୍ଗନା, କହିଲେ ବଲିଉଡ ପରି ରାଜନୀତିରେ ବି ପାଇବି ସଫଳତା - Kangana Ranaut File Nomination

author img

By ETV Bharat Odisha Team

Published : May 14, 2024, 5:09 PM IST

Kangana Ranaut File Nomination: ନାମାଙ୍କନ ପତ୍ର ଦାଖଲ କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ନାମାଙ୍କନ ପୂର୍ବରୁ କଲେ ବିଶାଲ ରୋଡ୍ ସୋ' । ଅଧିକ ପଢନ୍ତୁ

ମଣ୍ଡିରେ ନାମାଙ୍କନ ଭରିଲେ କଙ୍ଗନା
ମଣ୍ଡିରେ ନାମାଙ୍କନ ଭରିଲେ କଙ୍ଗନା (Pics Credit@ANI)

ହାଇଦ୍ରାବାଦ: ଅଭିନେତ୍ରୀ କଙ୍ଗନା ରଣାୱତ ଆଜି (ମଙ୍ଗଳବାର) ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ତାଙ୍କ ସହ ସାମିଲ ଥିବା ବେଳେ କଙ୍ଗନାଙ୍କ ଭଉଣୀ ଏବଂ ତାଙ୍କ ମାଆ ମଧ୍ୟ ଉପସ୍ଥିତ ଥିଲେ । ନାମାଙ୍କନ ପୂର୍ବରୁ କଙ୍ଗନା ଏକ ରୋଡ୍ ସୋ' କରି ଜନତାଙ୍କ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ।

'ବଲିଉଡ ପରି ରାଜନୀତିରେ ବି ପାଇବି ସଫଳତା':- ସୂଚନାନୁସାରେ, ଆଜି ସକାଳ ପ୍ରାୟ ୯ଟା ସମୟରେ କଙ୍ଗନା ନିଜ ଘର ଭାମ୍ବଲାରୁ ମଣ୍ଡି ଅଭିମୁଖେ ଯାତ୍ରା କରିଥିଲେ । ଏହାପରେ ବିରାଟ ରୋଡ ସୋ'ରେ ଯାଇ ନାମାଙ୍କନ ଭରିଛନ୍ତି । ଏହା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଙ୍ଗନା କହିଛନ୍ତି, ''ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି ଏବଂ ସେମାନେ ଏକ ପର୍ବ ପରି ଏଠାରେ ପହଞ୍ଚିଛନ୍ତି । ଏମାନେ ସମସ୍ତେ ଭୋଟର ଏବଂ ସମସ୍ତଙ୍କ ମୋ ପ୍ରତି ଭଲପାଇବା ରହିଛି । ଏଣୁ ମୁଁ ବଲିଉଡରେ ମଧ୍ୟ ସଫଳତା ପାଇଛି ଏବଂ ଏଠାରେ ମଧ୍ୟ ସଫଳତା ପାଇବି ।''

ନାମାଙ୍କନ ଭରିଲେ କଙ୍ଗନା
ନାମାଙ୍କନ ଭରିଲେ କଙ୍ଗନା (Photo-ANI)

'ମଣ୍ଡିର ଝିଅ ହୋଇ ଲଢିବା ଗର୍ବର କଥା':- ସେ ଆହୁରି କହିଛନ୍ତି, ''ବିଜେପି ହେଉଛି ସବୁଠାରୁ ବଡ ଦଳ ଏବଂ ଆମେ ଏଠାରେ ଜିତିବୁ, ଲୋକମାନଙ୍କ ମଧ୍ୟରେ ଉତ୍ସାହ ଅଛି । ଏହା ଏକ ଗର୍ବର ବିଷୟ ଯେ ମଣ୍ଡିର ଝିଅକୁ ଏକ ସୁଯୋଗ ମିଳିଛି ।" ଏଥିସହ କଙ୍ଗନା ସେରି ମଞ୍ଚରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏହି ସମୟରେ କଙ୍ଗନା ଜୟ ଶ୍ରୀରାମଙ୍କ ସ୍ଲୋଗାନ ଦେଇଥିଲେ । ଏହାସହ କଙ୍ଗନା ଲୋକମାନଙ୍କୁ କୃତଜ୍ଞତା ଜଣାଇ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସମୟରେ କଙ୍ଗନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାରଣାସୀରୁ ନାମାଙ୍କନପତ୍ର ଦାଖଲ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । କଙ୍ଗନା ତାଙ୍କ ଭାଷଣରେ ମୋଦି ସରକାରଙ୍କ ନୀତିକୁ ପ୍ରଶଂସା କରିଛନ୍ତି ।

ଜୁନ ୧ରେ ମଣ୍ଡିରେ ଭୋଟ ଗ୍ରହଣ:- ସୂଚନା ଥାଉ କି, ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟରେ ମଣ୍ଡି ଆସନରେ ଜୁନ ୧ରେ ଭୋଟ ଗ୍ରହଣ କରାଯିବ । ଏହି ଆସନରେ କଂଗ୍ରେସର ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂଙ୍କ ସହ ବିଜେପି ପ୍ରାର୍ଥିନୀ କଙ୍ଗନା ରଣାୱତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: କଙ୍ଗନା ରାଣାୱତଙ୍କ ବଡ ଘୋଷଣା, 'ନିର୍ବାଚନ ଜିତିଲେ ଛାଡିବି ବଲିଉଡ'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.