ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ; ଜଣେ ଆହତ ଓ ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ - Bus Accident In KamakhyaNagar

By ETV Bharat Odisha Team

Published : May 30, 2024, 1:57 PM IST

thumbnail
ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ; ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ (ETV Bharat Odisha)

ଢେଙ୍କାନାଳ: କାମାକ୍ଷାନଗରରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ରାସ୍ତା କଡକୁ ଓଲଟିଲା ବସ । ଏହି ଘଟଣାରେ ଜଣେ ବୃଦ୍ଧା ଆହାତ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି । ଗୁରୁତର ବୃଦ୍ଧାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଗତକାଲି ସନ୍ଧ୍ୟା ସମୟରେ ନନ୍ଦୁ ନାମକ ଯାତ୍ରୀବାହି ବସ ଢେଙ୍କାନାଳରୁ ଯାତ୍ରୀନେଇ କାମାକ୍ଷାନଗର ଅନ୍ତର୍ଗତ କାଠପାଳ ଯାଉଥିଲା । ଏହି ସମୟରେ ମହୁଲପାଳ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡକୁ ବସଟି ଓଲଟିପଡିଥିଲା । ଫଳରେ ବସରେ ଥିବା ଯାତ୍ରୀମାନେ ଝରକା ଦେଇ ସୁରକ୍ଷିତ ଭାବେ ବାହାରି ଆସିଥିଲେ ଏବଂ ସେଥିମଧ୍ୟରୁ ରମା ପତି ନାମକ ଜଣେ ବୃଦ୍ଧାଙ୍କ ବାମ ହାତ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ୧୦୮ଆମ୍ବୁଲାନ୍ସ ଓ ପୋଲିସକୁ ଖବର ଦେଇଥିଲେ । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ବସ ଚାଳକ ଫେରାର ହୋଇଯାଇଛି । ଅନ୍ୟ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ବୃଦ୍ଧାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାତ୍ରୀମାନେ ସମସ୍ତେ କାମାକ୍ଷା ନଗର, ମହୁଲ ପାଲା, କାଠ ପାଳ ଅଞ୍ଚଳର l ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । 

ଏହା ମଧ୍ୟ ପଢନ୍ତୁ: ଦୁଇ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣା; ଦୁଇ ମୃତ, 60 ଆହତ 

ଢେଙ୍କାନାଳ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.