ETV Bharat / politics

ଯୁବ ଓଡ଼ିଶା, ନବୀନ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗ୍ୟାରେଣ୍ଟି: ବିଜେଡି - BJD Manifesto

author img

By ETV Bharat Odisha Team

Published : May 16, 2024, 7:30 PM IST

BJD Manifesto: ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଏକ ନମ୍ୱର ରାଜ୍ୟ କରିବା ପାଇଁ ଲକ୍ଷରେ ଯୁବକଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି ବିଜେଡ଼ିର ଦୁଇ ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର । ଅଧିକ ପଢ଼ନ୍ତୁ

BJD Manifesto
BJD Manifesto (ETV Bharat Odisha)

BJD Manifesto (ETV Bharat Odisha)

ଭୁବନେଶ୍ବର: ଯୁବ ଓଡ଼ିଶା, ନବୀନ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗ୍ୟାରେଣ୍ଟି । ଆସନ୍ତା 10 ବର୍ଷରେ ଓଡ଼ିଶାକୁ ଏକ ନମ୍ୱର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟରେ ଯୁବକଙ୍କ ଭୂମିକା ରହିବ । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀର ବିଜେଡ଼ିର ଦୁଇ ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଏହା କହିଛନ୍ତି ।

ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଆମର ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ଇସ୍ତାହାର ଗତ 9 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିଲେ । ନବୀନଙ୍କ 24 ଗ୍ୟାରେଣ୍ଟିରେ ପ୍ରଥମ ଗ୍ୟାରେଣ୍ଟି ହେଉଛି ଯୁବ ଓଡ଼ିଶା ନବୀନ ଓଡ଼ିଶା । 2034 ସୁଦ୍ଧା ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଗଢିବାରେ ଯୁବଙ୍କ ଦାୟିତ୍ୱ ଓ ଗୁରୁତ୍ୱ ରହିଛି । ଯୁବକ ମାନେ ନିଜ ମତ ଦେଲା ପରେ ଏହି ବଜେଟ କାର୍ଯ୍ୟକାରୀ ହେବ । ନୀତି ନିର୍ଦ୍ଧାରଣରେ ଯୁବକ ଭାଗିଦାରୀ ରହିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦ୍ଵିତୀୟ ଗ୍ୟାରେଣ୍ଟିରେ ଛାତ୍ରଙ୍କ ପାଇଁ ନବୀନ କାର୍ଡ ରହିଛି । ଏହାର ପରିସୀମା ମଧ୍ୟ ବଢ଼ାଯିବ । ସବୁ ଯୁବକ ଏହା ପାଇବେ । ପ୍ରଦର୍ଶନ ଭଲ ରହିଲେ କାର୍ଡର ଲେବୁଲ ବଢିବ । ପ୍ରଦର୍ଶନ ଆଧାରରେ ଏହି କାର୍ଡ ଜରିଆରେ ୱାଇଫାଇ, ଅନଲାଇନ, ଲାଇବ୍ରେରୀ, କୋଚିଂ, ସୁବିଧା ମିଳିବ । ଗୋଟେ ପ୍ଲାଟଫର୍ମରେ ସବୁ ସୁବିଧା ମିଳିବ । ନୂଆ ଓଡ଼ିଶା ବୃତ୍ତିରେ ଇଣ୍ଟରନସିପ ସୁବିଧା ସାମଗ୍ରିକ ବିକାଶ ପାଇଁ କରାଯିବ । ସେହିପରି ଅନେକ ଯୁବକଙ୍କ ଅନେକ ଲକ୍ଷ୍ୟ ଅଛି । ଏହାକୁ ସାଧନ ପାଇଁ ଲୋନ ଦରକାର । ତେଣୁ ଇସ୍ତାହାରରେ ଋଣ ଛାଡ଼ କଥା ଅଛି । ମଧ୍ୟବିତ ଓ ଗରିବଙ୍କ ଶିକ୍ଷା ପାଇଁ ଏହା ଫାଇଦା ଦେବ । ନବୀନ ଓଡ଼ିଶା ପୋର୍ଟାଲ ସିଙ୍ଗିଲ ପୋର୍ଟାଲ ଗାଇଡାନ୍ସ ମିଳିବ । ନୂଆ ଓ ପ୍ରତିଯୋଗିତା ସବୁବେଳେ ଚାଲିବ ।

ଏହା ମଧ୍ୟ ପଢ଼ନ୍ତୁ.. ବିଜେଡିକୁ ବାହୁଡ଼ିଲେ ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ - RAMA BALIARSINGH JOINS BJD

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଛାତ୍ରଙ୍କ ପାଇଁ ପରିବହନ ଟିକେଟରେ ରିହାତି ବ୍ୟବସ୍ଥା ହୋଇଛି । ନୂଆ ଓ ବୃତ୍ତି ଛାତ୍ରୀଙ୍କ ପାଇଁ 14 ହଜାର ଓ ଛାତ୍ରଙ୍କ ପାଇଁ 12 ହଜାରକୁ ବୃଦ୍ଧି ହେବ । ବ୍ୟକ୍ତିତ୍ୱରେ ବିକାଶ ଅଣାଯିବ । ଯୁବକ ଦକ୍ଷତା ଦ୍ୱାରା ନ୍ୟୁ ଏଜ ଟେକନୋଲୋଜି ଦିଆଯିବ । ଗତବର୍ଷ 78% ଚାକିରି ମିଳିଥିଲା । ନ୍ୟୁ ଏଜ ଟେକନୋଲୋଜି ବିଶ୍ଵବିଦ୍ୟାଳୟ ହେବ । ପ୍ରତି ଜିଲ୍ଲାରେ ଏହି ଟ୍ରେନିଂ ମିଳିବ । ବିଜୁ ପଟ୍ଟନାୟକ ଆଭିଏସନ ସେକ୍ଟର ଖୋଲିବ । ଯୁବକମାନେ ମାର୍କେଟ ରେଡି ରହିବେ ।

ସେ ଏହା ମଧ୍ୟ କହିଛନ୍ତି ଯେ, 2 ଲକ୍ଷ ସରକାରୀ ଚାକିରିର ବ୍ୟବସ୍ଥା କରାଯିବ । ନୂଆ ଇଣ୍ଡଷ୍ଟ୍ରି ଓଡ଼ିଶାରେ ଅଫିସ କଲେଣି । ସ୍ୱୟଂ ଲୋନ ଏକ ଲକ୍ଷରୁ 2 ଲକ୍ଷ ହେବ । ଷ୍ଟାର୍ଟ ଅପର ନୂଆ ଜ୍ଞାନ ଓଡ଼ିଶାକୁ ଆସିବ । ଯୁବକ ମାନଙ୍କ ସାମଗ୍ରିକ ବିକାଶ ପାଇଁ କ୍ରୀଡା ବିକାଶ ହେବ । କ୍ରୀଡା ବଜେଟ 12 ଗୁଣ ବଢିବ । ଓଡ଼ିଶାର କ୍ରୀଡା ପରିଚୟ ଯାହା ମୁଖ୍ୟମନ୍ତ୍ରୀ ସୃଷ୍ଟି କରିଛନ୍ତି । ତାହା ସଂସଦରେ ବି ପ୍ରଶଂସା ପାଉଛି । କ୍ରୀଡା କୋଚିଂ ଭଲ ମିଳୁଛି । କ୍ରୀଡାରେ ଆସିଛି ବୈପ୍ଲବିକ ପରିବର୍ତନ । ବ୍ୟକ୍ତିତ୍ୱ ବିକାଶରେ କ୍ରୀଡାର ବଡ଼ ଭୂମିକା ରହିଛି ।

ସେହିପରି ବିଜେଡିର ଆଉ ଜଣେ ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ମଧ୍ୟବିତ୍ତଙ୍କ ଟଙ୍କା ବିଜୁଳି ବିଲରେ ଯାଉଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ବିଜେପିର ନିଦ ହଜେଇ ଦେଇଛି । BSKY ନବୀନ କାର୍ଡ ମଧ୍ୟବିତଙ୍କ ବାଧା ଦୂର କରିବ । ସରକାରୀ ସହ ସମସ୍ତେ ଏହାର ଲାଭ ପାଇବେ । ମିଶନ ଶକ୍ତି ମାଆଙ୍କ ପାଇଁ ପେନସନ । ଏହି ସବୁ ଜୁନ 9ରେ ଷଷ୍ଠ ଥର ସରକାର ଗଢି ଦସ୍ତଖତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା 10 ବର୍ଷରେ ଓଡ଼ିଶାକୁ ଏକ ନମ୍ୱର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି । ଏଥିରେ ଯୁବକଙ୍କ ଭୂମିକା ରହିବ । ଯାହା ଯୁବକ ମାନଙ୍କୁ ସଶକ୍ତ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.