ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ', LIVE - CM NAVEEN ROAD SHOW

By ETV Bharat Odisha Team

Published : May 16, 2024, 7:16 PM IST

Updated : May 16, 2024, 8:47 PM IST

thumbnail

ଭୁବନେଶ୍ବର: ରାଜଧାନୀରେ ବିଶାଳ ରୋଡ ସୋ' ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ମଧ୍ୟରେ ବିଶାଳ ରୋଡ଼ ସୋ' ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ନବୀନ କରୁଛନ୍ତି ଭୋଟ ଭିକ୍ଷା । ୟୁନିଟ-6 ଗଙ୍ଗନଗରରୁ ରୋଡ଼ ସୋ' ଆରମ୍ଭ ହୋଇ ଶିଶୁ ଭବନ ଛକରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ନବୀନଙ୍କ ରୋଡ଼ ସୋ' ପାଇଁ ଦଳ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ହୋଇଛି । ସହରରେ ଟ୍ରାଫିକ କଟକଣା ମଧ୍ୟ ଲାଗୁ ହୋଇଛି । ଏଲଆଇସି, ଛକ, ଗୋପବନ୍ଧୁ ଛକ, ୟୁନିଟ 8, ୟୁନିଟ 8 ଡିଏଭି ସ୍କୁଲ, ବାଲୁଙ୍କେଶ୍ୱରୀ ମନ୍ଦିର, ମମତାଜଲି ସ୍କୁଲ, ଶ୍ରୀକୃଷ୍ଣ କ୍ଳବ, କଳିଙ୍ଗ ଷ୍ଟାଡିୟମ ଛକ, ନିକୋ ପାର୍କ, ବାଇଆ ବାବା ଛକ, ରୂପଲି ଛକ, ସତ୍ୟନଗର, ଶ୍ରେୟା ଛକ, ମାଷ୍ଟର କ୍ୟାଣ୍ଟିନ, ରାଜମହଲ ଓ ଶେଷରେ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଯିବ ନବୀନଙ୍କ ରୋଡ ସୋ' । ଇଟିଭି ଭାରତ, ଭୁବନେଶ୍ବର

Last Updated : May 16, 2024, 8:47 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.