ଝାରସୁଗୁଡାରେ ଓମ୍ ବିର୍ଲା, ଝାଡେଶ୍ବର ମନ୍ଦିର ଦର୍ଶନ ପରେ ଟଙ୍କଧରଙ୍କ ପାଇଁ ମାଗିଲେ ଭୋଟ - Om Birla in Jharsuguda

By ETV Bharat Odisha Team

Published : May 16, 2024, 3:35 PM IST

thumbnail
Om Birla in Jharsuguda (ETV Bharat Odisha)

Om Birla in Jharsuguda ଝାରସୁଗୁଡା: ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ରାଷ୍ଟ୍ରୀୟ ନେତା । ନିର୍ବାଚନ ପ୍ରଚାର କରିବା ସହିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗୁଛନ୍ତି ଭୋଟ । ତେବେ ଆଜି ଝାରସୁଗୁଡ଼ାରେ ଓମ ବିର୍ଲା ଓ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିଥିଲେ । ଆଜି ସକାଳୁ ଓମ ବିର୍ଲା ଓ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ା ସହରାଞ୍ଚଳର ଝାଡେଶ୍ବର ମନ୍ଦିର ଦର୍ଶନ କରିଥିଲେ ଏବଂ ନିଜ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ ମାଗିଥିଲେ । ଏନେଇ ସେ କହିଛନ୍ତି, "ମୋଦିଙ୍କ ନେତୃତ୍ୱରେ ଭାରତ ଯେତେ ଶକ୍ତିଶାଳୀ ହୋଇଛି ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପିର ସରକାର ହେବ । ଝାରସୁଗୁଡ଼ାରେ ମଧ୍ୟ ଭୋଟର ପରିବର୍ତ୍ତନ କରି ଟଙ୍କଧରକୁ ଭୋଟ ଦେଇ ଜିତାଇବେ।" ଟଙ୍କଧର ତ୍ରିପାଠୀ ଜଣେ ତୃଣମୂଳସ୍ତରୀୟ ନେତା ବୋଲି ତାଙ୍କୁ ସମ୍ବୋଧନ କରିଥିଲେ ଓମ୍ ବିର୍ଲା। ତେବେ ଚଳିତ ସାଧାରଣ ନିର୍ବାଚନରେ ବିଜେପିର ଡବଲ ଇଂଜିନ ସରକାରକୁ ଭୋଟ ଦେଇ ଓଡ଼ିଶାର ବିକାଶ କରିବା ପାଇଁ ଆହ୍ବାନ କରିଛନ୍ତି । ଆଜି ଝାରସୁଗୁଡ଼ା ଗସ୍ତରେ ଥିବା ଲୋକସଭା ସଭାପତି ଓମ ପ୍ରକାଶ ସମସ୍ତ ବିଜେପି କର୍ମୀ ମାନଙ୍କୁ ଜନସାଧାରଣଙ୍କ ପାଖକୁ ଯାଇ ବିଜେପିର ଲୋକାଭିମୁଖୀ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କହିଥିଲେ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.