ବିଜେପି ଫୋକସରେ ଓଡ଼ିଶା; ଭୁବନେଶ୍ବରରେ ବିଶାଳ ରୋଡ ସୋ' କଲେ ଜେପି ନଡ୍ଡା - JP Nadda Roadshow

By ETV Bharat Odisha Team

Published : May 16, 2024, 12:29 PM IST

thumbnail
ବିଜେପି ଫୋକସରେ ଓଡ଼ିଶା; ଭୁବନେଶ୍ବରରେ ବିଶାଳ ରୋଡ ସୋ' କଲେ ଜେପି ନଡ୍ଡା (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ବଡ଼ ବିଜୟ ପାଇଁ ଚାଲିଛି କେନ୍ଦ୍ରୀୟ ବିଜେପି ନେତାଙ୍କ ମାରାଥନ ପ୍ରଚାର । ଆଜି ରାଜଧାନୀ ଭୁବନେଶ୍ବରରେ ବିଶାଳ ରୋଡ ସୋ' କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା  । ମାଉସୀ ମା' ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ ସୋ' ହୋଇଛି  । ନଡ୍ଡାଙ୍କ ସହ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ଏବଂ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଉପସ୍ଥିତ ଅଛନ୍ତି  । ଏହି ରୋଡ ସୋ'ରେ ବିଜେପିର ହଜାର ହଜାର କର୍ମୀ ଓ ସମର୍ଥକ ସାମିଲ୍ ହୋଇଥିଲେ । ରାଜଧାନୀରେ ମେଗା ରୋଡ ସୋ' କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ବିଜେପି ମୁଖ୍ୟ  । ଏହି କାର୍ଯ୍ୟକ୍ରମରେ ପରେ ଜେପି ନଡ୍ଡା ବରଗଡର ପଦ୍ମପୁର ଏବଂ ସୁନ୍ଦରଗଡଠାରେ ନିର୍ବାଚନ ସଭାକୁ ସମ୍ବୋଧିତ କରିବେ  । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏଥର ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମହାଲଢେଇ ହେଉଛି  । ଯାହାକି ପୂର୍ବ ନିର୍ବାଚନଗୁଡିକରେ ପ୍ରାୟତଃ ଦେଖାଯାଇନଥିଲା । ବିଜେଡି ସରକାରକୁ ସିଧା ଟାର୍ଗେଟ ସହ ଘନ ଘନ ଗସ୍ତ ଓ ମାରାଥନ ପ୍ରଚାର କରୁଛନ୍ତି କେନ୍ଦ୍ରୀୟ ବିଜେପି ନେତା  । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଆସି ଭୁବନେଶ୍ବରରେ ବିଶାଳ ରୋଡ ସୋ' କରିଥିଲେ  । ଗତକାଲି (ବୁଧବାର) ବିଜେପିର ଚାଣକ୍ୟ ଅମିତ ଶାହ କଟକଠାରେ ବଡ଼ ଶୋଭାଯାତ୍ରା କରିଥିବା ବେଳେ ଆଜି ନଡ୍ଡା ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.