ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦିଙ୍କ ଶବ୍ଦରେ ଆଉ ଓଜନ ରହୁନାହିଁ: ପ୍ରିୟଙ୍କା ଗାନ୍ଧୀ - No weightage left in PMs words

author img

By ANI

Published : May 16, 2024, 7:22 PM IST

Priyanka Gandhi Targets PM Modi: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ କଡ଼ା ଜବାବ । ଏକ ମନ୍ତବ୍ୟକୁ ନେଇ କହିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶବ୍ଦରେ ଆଉ ଓଜନ ରହୁନାହିଁ । ଅଧିକ ପଢନ୍ତୁ

Priyanka Gandhi
Priyanka Gandhi (ANI)

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । କହିଲେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆଉ କାହାର ବିଶ୍ବାସ ନାହିଁ । ଏପରିକି ତାଙ୍କ ଶବ୍ଦରେ ଆଉ ଓଜନ ରହୁନାହିଁ । ନିକଟରେ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ୟେ ବିରୋଧୀ ଇଣ୍ଡିଆ ମେଣ୍ଟ କେବଳ ତୁଷ୍ଟିକରଣ ରାଜନୀତି କରୁଥିବା ବେଳେ ଏନଡିଏ ମେଣ୍ଟ ସନ୍ତୋଷଜନକ ରାଜନୀତି କରୁଛି । ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଉପରେ ଜବାବ ରଖି ଏପରି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ।

ଏକ ଜାତୀୟ ଗଣମାଧ୍ୟମକୁ ରାୟବରେଲି ପ୍ରଚାର ବେଳେ ପ୍ରତିକ୍ରିୟା ଦେଇ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, "ଗତକାଲି ପ୍ରଧାନମନ୍ତ୍ରୀ ଇଣ୍ଡିଆ ମେଣ୍ଟକୁ ନେଇ ଏପରି କହିଥିଲେ । ଯଦି ସେ ଏପରି ବୟାନବାଜି କରିବେ ତେବେ ସେ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟ ନୁହେଁ । ଆଜି କଣ ହେଲା ? ତାଙ୍କ ମନ ବଦଳି ଗଲା କି ? ସେ ଆଜି ଗୋଟେ କଥା କହୁଥିବା ବେଳେ କାଲି ଗୋଟେ କଥା କହୁଛନ୍ତି । ଆଜି ଗୋଟିଏ କଥା କହୁଥିବା ବେଳେ ଆସନ୍ତାକାଲି ସମ୍ପୂର୍ଣ୍ଣ ଭାବେ ଅଲଗା କଥା କହୁଛନ୍ତି । ଏଭଳି ପ୍ରଧାନମନ୍ତ୍ରୀଙ୍କ ଉପରେ କିଏ ବିଶ୍ବାସ କରିବ । ତାଙ୍କ ଶବ୍ଦରେ ଆଉ ଓଜନ ନାହିଁ ।"

ଏହା ବି ପଢନ୍ତୁ- ‘ବିଜେପି କ୍ଷମତାକୁ ଆସିଲେ ସମ୍ବିଧାନ ପରିବର୍ତ୍ତନ ସହ ସଂରକ୍ଷଣ ବ୍ୟବସ୍ଥା ସମାପ୍ତ କରିଦେବ’

ବେରୋଜଗାର ଓ ଦରଦାମ ବୃଦ୍ଧିକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ନେତାମାନଙ୍କୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି, " ଲୋକମାନଙ୍କର ସମସ୍ୟା ହେଉଛି ଦରଦାମ ବୃଦ୍ଧି, ବେରୋଜଗାର, କୃଷି ସମ୍ଭନ୍ଧୀୟ ସମସ୍ୟା, ଦାଦନ ସମସ୍ୟା । କିନ୍ତୁ ପ୍ରଧାନମନ୍ତ୍ରୀ କି କୌଣସି ବିଜେପି ନେତା ଏହି ପ୍ରସଙ୍ଗ ଉପରେ ଆଲୋଚନା କରୁନାହାନ୍ତି ।" ସେପଟେ ପ୍ରିୟଙ୍କା କଂଗ୍ରେସର ପାରମ୍ପରିକ ଆସନ ରାୟବରେଲି ଓ ଆମେଠିରେ ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ- କାହିଁକି ରାୟବରେଲିରୁ ନିର୍ବାଚନ ଲଢୁଛନ୍ତି ରାହୁଲ ? ଜାଣନ୍ତୁ

ଚଳିତ ନିର୍ବାଚନରେ ରାହୁଲ ଗାନ୍ଧୀ ନିଜ ଆସନ କେରଳର ୱାୟନାଡରୁ ପୁଣି ଥରେ ନିର୍ବାଚନ ଲଢୁଛନ୍ତି । ସେପଟେ ଉତ୍ତର ପ୍ରଦେଶର ଆମେଠି ପରିବର୍ତ୍ତେ ରାହୁଲ ରାୟବରେଲିରୁ ନିର୍ବାଚନ ଲଢୁଛନ୍ତି । ସେ ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ରାୟବରେଲିରୁ ଆସନ୍ତା 20 ତାରିଖରେ ମତଦାନ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.