ETV Bharat / bharat

କାହିଁକି ରାୟବରେଲିରୁ ନିର୍ବାଚନ ଲଢୁଛନ୍ତି ରାହୁଲ ? ଜାଣନ୍ତୁ - Why Rahul Gandhi Chose Rae Bareli

author img

By ETV Bharat Odisha Team

Published : May 4, 2024, 10:44 PM IST

WHY RAHUL GANDHI CHOSE RAE BARELI: ଆମେଠୀ ପରିବର୍ତ୍ତେ ରାୟବରେଲିରୁ ନିର୍ବାଚନ ଲଢୁଛନ୍ତି ରାହୁଲ । ଏହା ପଛରେ କଂଗ୍ରେସର ପ୍ରକୃତ ଉଦ୍ଦେଶ୍ୟ କଣ ରହିଛି ଜାଣନ୍ତୁ

RAE BARELI
RAE BARELI (ETV BHARAT ODISHA)

ଲକ୍ଷ୍ନୌ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଆମେଠୀ ପରିବର୍ତ୍ତେ ରାୟବରେଲି ପାଇଁ ଏପ୍ରିଲ 3 ତାରିଖରେ ନାମାଙ୍କନ ଭରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଦିନ ରାୟବରେଲି ଯେତିକି ଚଳଚଞ୍ଚଳ ହୋଇଥିଲା, ସେତିକି ଗଣମାଧ୍ୟମର ନ୍ୟୁଜରୁମ ମଧ୍ୟ ହୋଇଥିଲା । କଂଗ୍ରେସର ପାରମ୍ପରିକ ସିଟ୍‌ରୁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ବାଚନ ଲଢୁଥିଲେ । ହେଲେ ସେ ରାଜ୍ୟସଭା ଯିବା ପରେ ଖାଲି ପଡ଼ିଥିଲା ଏହି ଆସନ । ଏଠାରୁ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢିବା ଚର୍ଚ୍ଚା ଉପରେ ଶେଷରେ ରାୟବରେଲିରୁ ନାମାଙ୍କନ ଭରି ପୂର୍ଣ୍ଣଚ୍ଛେଦ ପକାଇଥିଲେ ରାହୁଲ ।

ଗତ 2019 ନିର୍ବାଚନରେ ଆମେଠୀରୁ ନିର୍ବାଚନ ଲଢି ବିଜେପି ପ୍ରାର୍ଥିନୀ ସ୍ମୃତି ଇରାନୀଙ୍କ ଠାରୁ ପରାଜିତ ହୋଇଥିଲେ ରାହୁଲ । ଚଳିତ ନିର୍ବାଚନରେ ମଧ୍ୟ ମୈଦାନରେ ରାହୁଲ ବନାମ ସ୍ମୃତି ଯୋଡ଼ି ପୁଣି ଥରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହୋଇଥିଲା । ପୁଣି ଥିରେ ସ୍ମୃତି ଆମେଠୀରେ ନିଜ ଭାଗ୍ୟ ପରୀକ୍ଷା କରୁଥିବା ବେଳେ ରାହୁଲ କିନ୍ତୁ ରାୟବରେଲିରୁ ନିର୍ବାଚନ ଲଢୁଛନ୍ତି । ବିଜେପି ଓ କଂଗ୍ରେସ ଶେଷ ସମୟ ପର୍ଯ୍ୟନ୍ତ ରାୟବରେଲିରୁ ନିଜର ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ପ୍ରଥମେ ବିଜେପି ଦିନେଶ ପ୍ରତାପ ସିଂଙ୍କୁ ପ୍ରାର୍ଥୀ କରିଥିଲା । ଏହାପରେ ବିଳମ୍ବିତ ରାତିରେ ରାହୁଲଙ୍କ ନାଁ ଘୋଷଣା ସମସ୍ତଙ୍କୁ ଚକିତ କରିଥିଲା ।

ଏହା ବି ପଢନ୍ତୁ- ରାୟବରେଲୀରୁ ନାମାଙ୍କନ ଭରିଲେ ରାହୁଲ, ମା’ଙ୍କ ଆସନରୁ ଲଢ଼ିବେ ନିର୍ବାଚନ

ଏହାପରେ ବିଜେପି କ୍ରମାଗତ ଭାବେ ରାହୁଲଙ୍କୁ କଟାକ୍ଷ କରିଆସୁଛି । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ରାହୁଲଙ୍କୁ ଟାର୍ଗେଟ କରି କହିଥିଲେ ଯେ ରାହୁଲ କେରଳ ୱାୟନାଡ ପରାଜୟ ଗନ୍ଧ ବାରି ପାରି ଆମେଠୀ ପରିବର୍ତ୍ତେ ରାୟବରେଲିରୁ ନିର୍ବାଚନ ଲଢୁଛନ୍ତି । ତେବେ ଏଠାରେ ପ୍ରଶ୍ନ ରାହୁଲ ଗାନ୍ଧୀ ଆମେଠୀ ପରିବର୍ତ୍ତେ କାହିଁକି ରାୟବରେଲିରୁ ନିର୍ବାଚନ ଲଢିଲେ ?

କଂଗ୍ରେସ ଚାହୁଁଛି 'ମୋଦି ବନାମ ରାହୁଲ':- ରାହୁଲ ଗାନ୍ଧୀଙ୍କୁ ରାୟବରେଲିରୁ ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରିବା ପଛରେ କଂଗ୍ରେସର ରଣନୀତି ହେଉଛି ଯେ ଦଳ ରାହୁଲ ଗାନ୍ଧୀ ବନାମ ନରେନ୍ଦ୍ର ମୋଦି ଦେଖିବାକୁ ଚାହୁଁଛି, ସ୍ମୃତି ଇରାନୀ ବନାମ ରାହୁଲ ଗାନ୍ଧୀ ନୁହେଁ । କୁହାଯାଉଛି ଯଦି ରାହୁଲ ଆମେଠୀରୁ ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରିଥାନ୍ତେ, ତେବେ ସେ ସେଠାରେ ନିର୍ବାଚନ ଜିତିବା ଉପରେ ଅଧିକ ଫୋକସ କରିଥାନ୍ତେ, ଯାହା ଦଳ ହେବାକୁ ଚାହୁଁନଥିଲା ।

ରାଜନୈତିକ ସମୀକ୍ଷକ ଡ. ପଙ୍କଜ ସିଂ କହିବାନୁସାରେ ରାହୁଲ ଗାନ୍ଧୀ ରାୟବରେଲିରୁ ପ୍ରାର୍ଥୀ ହେବା ପରେ ବିଜେପିର ଦୀନେଶ ପ୍ରତାପ ସିଂଙ୍କ ବିରୋଧରେ ରାୟବରେଲି ଲୋକସଭା ଆସନ ନିର୍ବାଚନ ଅଧିକ ରୋଚକମୟ ହୋଇଛି । ଦୀର୍ଘ ସମୟ ଅପେକ୍ଷା ପରେ ଉଭୟ ଦଳ ଟିକେଟ ଘୋଷଣା କରିଥିଲେ, ଯେଉଁଥିପାଇଁ ସାଧାରଣ ଜନତାଙ୍କ ଉତ୍ସାହ ମଳିନ ପଡ଼ିଯାଇଥିଲା । କିନ୍ତୁ ଉଭୟ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ପୁଣିଥରେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି ବୋଲି ସିଂ କହିଛନ୍ତି ।

କଂଗ୍ରେସର ଗଡ଼ ରକ୍ଷା କରିବା ଲାଗି ରାହୁଲ ଗାନ୍ଧୀଙ୍କ ପାଇଁ ନିଶ୍ଚିତ ଏକ ଆହ୍ବାନ । ସେପଟେ ସ୍ମୃତି ଇରାନୀଙ୍କ ଭଳି ବିଜେପି ପ୍ରାର୍ଥୀ ଦିନେଶ ମଧ୍ୟ ରାହୁଲଙ୍କୁ ପରାଜୟର ଦ୍ବାର ଦେଖାଇବା ତାଙ୍କ ପାଇଁ ମଧ୍ୟ ଆହ୍ବାନ ସୃଷ୍ଟି କରିଛି । ଯାହାକି ରାୟବରେଲି ରାଜନୀତିକୁ ରୋଚକମୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.