ପ୍ରଚାରର ଶେଷ ଦିନରେ ସୌଭିକଙ୍କ କସରତ - Souvic Biswal Campaign

By ETV Bharat Odisha Team

Published : May 23, 2024, 3:29 PM IST

thumbnail
Souvic Biswal (ETV Bharat Odisha)

Souvic Biswal Campaign: କଟକ: ଆଜି ସରୁଛି ପ୍ରଚାର। ପ୍ରଚାରର ଶେଷ ଦିନରେ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଛନ୍ତି। କଟକ ଚୌଦ୍ୱାର ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ବାଳ ମଧ୍ୟ ଜୋରଦାର କ୍ୟାମ୍ପେନ କରୁଥିବା ଦେଖିବାକୁ ମିଳିଛି । ନିଜ ନିର୍ବାଚନ ମଣ୍ଡଳୀର ଘରକୁ ଘର ବୁଲି ସେ ଭୋଟ ଭିକ୍ଷା କରିଛନ୍ତି । ପଦଯାତ୍ରା ଆୟୋଜନ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ସୌଭିକ ଉଦ୍ୟମ କରିଛନ୍ତି । 

ଏହା ବି ପଢନ୍ତୁ...କଟକ ସଦରରେ ବିଜେଡି-ବିଜେପି ସିଧା ଫାଇଟ, ଧୂଆଁଧାର ପ୍ରଚାର କରୁଛନ୍ତି ପ୍ରକାଶ - Odisha Assembly Election 2024

ବିଶେଷକରି ସହରର ଉନ୍ନତିମୂଳକ କାର୍ଯ୍ୟକୁ ନେଇ ଲୋକ ପାଖକୁ ଯାଉଥିବା କହିଛନ୍ତି ସୌଭିକ। ବିଗତ ବର୍ଷମାନଙ୍କରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟକୁ ସେ ମୁଦ୍ଦା କରିଛନ୍ତି । ଆଉ କଟକବାସୀ ତାଙ୍କ ଉପରେ ଭରସା କରିବେ ବୋଲି ସେ ଦମ୍ଭୋକ୍ତି ଦେଖାଇଛନ୍ତି । ସୌଭିକ କହିଛନ୍ତି, "ନବୀନ ପଟ୍ଟନାୟକଙ୍କ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଲୋକଙ୍କ ଆଶୀର୍ବାଦ ରହିଛି ।  ଏଥର ବି ବିଜେଡି ନିଶ୍ଚିତ ବାଜିମାତ କରିବ ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.