ETV Bharat / bharat

ମହିଳା ବିଜେପି କର୍ମୀଙ୍କ ହତ୍ୟା ପରେ ଅଶାନ୍ତ ନନ୍ଦିଗ୍ରାମ, ବ୍ୟାପକ ଫୋର୍ସ ମୁତୟନ - Nandigram violence

author img

By ETV Bharat Odisha Team

Published : May 23, 2024, 3:34 PM IST

Nandigram violence: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା । ମହିଳା ବିଜେପି କର୍ମୀଙ୍କୁ ହତ୍ୟା ପରେ ଅଶାନ୍ତ ନନ୍ଦିଗ୍ରାମ । ଅଧିକ ପଢନ୍ତୁ

ମହିଳା ବିଜେପି କର୍ମୀଙ୍କ ହତ୍ୟା ପରେ ଆଶାନ୍ତ ନନ୍ଦିଗ୍ରାମ, ବ୍ୟାପକ ଫୋର୍ସ ମୁତୟନ
ମହିଳା ବିଜେପି କର୍ମୀଙ୍କ ହତ୍ୟା ପରେ ଆଶାନ୍ତ ନନ୍ଦିଗ୍ରାମ, ବ୍ୟାପକ ଫୋର୍ସ ମୁତୟନ (ETV Bharat Odisha)

କୋଲକାତା: ସାଧାରଣ ନିର୍ବାଚନ ଜାରି ରହିଥିବା ବେଳେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ବ୍ୟାପକ ହିଂସା । ନନ୍ଦିଗ୍ରାମରେ ଜଣେ ମହିଳା ବିଜେପି କର୍ମୀଙ୍କୁ ଶାସକ ଦଳ ଟିଏମସିର କିଛି କର୍ମୀ ହତ୍ୟା କରିଥିବା ଅଭିଯୋଗ ଆସିଛି । ଏହି ସଂଘବଦ୍ଧ ଆକ୍ରମଣରେ 7ରୁ 8 ଜଣ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଆହତ ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଆଜି ନନ୍ଦିଗ୍ରାମରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପ୍ରତିବାଦ ଓ ଧାରଣା ଦେଇଛନ୍ତି ।

ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଅଭିଯୋଗ ଅନୁସାରେ, ଶାସକ ଟିଏମସି କର୍ମୀଙ୍କ ଦ୍ବାରା ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ଜାରି ରହିଛି । ଏହାକୁ ରୋକିବା ପାଇଁ ଜଣେ ମହିଳା କର୍ମୀଙ୍କ ସମେତ ବିଜେପି କାର୍ଯ୍ୟକର୍ତ୍ତା ରାତିରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ତଦାରଖ କରିଥିଲେ । ସେମାନଙ୍କୁ ଟିଏମସିର ଗୁଣ୍ଡାମାନେ ଅତର୍କିତ ଭାବେ ଘରେ ପଶି ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ । ଏଥିରେ ମହିଳାଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ପ୍ରାୟ 7ରୁ 8 ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଆଜି ବିଜେପି କର୍ମୀମାନେ ରାସ୍ତାକୁ ଓହ୍ଲାଇବା ସହ ଆଜି ନନ୍ଦିଗ୍ରାମରେ ବନ୍ଦ ଡାକରା ଦେଇଥିଲେ । ସ୍ଥିତିକୁ ଦୃଷ୍ଟିରେ ରଖି ବହୁମାତ୍ରାରେ ପୋଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । ହତ୍ୟାର ଶିକାର ହୋଇଥିବା ମହିଳା ଜଣକ ରିତିବାଲା ଆରୀ ଭାବେ ଚିହ୍ନଟ ହୋଇଛନ୍ତି । ସେ ଗତ କିଛି ବର୍ଷ ହେବ ସ୍ଥାନୀୟ ଅଞ୍ଚଳରେ ଜଣେ ବିଜେପି କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରିଆସୁଥିଲେ । ଗତକାଲି ରାତିରେ ସେ ତାଙ୍କ ଘରେ ଥିବା ବେଳେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :- ବଙ୍ଗୋପସାଗରରେ ବାତ୍ୟା ! ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ - Cyclone Updates

ଏଠାରେ ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ନିର୍ବାଚନୀ ଓ ଏହାର ପରବର୍ତ୍ତୀ ହିଂସାର ଏକାଧିକ ନଜିର ରହିଛି । 2020ରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ଏଥିରେ ବହୁଲୋକେ ମୃତାହତ ହୋଇଥିଲେ । ଉଭୟ ବିଜେପି ଓ ଟିଏମସି ପରସ୍ପର ଉପରେ ଦୋଷ ଲଦି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.