ETV Bharat / state

ବଙ୍ଗୋପସାଗରରେ ବାତ୍ୟା ! ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ - Cyclone Updates

author img

By ETV Bharat Odisha Team

Published : May 23, 2024, 1:48 PM IST

Updated : May 23, 2024, 2:30 PM IST

Cyclone likely to form over Bay of Bengal: ବଙ୍ଗୋପସାଗରରେ ବାତ୍ୟା ଭୟ । ଆସନ୍ତା ୨୫ ତାରିଖ ସକାଳେ ବାତ୍ୟା ସମ୍ଭାବନା ନେଇ ସୂଚନା ଦେଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ବଙ୍ଗୋପସାଗରରେ ବାତ୍ୟା ! ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ
ବଙ୍ଗୋପସାଗରରେ ବାତ୍ୟା ! ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ (ETV Bharat Odisha)

ବଙ୍ଗୋପସାଗରରେ ବାତ୍ୟା ! ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ
ବଙ୍ଗୋପସାଗରରେ ବାତ୍ୟା ! ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ (ETV Bharat Odisha)

ଭୁବନେଶ୍ବର: ବଙ୍ଗୋପସାଗରରେ ବଢିଲା ବାତ୍ୟା ଭୟ । ଆସନ୍ତା ୨୫ ତାରିଖ (ଶନିବାର) ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ୨୬ ତାରିଖ ସନ୍ଧ୍ୟା ମଧ୍ୟରେ ଏହା ଭୀଷଣ ବାତ୍ୟାର ରୂପ ନେଇପାରେ । ଭୀଷଣ ବାତ୍ୟା ଭାବେ ଏହା ବାଂଲଦେଶ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ସମୁଦ୍ର ମଧ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି । ଏନେଇ ସୋସିଆଲ ମିଡିଆ 'ଏକ୍ସ' ଜରିଆରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ତେବେ ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ରହିବନି ବୋଲି ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ (IMD) ଡିଜି ଜଣାଇଥିଲେ । ଏହା ସହିତ ଆସିଛି ସାମ୍ଭାବ୍ୟ ବାତ୍ୟାର ଗତିପଥ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୫ ତାରିଖ ସକାଳେ ବଙ୍ଗୋପସାଗରେ ବାତ୍ୟା ସମ୍ଭାବନା ରହିଛି । ଏହି ଦିନ ଦେଶରେ ଷଷ୍ଠ ପର୍ଯ୍ୟାୟ ଏବଂ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି । ଆସନ୍ତାକାଲି (ଶୁକ୍ରବାର) ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଏହା ନିଜର ଗତିପଥ ବଜାୟ ରଖିବା ସହ ଅଧିକ ଘନୀଭୂତ ହୋଇ ୨୫ ତାରିଖ ସକାଳେ ବାତ୍ୟା ଏବଂ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା ରୂପ ନେବାର ପୂର୍ବାନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ୨୪ରେ ଅବପାତର ରୂପ ନେବ ଲଘୁଚାପ, ଓଡ଼ିଶାରେ କେତେ ରହିଛି ପ୍ରଭାବ ? - Odisha Weather

ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ବର୍ତ୍ତମାନ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ । ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବାଲେଶ୍ବର ଓ ବଦ୍ରକରେ ପ୍ରବଳ ବର୍ଷା ହୋଇପାରେ । ଓଡ଼ିଶାରେ ଲଘୁଚାପରେ ସେଭଳି କିଛି ପ୍ରଭାବ ନଥିବା ବେଳେ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ । ୨୫ ତାରିଖରେ ଘଡ଼ଘଡ଼ି ବିଜୁଳି ସହ ଝଡି ବର୍ଷା ପବନ ହେବ । ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 23, 2024, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.