ETV Bharat / entertainment

ରାମୋଜୀ ଫିଲ୍ମ ସିଟିରେ 'କଲ୍କି 2898 AD' ପ୍ରି-ରିଲିଜ୍ ଇଭେଣ୍ଟ, 'ବୁଜି' ମିଷ୍ଟ୍ରିର ଖୁଲାସା କଲେ ନିର୍ମାତା - Kakli 2898Ad

author img

By ETV Bharat Odisha Team

Published : May 23, 2024, 11:08 AM IST

Kakli 2898Ad Introducing Bujj-Bhairava: ପ୍ରଭାସ, ଦୀପିକା ପାଦୁକୋନ୍, ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ଅଭିନୀତ 'କଲ୍କି 2898 AD' ଆଉ ମାତ୍ର କିଛି ଦିନ ବାକି ଅଛି । ଏହାରି ମଧ୍ୟରେ ନିର୍ମାତା ଫିଲ୍ମରୁ ପ୍ରଭାସଙ୍କ ଲୁକ ଏବଂ ଆଉ ଏକ ନୂଆ ଚରିତ୍ର ଉପରୁ ପରଦା ହଟାଇଛନ୍ତି । ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଆୟୋଜିତ ମେଗା ପ୍ରି-ରିଲିଜ୍ ଇଭେଣ୍ଟରେ ନିର୍ମାତା ଏହାର ଖୁଲାସା କରିଛନ୍ତି । ତେବେ ତାହା କ'ଣ? ଜାଣନ୍ତୁ...

ରାମୋଜୀ ଫିଲ୍ମ ସିଟିରେ 'କଲ୍କି 2898 AD' ପ୍ରି-ରିଲିଜ୍ ଇଭେଣ୍ଟ, 'ବୁଜି' ମିଷ୍ଟ୍ରିର ଖୁଲାସା କଲେ ନିର୍ମାତା
ରାମୋଜୀ ଫିଲ୍ମ ସିଟିରେ 'କଲ୍କି 2898 AD' ପ୍ରି-ରିଲିଜ୍ ଇଭେଣ୍ଟ, 'ବୁଜି' ମିଷ୍ଟ୍ରିର ଖୁଲାସା କଲେ ନିର୍ମାତା (Prabhas,Instagram)

ହାଇଦ୍ରାବାଦ: ବର୍ତ୍ତମାନ ଚର୍ଚ୍ଚାରେ ରହିଛି ସାଉଥ ସୁପରଷ୍ଟାରଙ୍କ ଫିଲ୍ମ 'କଲ୍କି 2898AD' । ଏହି ଫିଲ୍ମରେ ଘୋଷଣା ହେବା ଠାରୁ ଫ୍ୟାନ୍ସ ଏହାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଫିଲ୍ମଟି ଆସନ୍ତା ମାସରେ ରିଲିଜ ହେବାକୁ ଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମରୁ ପ୍ରଭାସଙ୍କ ଏବଂ ଆଉ ଏକ ନୂଆ ଚରିତ୍ର 'ବୁଜି'ର ଖୁଲାସା କରିଛନ୍ତି । ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିରେ ଆୟୋଜିତ 'କଲ୍କି 2898 AD' ର ପ୍ରି-ରିଲିଜ ଇଭେଣ୍ଟରେ ନିର୍ମାତା ଏହା ଉପରୁ ପରଦା ଉଠାଇଛନ୍ତି । 'ବୁଜି' ଏକ ରୋବର୍ଟ ଗାଡ଼ି ହୋଇଥିବା ବେଳେ ଏହାର ଡ୍ରାଇଭର ହେଉଛନ୍ତି କଲ୍କିର 'ଭୈରବ' ପ୍ରଭାସ ଅଟନ୍ତି ।

'ବୁଜି' ସହ 'ଭୈରବ'ଙ୍କ ଗ୍ରାଣ୍ଡ ଏଣ୍ଟ୍ରି

ରୋବଟ୍ ବୁଜି ଭୈରବଙ୍କ ଆରୋହୀ ଅଟେ । ଯାହାର ଭଏସ୍ ଦେଇଛନ୍ତି ସାଉଥ ଅଭିନେତ୍ରୀ କୀର୍ତ୍ତି ସୁରେଶ । ଏହି ଚଳଚ୍ଚିତ୍ରରେ ସେ ଏକ ବିଶେଷ ଭୂମିକା ଗ୍ରହଣ କରୁଛନ୍ତି । ରାମୋଜୀ ଫିଲ୍ମ ସିଟିରେ ଆୟୋଜିତ ଇଭେଣ୍ଟରେ ପ୍ରଭାସ ଭୈରବ ଲୁକରେ ବୁଜି ସହ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ । ଯାହାକୁ ଦେଖି ଫ୍ୟାନ୍ସ ଫିଦା ହୋଇଥିଲେ । ଏଥିସହ ଏଠାରେ ନିର୍ମାତାମାନେ ପ୍ରାୟ ୧ ମିନିଟର ଲମ୍ବା ଟିଜର ମଧ୍ୟ ପ୍ରକାଶ କରିଛନ୍ତି ଯେଉଁଥିରେ ସେମାନେ ଭୈରବଙ୍କ ବୁଜିର ଝଲକ ଦେଖାଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ବୁଜି ତିଆରି କରିବାକୁ ୪ ବର୍ଷ ସମୟ ଲାଗିଲା

ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ କହିଥିଲେ ଯେ ବୁଜି ତିଆରି କରିବାକୁ ତାଙ୍କୁ ୪ ବର୍ଷ ସମୟ ଲାଗିଛି । ସେ ଏଥିପାଇଁ ଆନନ୍ଦ ମହିନ୍ଦ୍ରା ଏବଂ କାର ତିଆରି କରିବାରେ ସାହାଯ୍ୟ କରିଥିବା ସମଗ୍ର ଟିମକୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମରେ ପ୍ରଭାସ ନାଗ ଅଶ୍ୱିନଙ୍କୁ ଫିଲ୍ମ ନିର୍ମାଣ କରିଥିବାରୁ ଏବଂ ଦର୍ଶକ ତାଙ୍କୁ ବର୍ଷ ବର୍ଷ ଧରି ଭଲପାଇବା ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ, କମଲ ହାସନ ଏବଂ ଦିଶା ପାଟାନୀଙ୍କ ଭଳି ତାରକାଙ୍କ ସହ କାମ କରିବାର ସୁଯୋଗ ପାଇ ମୁଁ ବହୁତ ଖୁସି ।

'କଲ୍କି 2898AD' କେବେ ହେବ ରିଲିଜ?

ଏହି ଫିଲ୍ମ ୨୭ ଜୁନରେ ମୁକ୍ତିଲାଭ କରିବାକୁ ଯାଉଛି । କଲ୍କି 2898ADର ନିର୍ଦ୍ଦେଶନା ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ଯେଉଁଥିରେ ଅନେକ ବଡ ବଡ ଷ୍ଟାର ନଜର ଆସିବେ। ଯେଉଁଥିରେ ପ୍ରଭାସଙ୍କ ବ୍ୟତୀତ ସାଉଥ ଅଭିନେତା କମଲ ହାସନ, ଅମିତାଭ ବଚ୍ଚନ, ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀ ଏବଂ ପଶୁପତିଙ୍କୁ ମୁଖ୍ୟ ଭୂମିକାରେ ନଜର ଆସିବେ । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ 500 କୋଟିରୁ ଅଧିକ ବୋଲି କୁହାଯାଉଛି । ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ରିଲିଜ କରାଯିବ ।

ଏହା ମଧ୍ୟ ପଢନ୍ତୁ: 'କଲ୍କି 2898AD'ରୁ ବିଗ ବିଙ୍କ ନୂଆ ପୋଷ୍ଟର ରିଲିଜ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.