ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ଗୁରୁତର, ପ୍ରତିବାଦରେ ରାସ୍ତାରୋକ - People Protest in Nuapada

author img

By ETV Bharat Odisha Team

Published : May 23, 2024, 3:47 PM IST

Electrocution Injury of a Minor: ନୂଆପଡ଼ାରେ 33 kv ଭୋଲ୍ଟ ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି 16 ବର୍ଷୀୟ ନାବାଳକ ଗୁରୁତର । ରାସ୍ତାରୋକ କଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ,

Electrocution Injury of a Minor
Electrocution Injury of a Minor (ETV Bharat Odisha)

ନୂଆପଡ଼ା: ରାସ୍ତା ଅବରୋଧ କଲେ ଡୁଆଝର ଗ୍ରାମବାସୀ। ସୂଚନା ମୁତାବକ ଗତ 13 ତାରିଖ ଦିନ ନୂଆପଡ଼ା ଜିଲ୍ଲା ଡୁଆଝର ଗ୍ରାମରେ ଘଟିଥିଲା ଅଘଟଣ। ଘର ଛାତ ଉପରେ ଲମ୍ବି ଯାଇଥିବା 33 kv ଇଲେକ୍ଟ୍ରି ତାର ଲାଗି 16 ବର୍ଷ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ସେ ଏବେ ଚିକିତ୍ସିତ ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ବେ ସେହି ତାରକୁ ସେଠାରୁ ଘୁଞ୍ଚାଯାଇ ନାହିଁ। ଅନ୍ୟପଟେ ଇଲେକ୍ଟ୍ରି ବିଭାଗର ଅବହେଳା କାରଣରୁ ଏହିଭଳି ଘଟଣା ଘଟିଥିବା ନେଇ SDOଙ୍କ ବିରୁଦ୍ଧରେ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାହା ଏପର୍ଯ୍ୟନ୍ତ ପୂରଣ ହୋଇ ନଥିବାରୁ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ତେବେ ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Electrocution Injury of a Minor (ETV Bharat Odisha)

ନୂଆପଡ଼ା ଜିଲ୍ଲା ଡୁଆଝର ଗାଁର ଜକ୍ତା ମେହେର ଏବଂ ଧର୍ମପତ୍ନୀ କୁନି ମେହେରଙ୍କ ଘରକୁ ମାଡିବସିଥିଲା ବିପଦ । ଜକ୍ତା ମେହେରଙ୍କ 16 ବର୍ଷୀୟ ପୁଅ କୁନାଲ ମେହେର ଖାଇପିଇ ନିଜ ଘର ଛାତ ଉପରକୁ କୌଣସି କାମ ପାଇଁ ଯାଇଥିଲା । ଘର ଉପରେ ଲମ୍ବି ଯାଇଥିବା 33 kv ଭୋଲ୍ଟ ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି 16 ବର୍ଷୀୟ ନାବାଳକ ପୁଅ ଗୁରୁତର ହୋଇପଡିଥିଲା । ମୁର୍ମୃଷ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଖଡ଼ିଆଳ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ। ସେଠାରେ କୁନାଲଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାୟପୁର ନେଇ ଏକ ଘରୋଇ ହସ୍ପପିଟାଲକୁ ନେଇଥିଲେ। ତେବେ ସେଠାରେ ଏବେ କୁନାଲ ଜୀବନ ମରଣ ସହିତ ସଂଗ୍ରାମ କରୁଥିବା ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି। ତେବେ ସେହି ଦୁର୍ଘଟଣା କାରଣରୁ ତାଙ୍କ ଶରୀରର 80 ପ୍ରତିଶତ ନଷ୍ଟ ହୋଇ ଯାଇଥିବା ବେଳେ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ.. ବିଦ୍ୟାଳୟ ନାହିଁ ତ ଭୋଟ ନାହିଁ, ନାରା ଦେଇ ଭୋଟ ବର୍ଜନ କରିଲେ ଗ୍ରାମବାସୀ - Villagers Boycott Election

ତେବେ ଘର ଛାତ ଉପରେ ଲମ୍ବି ଯାଇଥିବା 33 kv ଇଲେକ୍ଟ୍ରି ତାରକୁ ଘୁଞ୍ଚାଇବା ପାଇଁ ଖଡ଼ିଆଳ ଇଲେକ୍ଟ୍ରି SDOଙ୍କୁ ବାରମ୍ବାର ଜଣାଇ ଆସୁଥିଲେ । ହେଲେ ବିଭାଗ ଗୁରୁତର ନଦେବା କାରଣରୁ ଆଜି ଏତେ ବଡ଼ ଅଘଟଣ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗୁରୁତର ନାବାଳକ ପୁଅର ବାପା ମାଆ SDOଙ୍କ ବିରୁଦ୍ଧରେ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବିଭାଗୀୟ SDOଙ୍କ ଖାମଖିଆଳି କାମ ଯୋଗୁଁ ଏତେବଡ଼ ଅଘଟଣ ଘଟିଯାଇଛି ଯାହା ପାଇଁ SDOଙ୍କୁ ଦୋଷ ଦେଇଛନ୍ତି ପରିବାର। ପରିବାର ଗରୀବ ହୋଇଥିବା କାରଣରୁ ପୁଅର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ସେପଟେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଆଜି ଖଡ଼ିଆଳ ସିନାପାଲି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ଲୋକେ । ତେବେ ଉକ୍ତ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ସହିତ ଗୁରୁତର ପୁଅର ଚିକିତ୍ସା ଖର୍ଚ୍ଚ ଖଡ଼ିଆଳ ଇଲେକ୍ଟ୍ରି ବିଭାଗ ବହନ କରନ୍ତୁ ଏବଂ ଘର ଛାତ ଉପରେ ଲମ୍ବି ଯାଇଥିବା ଇଲେକ୍ଟ୍ରି ତାରକୁ ଅନ୍ୟତ୍ର ଘୁଞ୍ଚା ଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.