ETV Bharat / state

ନୂତନ ବନୀକରଣ ପାଇଁ ବ୍ୟାପକ ଗଛକଟା, ଅଞ୍ଚଳରେ ତୀବ୍ର ଅସନ୍ତୋଷ - Large Trees Cutting In Boudh

Large Trees Cutting For New Afforestation: ବୌଦ୍ଧରେ ବନୀକରଣ ନାଁରେ ବ୍ୟାପକ ଗଛକଟା । ବନ ବିଭାଗର ଦାୟିତ୍ଵ ହୀନତା ଯୋଗୁଁ ଜିଲ୍ଲାର ଜଙ୍ଗଲ ସମ୍ପଦ ହ୍ରାସ ପାଇଥିବା ବେଳେ ଏବେ ବନୀକରଣ ନାଁରେ ଗଛକଟା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ,

ନୂତନ ବନୀକରଣ ପାଇଁ ବ୍ୟାପକ ଗଛକଟା, ଅଞ୍ଚଳରେ ତୀବ୍ର ଅସନ୍ତୋଷ
ନୂତନ ବନୀକରଣ ପାଇଁ ବ୍ୟାପକ ଗଛକଟା, ଅଞ୍ଚଳରେ ତୀବ୍ର ଅସନ୍ତୋଷ (ETV Bharat Odisha)
author img

By ETV Bharat Odisha Team

Published : Jun 16, 2024, 12:59 PM IST

ବୌଦ୍ଧ: ଜଙ୍ଗଲ ସମ୍ପଦରେ ଭରପୁର ଜିଲ୍ଲାରେ ବ୍ୟାପକ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି । ବିଭାଗର ଦାୟିତ୍ଵ ହୀନତା ଯୋଗୁଁ ଜିଲ୍ଲାର ବିଭିନ୍ନ ଜଙ୍ଗଲ କାଠ ମାଫିଆମାନଙ୍କ କବଜାରେ ରହିଛି । ଏଥିସହ ବେଆଇନ ଗଞ୍ଜେଇ ଚାଷ କରି ମାଫିଆମାନେ ଚାଲାଣ କରୁଥିବା ବେଳେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଉଜୁଡିଯାଉଛି । ଗୋଟିଏ ପଟେ ବନ ବିଭାଗର ଦାୟିତ୍ଵ ହୀନତା ଯୋଗୁଁ ଜିଲ୍ଲାର ଜଙ୍ଗଲ ସମ୍ପଦ ହ୍ରାସ ପାଇଥିବା ବେଳେ ଏବେ ବନୀକରଣ ନାଁରେ ନୂତନ ବନୀକରଣ ନାଁରେ ବ୍ୟାପକ ଗଛକାଟି ଦେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଯାଇଛି ।

ନୂତନ ବନୀକରଣ ପାଇଁ ବ୍ୟାପକ ଗଛକଟା, ଅଞ୍ଚଳରେ ତୀବ୍ର ଅସନ୍ତୋଷ (ETV Bharat Odisha)

ବନ ବିଭାଗର ଦାୟିତ୍ଵ ହୀନତା ଯୋଗୁଁ ଜିଲ୍ଲାର ବିଭିନ୍ନ ଜଙ୍ଗଲ ସମ୍ପଦ ବର୍ତ୍ତମାନ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏକଦା ଜଙ୍ଗଲ ସମ୍ପଦରେ ଭରପୁର ଥିବା ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲାର ପାଞ୍ଚଟି ବନାଞ୍ଚଳର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ହେବାରେ ଲାଗିଛି । ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ବ୍ୟାପକ ଜଙ୍ଗଲ ନଷ୍ଟ ହେବା ସହିତ ବନ୍ୟପ୍ରାଣୀମାନେ ମଧ୍ୟ ଗଭୀର ପ୍ରଭାବିତ ହେଉଛନ୍ତି ।

ସେହିପରି ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରୁ ପ୍ରତ୍ୟେକ ଦିନ ବ୍ୟାପକ ମାତ୍ରାରେ ଗଛକାଟି ନିଆଯାଉ ଥିଲେ ମଧ୍ୟ ବନ ବିଭାଗର କର୍ମଚାରୀମାନେ ଏହାକୁ ପ୍ରତିହତ କରିବାରେ ବିଫଳ ହେଉଛନ୍ତି । ଅଧିକାଂଶ ଜଙ୍ଗଲ ବର୍ତ୍ତମାନ କାଠ ମାଫିଆମାନଙ୍କ କବ୍ଜାରେ ରହିଲା ଭଳି ମନେ ହେଉଛି । ଉପଯୁକ୍ତ କାର୍ଯ୍ୟ ଶୈଳୀର ଅଭାବରୁ ଜିଲ୍ଲାର ଅନ୍ୟତମ ସବୁଜିମାରେ ଭରପୂର ଅଞ୍ଚଳକୁ ନନ୍ଦନବନ ପ୍ରକଳ୍ପ ପାଇଁ ବ୍ୟାପକ ଗଛକାଟି ଦିଆଗଲା ।

ଏହା ମଧ୍ୟ ପଢନ୍ତୁ: ବିକାଶ ନାଁରେ କଂକ୍ରିଟ ଜଙ୍ଗଲ, ସ୍ମାର୍ଟସିଟିରୁ ଛାଇ ଉଭାନ !

ଜିଲ୍ଲାର ପଦ୍ମନପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ହାଟପଦା ଠାରେ ନୂତନ ବନୀକରଣ ପାଇଁ ସେଠାରେ ପୂର୍ବରୁ ଥିବା ବଡ଼ ବଡ଼ ଗଛ ସବୁ ବନ ବିଭାଗ ଠିକାଦାରଙ୍କ ଦ୍ବାରା କାଟି ଦେବାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ବନ ବିଭାଗର ବଡ଼ ବାବୁମାନେ ସବୁକିଛି ଜାଣି ମଧ୍ୟ ଆଖି ବୁଜି ଦେଇ ସବୁକିଛି ନିୟମ ପ୍ରକାରେ ଚାଲିଛି ବୋଲି ସୂଚନା ଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଧିବାସୀ ଏବଂ ପରିବେଶବିତ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.