ପ୍ରଚାର ମୈଦାନରେ ନଳିନୀ ପ୍ରଧାନ, ଜଙ୍ଗଲ ଅଧ୍ୟୁଷିତ ପଞ୍ଚାୟତରେ କଲେ ଭୋଟ ଭିକ୍ଷା - Odisha Assembly Election 2024

By ETV Bharat Odisha Team

Published : May 16, 2024, 5:06 PM IST

thumbnail
BJD Campaigning in Athamallik (ETV Bharat Odisha)

BJD Campaigning in Athamallik: ଅନୁଗୋଳ: ନିର୍ବାଚନକୁ ନେଇ ସରଗରମ ରାଜନୀତି । ସଭା, ସମିତି ପ୍ରଚାରରେ ଦୁଲୁକୁଛି ସହର ବଜାର  । ପ୍ରାର୍ଥୀ ଲାଗିପଡ଼ିଛନ୍ତି ପ୍ରଚାରରେ । ସେପଟେ ଆଜି ଅନୁଗୋଳରେ ପଞ୍ଚାୟତରୁ ପଞ୍ଚାୟତ ବୁଲି ଭୋଟ ଭିକ୍ଷା କରିଛନ୍ତି ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ନଳିନୀ ପ୍ରଧାନ। ନଳିନୀ ଆଜି ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଜଙ୍ଗଲ ଅଧ୍ୟୁଷିତ ଗାଁ ଗୁଡିକୁ ଯାଇ ପ୍ରଚାର କରିଥିବା ଦଖିବାକୁ ମିଳିଥିଲା।  

ଏହା ମଧ୍ୟ ପଢ଼ନ୍ତୁ.. ପ୍ରଚାରରେ କମ୍ପୁଛି ପିପିଲି-ସତ୍ୟବାଦୀ, ମୈଦାନରେ ହେଭିୱେଟ ଲଢେଇ ଦେଖିବେ ଜନତା - Odisha Assembly Election 2024

ଆଜି ସକାଳୁ ନଳିନୀ ତାଙ୍କ କର୍ମୀ ମାନଙ୍କ ସହ ପଞ୍ଚାୟତ ପଞ୍ଚାୟତ ଯାଇ ନିଜ ସପକ୍ଷରେ ଭୋଟ ଦେବାକୁ ଜନତାଙ୍କୁ ନିନେଦନ କରିଥିଲେ। ବିଶେଷ କରି ଅନୁଗୋଳ ବ୍ଲକର ଜଙ୍ଗଲ ଅଧିସୁତ ପୁରୁଣାଗଡ଼, ମାଟିଆସାହି, ସରଧାପୁର, ମାନିକଯୋଡ଼ି, ଅନ୍ତୁଳିଆ ଓ ଟାଇଁସି ଆଦି ପଞ୍ଚାୟତର ଗାଁ ଗାଁକୁ ଯାଇ ପ୍ରଚାର କରିଥିଲେ ନଳିନୀ । ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ତାଙ୍କୁ ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାକୁ କହିଥିଲେ ନଳିନୀ । ହଜାର ହଜାର ସଂଖ୍ୟାରେ କର୍ମୀ ଏହି ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.