ETV Bharat / politics

ପ୍ରଚାରରେ କମ୍ପୁଛି ପିପିଲି-ସତ୍ୟବାଦୀ, ମୈଦାନରେ ହେଭିୱେଟ ଲଢେଇ ଦେଖିବେ ଜନତା - Odisha Assembly Election 2024

author img

By ETV Bharat Odisha Team

Published : May 16, 2024, 4:24 PM IST

Odisha Assembly Election 2024: ଆସନ୍ତା 25 ତାରିଖରେ ପୁରୀ ଜିଲ୍ଲାରେ ହେବାକୁ ଯାଉଛି ମତଦାନ। ଯାହା ପାଇଁ କମ୍ପୁଛି ପ୍ରଚାର ମୈଦାନ। ଅଧିକ ପଢ଼ନ୍ତୁ,

Odisha Assembly Election 2024
Odisha Assembly Election 2024 (ETV Bharat Odisha)

Odisha Assembly Election 2024 (ETV Bharat Odisha)

ନିମାପଡ଼ା: ରାଜ୍ୟରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ଅନ୍ୟପଟେ ଆସନ୍ତା 25 ତାରିଖରେ ପୁରୀରେ ହେବାକୁ ଯାଉଛି ନିର୍ବାଚନ। ଯାହା ପାଇଁ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି। ସେପଟେ ନିର୍ବାଚନ ପାଖେଇ ଆସିବା ସାଙ୍ଗକୁ ପିପିଲିରେ ଜୋର ଧରିଛି ପ୍ରଚାର । ପ୍ରାର୍ଥୀ ମାନେ ନିଜ ନିଜ ସପକ୍ଷରେ ଭୋଟରଙ୍କୁ ଭେଟି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ପିପିଲିରେ ବିଧାନସଭା ଆସନରେ ସମସ୍ତ ବିଧାୟକ ପ୍ରାର୍ଥୀ ମାନେ ସେମାନଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ତ୍ରିମୁଖି ଲଢେଇ ଦେଖିବ ପିପିଲି ନିର୍ବାଚନ ମଣ୍ଡଳୀ।

ଆଜି ପିପିଲିର ବିଜେଡ଼ି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଡେଲାଙ୍ଗ, ହରିରାଜପୁର ପଞ୍ଚାୟତରେ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ତେବେ ନବୀନ ପଟ୍ଟନାୟକଙ୍କ ଜନ ହିତକାରୀ ଯୋଜନା ଘରେ ଘରେ ପହଞ୍ଚାଇ ଭୋଟ ଭିକ୍ଷା କରୁଛନ୍ତି ରୁଦ୍ର । ଡେଲାଙ୍ଗ, ଅରିଶଲ ଓ ରେଞ୍ଚ ପଞ୍ଚାୟତରେ ବାଇକ ଶୋଭାଯାତ୍ରା ଓ ଘର ଘର ବୁଲି ପୁରୀ ସଂସଦୀୟ କ୍ଷେତ୍ର ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ନିଜ ସପକ୍ଷରେ ଭୋଟ ମାଗିଛନ୍ତି । ବାଇକ ଶୋଭାଯାତ୍ରାରେ ଶତାଧିକ ସଂଖ୍ୟାର ସମର୍ଥକଙ୍କୁ ନେଇ ଅଞ୍ଚଳର ସମସ୍ତ ଗ୍ରାମ ପରିକ୍ରମା କରି ନିଜ ସପକ୍ଷରେ ଜନମତ ଲୋଡ଼ିଥିଲେ ପ୍ରାର୍ଥୀ ।

ଏହା ମଧ୍ୟ ପଢ଼ନ୍ତୁ.. ବାଘମାରିରେ ବିଜେପିର ମିଶ୍ରଣ ପର୍ବ, ବିଜେଡି ଛାଡି ବିଜେପିରେ ମିଶିଲେ ଶତାଧିକ କର୍ମୀ - Bjp Joining Program

ସେପଟେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଜି ଡେଲାଙ୍ଗ ବ୍ଲକର ଅରିଶଲ ପଞ୍ଚାୟତର ସିଙ୍ଗାରକିରି, ଜୟପୁର, ପାରାଦ୍ବୀପ, ବାରବାଟି, ବଂକିଲୋ ଆଦି ଗାଁରେ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ମୋଦି ଗ୍ୟାରେଣ୍ଟିକୁ ମୁଦ୍ଦା କରି ଲୋକ ମାନଙ୍କ ପାଖରେ ଭୋଟ ଭିକ୍ଷା କରିଛନ୍ତି ଆଶ୍ରିତ। ଅନ୍ୟପଟେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର କଣାସ ବ୍ଲକର ବିଭିନ୍ନ ପଂଚାୟତରେ ଦ୍ଵାର ଦ୍ଵାର ବୁଲି ଭୋଟରଙ୍କର ନିକଟତର ହେଉଛନ୍ତି । ଚଳିତ ନିର୍ବାଚନରେ ପ୍ରାର୍ଥୀଙ୍କୁ ନୁହେଁ ମୋଦିଙ୍କୁ ଭରସା କରି ଭୋଟ ଦେଇ ବିଜେପିଙ୍କୁ ନିର୍ବାଚନ ବୈତରଣୀ ପାର କରିବେ ବୋଲି ଆଶାବାଦୀ ଅଛନ୍ତି ଓମ ପ୍ରକାଶ ।

ସେହିପରି ସତ୍ୟବାଦୀର ବିଭିନ୍ନ ପଞ୍ଚାୟତରେ କଂଗ୍ରେସ ପ୍ରାର୍ଥୀ ମନୋଜ ରଥ ଦୁର୍ନୀତି, ଭଷ୍ଟାଚାର, ଚାଷୀ ସମସ୍ୟା ଓ ଅଞ୍ଚଳର ଅନେକ ମୁଦ୍ଦାକୁ ନେଇ ଭୋଟରଙ୍କ ନିକଟତର ହୋଇ ଭୋଟ ଭିକ୍ଷା କରୁଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ଭୋଟର କଂଗ୍ରେସକୁ ଭୋଟ ଦେଇ ନିର୍ବାଚିତ କରିବେ ବୋଲି ମନୋଜ ଆଶାବାଦୀ ଅଛନ୍ତି। ତେବେ ଗତ ଉପନିର୍ବାଚନରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସର ସ୍ଥିତି ଦୁର୍ବଳ ରହିଛି। ଯାହାକୁ ନେଇ ଚଳିତ ନିର୍ବାଚନରେ ବିଜେପି ଓ ବିଜେଡ଼ି ମଧ୍ୟରେ କଡ଼ା ଟକର ହେବ ବୋଲି ସାଧାରଣରେ ଚର୍ଚ୍ଚ ହେଉଛି।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.