ETV Bharat / state

ବାଘମାରିରେ ବିଜେପିର ମିଶ୍ରଣ ପର୍ବ, ବିଜେଡି ଛାଡି ବିଜେପିରେ ମିଶିଲେ ଶତାଧିକ କର୍ମୀ - bjp joining program

author img

By ETV Bharat Odisha Team

Published : May 16, 2024, 2:58 PM IST

BJP joining program: ଖୋର୍ଦ୍ଧା ବାଘମାରିରେ ବିଜେପିର ମିଶ୍ରଣ ପର୍ବ ଆୟୋଜିତ । ବିଜେଡି ଛାଡି ବିଜେପିରେ ମିଶିଲେ ଶତାଧିକ କର୍ମୀ । ଅଧିକ ପଢନ୍ତୁ

BJP JOINING PROGRAM
BJP JOINING PROGRAM (ETV BHARAT ODISHA)

BJP JOINING PROGRAM (ETV BHARAT ODISHA)
ଖୋର୍ଦ୍ଧା: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚୱନ ପୂର୍ବରୁ ଖୋର୍ଦ୍ଧା ବିଜେଡିକୁ ଝଟକା । ବିଜେଡି ଛାଡି ବିଜେପିରେ ସାମିଲ ହେଲେ ବିଜେପିର ଶତାଧିକ କର୍ମୀ । ବାଘମାରିରେ ଆଜୋୟିତ ବିଜେପିର ମିଶ୍ରଣ ପର୍ବରେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଓ ବେଗୁନିଆ ପ୍ରାର୍ଥୀ ପ୍ରଶାନ୍ତ ରଣବିଜୁଳିଙ୍କ ଉପସ୍ଥିତିରେ ବିଜେଡିର ଶତାଧିକ ମହିଳା ଓ ପୁରୁଷ କର୍ମୀ ପଦ୍ମ କ୍ୟାମ୍ପରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଝାରସୁଗୁଡାର ବିଜେପିର ମିଶ୍ରଣ ପର୍ବ, ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ - Dharmendra targets CM Naveen

ନିର୍ବାଚନ ତାରିଖ ଯେତିକି ପାଖଉଛି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଉଭୟ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନିଜ ଦମ ଦେଖାଉଛନ୍ତି । ସମସ୍ତ ପ୍ରାର୍ଥୀ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଜୋରଦାର ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି । ସେହିଭଳି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପି ଅଧିକ ମଜଭୁତ ହେବାରେ ଲାଗିଛି । ବୁଧବାର ଅପରାହ୍ନରେ ବାଘମାରିରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ବିଜେପିରେ ମିଶିଲେ ଉମରକୋଟ ନିର୍ବାଚନ ମଣ୍ଡଳୀର ଶତାଧିକ ପୁରୁଷ ଓ ମହିଳା - Bjp Mishrana Parba In Umerkote

ମିଶ୍ରଣ ପର୍ବକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, '' ଓଡ଼ିଶାରେ ଏଥର ବିଜେପି ସରକାର କରିବାକୁ ଯାଉଛି ଏବଂ ଏହାର ଶୁଭାରମ୍ଭ ବେଗୁନିଆରୁ ହେବ । ଜଣେ ଓଡ଼ିଆ ଲୋକ ମୁଖ୍ୟମନ୍ତ୍ରୀ ହେବେ ଯିଏ ଓଡ଼ିଆରେ କହି ପାରୁଥିବେ ଓ ସୁସ୍ଥ ଥିବେ । ଏହି ମିଶ୍ରଣ ପର୍ବ ବିଜେପିକୁ ଆହୁରି ମଜଭୁତ କରିବା ସହ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପିର ବିଜୟ ହେବ । ''ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଚକ୍ରଧର ପାଇକରାୟ କହିଛନ୍ତି, ''ଗତ ପଞ୍ଚାୟତ ନିର୍ବାଚନରେ ମୁଁ ବିଜେଡିର ସରପଞ୍ଚ ପ୍ରାର୍ଥୀ ହୋଇ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲି କିନ୍ତୁ ବିଜୁ ଜନତା ଦଳର ନେତାଙ୍କ ଅତ୍ୟାଚାର ଓ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ବିଜେପିରେ ସାମିଲ ହୋଇଛି । ଗତ ସନ୍ଧ୍ୟାରେ ଅପରାଜିତା ଷଡ଼ଙ୍ଗୀ ରାଜସୁନାଖଳା ବଜାରରେ ବିରାଟ ବାଇକ ଶୋଭାଯାତ୍ରା କରି ଜନସାଧାରଣଙ୍କ ନିକଟରେ ଭୋଟ ଭିକ୍ଷା କରିବା ସହ ଆଶୀର୍ବାଦ କାମନା କରିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.