ETV Bharat / state

ହୀରାକୁଦର ଖୋଲିଲା ଆଉ ୫ଟି ଗେଟ, ୧୨ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

author img

By

Published : Aug 4, 2023, 3:47 PM IST

Updated : Aug 4, 2023, 5:12 PM IST

hirakud gates open to release flood water
ହୀରାକୁଦର ଜଳସ୍ତର ବୃଦ୍ଧି

ହୀରାକୁଦର ଜଳସ୍ତର କ୍ରମାଗତ ଭାବେ ବଢିବାରେ ଲାଗିଛି । ହୀରାକୁଦର ଜଳ ସୁ-ପରିଚାଳନା ଲାଗି ଅଧିକ ଗେଟ ଖୋଲିବାକୁ ନିଷ୍ପତ୍ତି ନେଇଛି ଜଳସମ୍ପଦ ବିଭାଗ । ପୂର୍ବରୁ ୭ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଆଉ 5ଟି ଗେଟ ଖୋଲାଯାଇଛି । ଅଧିକ ପଢ଼ନ୍ତୁ

ହୀରାକୁଦର ଜଳସ୍ତର ବୃଦ୍ଧି

ଭୁବନେଶ୍ବର/ ସମ୍ବଲପୁର: ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଛି l ଛତିଶଗଡ଼ ପଟୁ ଆସୁଛି ବନ୍ୟାପାଣି l ଫଳରେ ବୃଦ୍ଧି ପାଉଛି ହୀରାକୁଦ ଜଳସ୍ତର l ପୂର୍ବରୁ 7ଟି ଗେଟ ଖୋଲା ଥିବାବେଳେ ହୀରାକୁଦର ଜଳ ସୁ-ପରିଚାଳନା ଲାଗି ଆଉ 5ଟି ଗେଟ ଖୋଲିବାକୁ ନିଷ୍ପତ୍ତି ନେଇଛି ଜଳସମ୍ପଦ ବିଭାଗ । ବର୍ତ୍ତମାନ 12ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।

ହୀରାକୁଦର ଉପରମୁଣ୍ଡ ଛତିଶଗଡ଼ ମହାନଦୀ ଅବବାହିକରେ ଲାଗି ରହିଛି ପ୍ରବଳ ବର୍ଷା l ହୀରାକୁଦ ଉପରମୁଣ୍ଡରେ 17.92 ମିମି ଓ ତଳମୁଣ୍ଡରେ 1.39ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆଜି (ଶୁକ୍ରବାର) ମଧ୍ୟାହ୍ନ 12 ଯାଏଁ ଜଳସ୍ତର 616.37ଫୁଟ ରହିଛି । ବର୍ତ୍ତମାନ ଡ୍ୟାମକୁ ପ୍ରତି ସେକେଣ୍ଡରେ 4ଲକ୍ଷ 74ହଜାର 646 ଘନଫୁଟ ଜଳ ପ୍ରବେଶ କରୁଛି । ହୀରାକୁଦ ଡ୍ୟାମର ଜଳ ଧାରଣା କ୍ଷମତା 630ଫୁଟ ହୋଇଥିବା ବେଳେ ଜଳସ୍ତର ବୃଦ୍ଧି ପାଉଥିବାରୁ ଡ୍ୟାମର ସୁରକ୍ଷା ନେଇ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି । ହୀରାକୁଦ ଉପର ମୁଣ୍ଡ ଛତିଶଗଡ଼ର ଶିରୋଡ଼ିହିରୁ ସେକେଣ୍ଡ ପ୍ରତି 4ଲକ୍ଷ 62 ହଜାର ଘନଫୁଟ ବନ୍ୟା ଜଳ ଆସୁଛି l କେଲୋ ବ୍ୟାରେଜରୁ ସେକେଣ୍ଡ ପ୍ରତି 3ଲକ୍ଷ 70ହଜାର ଘନଫୁଟ ବନ୍ୟା ଜଳ ଆସୁଛି । ଏହା ସହ ଏଥିରେ ଦେଓଗାଁ ଠାରେ ଇବ ଓ ଭେଡେନ ନଦୀର ବନ୍ୟା ଜଳ ମିଶି ହୀରାକୁଦରେ ପଶୁଛି । ଆଜି ରାତି 12ସୁଦ୍ଧା ସେକେଣ୍ଡ ପ୍ରତି 5ଲଷ 63 ହଜାର ଘନଫୁଟ ଜଳ ହୀରାକୁଦରେ ପ୍ରବେଶ କରିବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ତିର୍ତ୍ତୋଲର ତଳିଆ ଅଞ୍ଚଳରେ ପଶିଲା ମହାନଦୀ ବନ୍ୟାଜଳ

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତିଙ୍କ ସୂଚନା ଅନୁସାରେ, "ହୀରାକୁଦର ଅଧିକ ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ପର୍ଯ୍ୟାୟ କ୍ରମେ ଏହି ହୀରାକୁଦର ଗେଟ ଖୋଲିବ । ପୂର୍ବରୁ 2ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା । ଅପରାହ୍ନ 2ଟା ବେଳେ 5ଟି ଗେଟ ଖୋଲିଥିଲା । ବର୍ତ୍ତମାନ ଆଉ 5ଟି ଗେଟ ଖୋଲାଯିବା ପରେ ୧୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । "



ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ସ୍ୱାଭାବିକ ଅଛି । ମହାନଦୀ, ବୈତରଣୀ ଓ ବ୍ରାହ୍ମଣୀ ନଦୀର ଜଳସ୍ତର କମିବାକୁ ଆରମ୍ଭ କରିଛି । ବନ୍ଧରେ କୌଣସି ବଡ଼ ଧାରଣ କ୍ଷୟକ୍ଷତି ହୋଇନାହିଁ । ୨ଟି ଘାଇ ହୋଇଥିଲା ତାହାର ମରାମତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଉପର ମୁଣ୍ଡରୁ ହୀରାକୁଦରେ ଜଳ ପ୍ରବେଶ କରିଥିବାରୁ ରୂଲ କର୍ଭ ଅନୁସାରେ ଗେଟ ଖୋଲିବା ଲାଗି ଚିନ୍ତା କରାଯାଉଛି । ଆଜି ଅପରାହ୍ନରେ ଆଉ କିଛି ଗେଟ ପର୍ଯ୍ୟାୟ କ୍ରମେ ଖୋଲାଯିବ । ଯାଜପୁର ଜିଲ୍ଲାର ରସଲପୁର ବ୍ଲକ ଓ ଜଗତସିଂହପୁର କୁଜଙ୍ଗ ବ୍ଲକରେ ଏହି ଘାଇ ହୋଇଛି । 20ରୁ 30 ଫୁଟର ଘାଇ ହୋଇଛି । ପାଣି କମିଲେ ଆଜି ସନ୍ଧ୍ୟା କିମ୍ବା କାଲି ସକାଳେ ମରାମତି କରାଯିବ

ଅନ୍ୟପଟେ ମୁଣ୍ଡୁଳିରେ ଏବେ 6 ଲକ୍ଷ 62 କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ବେଲଗାଁରେ 39 ହାଜର 400 କ୍ୟୁସେକ, ପଥରଲାରେ ପ୍ରାୟ 1 ଲକ୍ଷ 64 ହଜାର କ୍ୟୁସେକ, ଖାଇରମାଳରେ 3 ଲକ୍ଷ 10 ହଜାର କ୍ୟୁସେକ ଓ ବରମୂଳରେ 4 ଲକ୍ଷ 48 ହଜାର କ୍ୟୁସେକ ବନ୍ୟାଜଳ ଜଳ ପ୍ରବାହିତ ହେଉଛି । ହୀରାକୁଦର ଗେଟ ଖୋଲିବା ପରେ ଜଳସ୍ତର ଖାଇରମାଳରେ ପ୍ରାୟ 4 ଲକ୍ଷ କ୍ୟୁସେକ ହେବ । 5 ଗେଟ ଖୋଲିବା ପରେ ହୀରାକୁଦରୁ ନିଷ୍କାସିତ ଜଳ ଖାଇରମାଳରେ ପହଞ୍ଚିବାକୁ 12 ଘଣ୍ଟା ଲାଗିବ । ସେତେବେଳେ ସେଠାରେ ଜଳ 4 ଲକ୍ଷ କ୍ୟୁସେକ ହେବ । ସେହିପରି ହୀରାକୁଦ ଜଳ ମୁଣ୍ଡୁଳିରେ ପହଞ୍ଚିବାକୁ 36 ଘଣ୍ଟା ଲାଗିବ । ତଳମୁଣ୍ଡରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଭଦ୍ରକର ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର ଓ ଚାନ୍ଦବାଲି ବ୍ଲକରେ ସ୍କୁଲ ଛୁଟି ଘୋଷଣା ହୋଇଛି । ସେହିପରି ଜଗତସିଂହପୁର ଜିଲ୍ଲାର ରଘୁନାଥପୁର, ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର 25ଟି ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର, ସମ୍ବଲପୁର

Last Updated :Aug 4, 2023, 5:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.