ETV Bharat / state

ତିର୍ତ୍ତୋଲର ତଳିଆ ଅଞ୍ଚଳରେ ପଶିଲା ମହାନଦୀ ବନ୍ୟାଜଳ

author img

By

Published : Aug 4, 2023, 2:00 PM IST

Updated : Aug 4, 2023, 2:23 PM IST

ଜଗତସିଂହପୁରର ତିର୍ତ୍ତୋଲ ବ୍ଲକରେ ପଶିଲା ମହାନଦୀ ବନ୍ୟାଜଳ । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ତିର୍ତ୍ତୋଲର ତଳିଆ ଅଞ୍ଚଳରେ ପଶିଲା ମହାନଦୀ ବନ୍ୟାଜଳ
ତିର୍ତ୍ତୋଲର ତଳିଆ ଅଞ୍ଚଳରେ ପଶିଲା ମହାନଦୀ ବନ୍ୟାଜଳ

ତିର୍ତ୍ତୋଲର ତଳିଆ ଅଞ୍ଚଳରେ ପଶିଲା ମହାନଦୀ ବନ୍ୟାଜଳ

ଜଗତସିଂହପୁର: ରାଜ୍ୟରେ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲିଛି ମହାନଦୀ । ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ପରେ ତିର୍ତ୍ତୋଲ ବ୍ଲକର କେତେକ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ତିର୍ତ୍ତୋଲର ଚାରିତୋଳ, ହରିପୁର ଆଦି ଗାଁରେ ବନ୍ୟାପାଣି ପଶିବାରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଉଚ୍ଚ ସ୍ଥାନକୁ ଯାଇ ଆଶ୍ରୟ ନେଇଛନ୍ତି । ଗୃହପାଳିତ ପଶୁମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି କୁଜଙ୍ଗ ବ୍ଲକର ମଣିଜଙ୍ଗା, ଜିଲ୍ଲାନାସି କରମଙ୍ଗା ଆଦି ତଳିଆ ଅଞ୍ଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ଗୁରୁବାର ରାତି ୧୦ ସମୟ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୨୬ ଜଣ ବନ୍ୟା ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଆହୁରି ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଗୁରୁବାର ସନ୍ଧ୍ୟାରେ ମହାନଦୀର ମୁଣ୍ଡୁଳି ଠାରେ ପ୍ରବାହିତ ହେଉଥିବା ୯.୫ କ୍ୟୁସେକ ଜଳ ଆଜି ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହେବ । ଆଜି ଏହି ତଳିଆ ଅଞ୍ଚଳ ପାଇଁ ବିପଦ ଥିବାରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କୁଜଙ୍ଗ ବ୍ଲକ ହରିପୁର ଗ୍ରାମରେ ପାଣି ପଶିବାରୁ ଗ୍ରାମବାସୀମାନେ ନଦୀ ବନ୍ଧ ଉପରେ ଅସ୍ଥାୟୀ ଘର କରି ଧାନ ଚାଉଳ ଓ ଆସବାବପତ୍ର ନେଇ ରଖୁଥିବା ଦେଖିବାକୁ ମିଳିଛି । ବନ୍ୟା ପରିସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଜିଲ୍ଲା ପ୍ରଶାସନ ନିବେଦନ କରିଛି ।

ଏହାମଧ୍ୟ ପଢନ୍ତୁ : କୁଜଙ୍ଗରେ 40 ଫୁଟର ଘାଇ, ତଳିଆ ଅଞ୍ଚଳରେ ପଶିଲା ମହାନଦୀର ପ୍ରଥମ ବନ୍ୟାଜଳ

ଏହାରି ଭିତରେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ପଞ୍ଚାୟତ ତେରମାଣପୁର ରିଙ୍ଗବନ୍ଧରେ ୪୦ ଫୁଟ ଓସାରର ଘାଇ ସୃଷ୍ଟି ହୋଇଛି । ଯାହାଫଳରେ ବନ୍ୟାଜଳ ୱାର୍ଡ ନଂ ୨ ଓ ୩ରେ ପ୍ରବେଶ କରିଛି । ଏଠାରେ ବସବାସ କରୁଥିବା ୨୫୦ ପରିବାର ପ୍ରଭାବିତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ସହାୟତା କାର୍ଯ୍ୟ ଆରମ୍ଭ କରାଯାଇଛି । ସେହିପରି ବନ୍ୟାକୁ ଦୃଷ୍ଟିରେ ରଖି ତିର୍ତ୍ତୋଲ, କୁଜଙ୍ଗ ଓ ରଘୁନାଥପୁର ବ୍ଲକର ପ୍ରଭାବିତ ଅଞ୍ଚଳର ୪୪ଟି ସ୍କୁଲରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଇଟିଭି ଭାରତ, ଜଗତସିଂହପୁର

Last Updated :Aug 4, 2023, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.