ETV Bharat / health

ରାତିରେ ଶୋଇବା ପୂର୍ବରୁ ମୁହଁର ନିଅନ୍ତୁ ଏପରି ଯତ୍ନ, ଗ୍ଲୋ କରିବ ତ୍ୱଚା - How To Cleanse Face Every Night

author img

By ETV Bharat Odisha Team

Published : May 27, 2024, 6:34 PM IST

Best Tips for Cleanse Face: ଆଜିକାଲି ଯେକୌଣସି ବ୍ୟକ୍ତି ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ସେଥିପାଇଁ ସେମାନେ ସକାଳେ ମୁହଁ ଧୋଇବା ଆରମ୍ଭ କରନ୍ତି ଏବଂ ଅନେକ ବ୍ୟୁଟି ପ୍ରଡକ୍ଟ ମଧ୍ୟ ବ୍ୟବହାର କରନ୍ତି । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ କେବଳ ସକାଳେ ନୁହେଁ ବରଂ ରାତିରେ ମଧ୍ୟ ମୁହଁ ଧୋଇବା ଉଚିତ । ଫଳରେ ମୁହଁର ତ୍ୱଚା ନରମ ସହ ଗ୍ଲୋ କରିଥାଏ ।

ରାତିରେ ଶୋଇବା ପୂର୍ବରୁ ମୁହଁର ନିଅନ୍ତୁ ଏପରି ଯତ୍ନ, ଗ୍ଲୋ କରିବ ତ୍ୱଚା
ରାତିରେ ଶୋଇବା ପୂର୍ବରୁ ମୁହଁର ନିଅନ୍ତୁ ଏପରି ଯତ୍ନ, ଗ୍ଲୋ କରିବ ତ୍ୱଚା (Getty)

ହାଇଦ୍ରାବାଦ: ଆଜିକାଲି ସମସ୍ତେ ନିଜ ତ୍ୱଚାକୁ ଗ୍ଲୋଇଂ ରଖିବାକୁ ଚାହୁଁଛନ୍ତି । ଏଥିପାଇଁ ଲୋକେ ପ୍ରାୟତଃ ଅନେକ ବ୍ୟୁଟି ପ୍ରଡକ୍ଟ ମଧ୍ୟ ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ରାତିରେ କିଛି ସହଜ ଟିପ୍ସ ଗ୍ରହଣ କରି ଯଥା ଶୋଇବା ପୂର୍ବରୁ ଆପଣ ନିଜ ତ୍ୱଚାକୁ ଚମକାଇ ପାରିବା । ଯଦି ରାତିରେ ଆପଣ ନିଜ ତ୍ୱଚାର ଯତ୍ନ ନ ନିଅନ୍ତି, ତେବେ ଚେହେରାର ତ୍ୱଚା ଖରାପ ହୋଇପାରେ । ରାତିରେ ଶୋଇବା ପୂର୍ବରୁ ପ୍ରଥମେ ତ୍ୱଚା ସଫା କରିବା ଅତ୍ୟନ୍ତ ଜରୁରୀ । ଏହାକୁ ଚେହେରା ସଫା ବା କ୍ଲିଜିଂ କୁହାଯାଏ । ତେବେ ରାତିରେ ମୁହଁ ଧୋଇବାବେଳେ ଯଦି ଆପଣ ଏହି ଟିପ୍ସ ଗୁଡିକ ଆପଣାଇଲେ ଆପଣଙ୍କ ଚର୍ମର ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିପାରିବେ । ଆସନ୍ତୁ ଜାଣିବା ଏହି ଆର୍ଟିକିଲରେ ସେହି ଟିପ୍ସଗୁଡ଼ିକ କ’ଣ ?

ରାତିରେ ଶୋଇବା ପୂର୍ବରୁ ମୁହଁର ନିଅନ୍ତୁ ଏପରି ଯତ୍ନ, ଗ୍ଲୋ କରିବ ତ୍ୱଚା
ରାତିରେ ଶୋଇବା ପୂର୍ବରୁ ମୁହଁର ନିଅନ୍ତୁ ଏପରି ଯତ୍ନ, ଗ୍ଲୋ କରିବ ତ୍ୱଚା (Getty)
  • ହାତ ଧୋଇବା ଉଚିତ୍: ବିଶେଷଜ୍ଞମାନେ କହିଛନ୍ତି ଯେ ମୁହଁକୁ ଛୁଇଁବା ପୂର୍ବରୁ ଅର୍ଥାତ୍ ମୁହଁରେ କିଛି ଲଗାଇବା ପୂର୍ବରୁ ପ୍ରଥମେ ହାତ ଧୋଇବା ଉଚିତ । କୁହାଯାଏ ଯେ ହାତକୁ ସଫା କରିବା ଦ୍ୱାରା ହାତରେ ଥିବା ମଇଳା ଏବଂ ଜୀବାଣୁ ମୁହଁରେ ଲାଗିବ ନାହିଁ । ଏଣୁ ପ୍ରଥମେ ହାତ ଧୋଇ ମୁହଁକୁ ଛୁଇଁବା ଦରକାର ।
ରାତିରେ ଶୋଇବା ପୂର୍ବରୁ ମୁହଁର ନିଅନ୍ତୁ ଏପରି ଯତ୍ନ, ଗ୍ଲୋ କରିବ ତ୍ୱଚା
ରାତିରେ ଶୋଇବା ପୂର୍ବରୁ ମୁହଁର ନିଅନ୍ତୁ ଏପରି ଯତ୍ନ, ଗ୍ଲୋ କରିବ ତ୍ୱଚା (Getty)
  • ମେକଅପ ହଟାନ୍ତୁ: ଯେଉଁମାନେ ମେକଅପ କରିବାର ଅଭ୍ୟାସରେ ଅଛି ସେମାନେ ଶୋଇବା ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ ରୂପେ ମୁହଁରୁ ହଟାଇବା ଉଚିତ୍ । ନଚେତ୍ ଏଥିରେ ଥିବା ରାସାୟନିକ ପଦାର୍ଥ ଚେହେରାକୁ ଅଧିକ କ୍ଷତି ପହଞ୍ଚାଇବ । ଏଥିପାଇଁ ମେକଅପ୍ ରିମୁଭର୍ ବ୍ୟବହାର କରି ଏହାକୁ ଧୀରେ ଧୀରେ ହଟାଇବା ଦରକାର । ଏହା ପରେ ମୁହଁକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।
  • କ୍ଲିନଜର୍ ପ୍ରୟୋଗ କରନ୍ତୁ: ଆପଣ ଅଳ୍ପ ପରିମାଣର କ୍ଲିନଜର୍ ଆଙ୍ଗୁଳି ସାହାଯ୍ୟରେ ଆପଣଙ୍କ ମୁହଁରେ ଲଗାନ୍ତୁ । ଆଙ୍ଗୁଠିକୁ ଗୋଲାକାର ଆକାରରେ ମୁହଁରେ ମସାଜ କରନ୍ତୁ । ଯଦି ଆପଣ ଏହାକୁ କପାଳ, ନାକରେ ମୃଦୁ ମାଲିସ୍ ସହ ସଫା କରନ୍ତି, ତେବେ ମୁହଁର ମଇଳା ଏବଂ ତେଲିଆ ଅଂଶ ବାହାରିଯାଇଥାଏ ।
ରାତିରେ ଶୋଇବା ପୂର୍ବରୁ ମୁହଁର ନିଅନ୍ତୁ ଏପରି ଯତ୍ନ, ଗ୍ଲୋ କରିବ ତ୍ୱଚା
ରାତିରେ ଶୋଇବା ପୂର୍ବରୁ ମୁହଁର ନିଅନ୍ତୁ ଏପରି ଯତ୍ନ, ଗ୍ଲୋ କରିବ ତ୍ୱଚା (Getty)
  • ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ: ଚର୍ମରେ କ୍ଲିଜର୍ ବ୍ୟବହାରର ୨୦ ସେକେଣ୍ଡ ବ୍ୟବଧାନ ପରେ ଏହାକୁ ଉଷୁମ ପାଣି ମୁହଁ ଧୋଇ ଦିଅନ୍ତୁ । ତା'ପରେ ଏହାକୁ ଏକ ସଫା ନରମ ଟାୱେଲ ସହିତ ସଫା କରନ୍ତୁ । ମୁହଁକୁ ଜୋରରେ ଘଷନ୍ତୁ ନାହିଁ । ସଫା କରିବା ପରେ, କୌଣସି ଦୈନିକ ସେରମ୍, ମଶ୍ଚରାଇଜର ଲଗାନ୍ତୁ । କିନ୍ତୁ ଅନେକ ଲୋକ ମୁହଁ ଧୋଇବା ସମୟରେ ବେକକୁ ସଫା କରନ୍ତି ନାହିଁ । କିନ୍ତୁ, ମୁହଁ ସଫା କରିବାବେଳେ ବିଶେଷଜ୍ଞମାନେ କହିଛନ୍ତି ଯେ ବେକକୁ ସଫା କରାଯିବା ଆବଶ୍ୟକ । କାରଣ ସେହି ଅଞ୍ଚଳରେ ମଇଳା ଏବଂ ତେଲ ଜମା ହୋଇଯାଏ .. କୁହାଯାଏ ଯଦି ଏହାକୁ ସଫା କରାଯାଏ ତେବେ ତାହା ମଧ୍ୟ ଗ୍ଲୋ କରିଥାଏ ।

କହିରଖୁଛୁ କି, ବିଶେଷଜ୍ଞଙ୍କ ମତ ଅନୁସାରେ ରାତିରେ ଚେହେରା ସଫା କରିବା ଦ୍ୱାରା ମଇଳା, ତେଲିଆ ଏବଂ ମେକଅପ୍ ପ୍ରଦୂଷକ ଦୂର ହୋଇଥାଏ । ଏହା ବ୍ରଣକୁ ମଧ୍ୟ ରୋକିଥାଏ । ଚର୍ମ ଅଧିକ ହାଇଡ୍ରେଟ୍ ହୋଇଯାଏ । ଯାହା ଫଳରେ ସ୍କ୍ରିନ ଗ୍ଲୋ କରିବା ସହ ସୁସ୍ଥ ରହେ ।

ଏହା ମଧ୍ୟ ପଢନ୍ତୁ: ନଖକୁ ସୁନ୍ଦର ଶରୀର ପାଇଁ କ୍ଷତିକାରକ, ନେଲପଲିସ ଡାକୁଛି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା !

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.