ବୌଦ୍ଧରେ ଦୁଲୁକୁଛି ମୈଦାନ; କଂଗ୍ରେସର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର - Odisha Election 2024

By ETV Bharat Odisha Team

Published : May 16, 2024, 12:05 PM IST

thumbnail
ବୌଦ୍ଧରେ ଦୁଲୁକୁଛି ମୈଦାନ; କଂଗ୍ରେସର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର (ETV Bharat Odisha)

ବୌଦ୍ଧ: ଆସନ୍ତା ୨୦ରେ ମତଦାନ କରିବେ ବୌଦ୍ଧବାସୀ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୋଟରଙ୍କୁ ମନାଇବାକୁ ଲାଗିପଡିଛନ୍ତି ରାଜ୍ୟର ୩ ପ୍ରମୁଖ ଦଳୀୟ ପ୍ରାର୍ଥୀ । ଏହି ପରିପ୍ରେକ୍ଷୀରେ ଅଞ୍ଚଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର ଚାରି ଦିନ ବାକିଥିବା ବେଳେ କଂଗ୍ରେସ ଦଳର ଉଭୟ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଙ୍କ ଶହ ଶହ ସମର୍ଥକଙ୍କ ସହିତ ମାରାଥନ ପ୍ରଚାର ଅନୁଷ୍ଠିତ ହୋଇଛି । ଏହି ଅବସରରେ ସାଂସଦ ପ୍ରାର୍ଥୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ।


ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଚଳିତ ସାଧାରଣ ନିର୍ବାଚନରେ ତ୍ରିମୁଖି ଲଢେଇ ହେବାର ସମ୍ଭାବନା ରହିଥିବା ବେଳେ ଶାସକ ବିଜେଡ଼ି ଦଳକୁ ଚେକମେଟ ଦେବାକୁ ଉଭୟ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ସେମାନଙ୍କ ରଣନୀତି ପ୍ରସ୍ତୁତ କରିଛନ୍ତି । ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଦଳର ପାଞ୍ଚ ଥରର ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ବିଜେପି ପକ୍ଷରୁ ଯୁବ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଓ କଂଗ୍ରେସର ବରିଷ୍ଠ ନେତା ନବ କୁମାର ମିଶ୍ର କଡ୍ଡା ଟକ୍କର ଦେଉଛନ୍ତି । କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ରଙ୍କ ସଂଗଠନ ସୁଦୃଢ଼ ହେବାରେ ଲାଗିଥିବାବେଳେ କଂଗ୍ରେସ ଗ୍ୟାରେଣ୍ଟି କୁ ନେଇ ସେ ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି । 

ବୁଧବାର ଦିନ କଂଗ୍ରେସର ସାଂସଦ ପ୍ରାର୍ଥୀ ଅମୀର ଚାନ୍ଦ ନାଏକ ଓ ବିଧାୟକ ପ୍ରାର୍ଥୀ ନବ କୁମାର ମିଶ୍ର ମହାଲିକପଡା ପଞ୍ଚାୟତ ଠାରୁ ନେଇ ଜିଲ୍ଲା ସଦରମହକୁମା ପର୍ଯ୍ୟନ୍ତ ମାରାଥନ ପ୍ରଚାର କରିଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଦଳୀୟ ନେତା ଓ କର୍ମୀ ତଥା ସମର୍ଥକଙ୍କ ସହିତ ମାରାଥନ ପ୍ରଚାର କରି ଭୋଟ ଭିକ୍ଷା କରିଥିଲେ । ଏହି ଅବସରରେ ସାଂସଦ ପ୍ରାର୍ଥୀ ଅମୀର ଚାନ୍ଦ ନାଏକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ସାଧାରଣ ଜନତା ଜାଣି ସାରିଲେଣି ତେଣୁ କଂଗ୍ରେସକୁ ନିଶ୍ଚିତ ଆଶିର୍ବାଦ କରିବେ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବୌଦ୍ଧରେ ବିଜେଡିର ମାରାଥନ ପ୍ରଚାର, ଦଳରେ ସାମିଲ ହେଲେ ବୁଣାକାର ସଂଘ


ବୌଦ୍ଧ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.