ETV Bharat / politics

ବୌଦ୍ଧରେ ବିଜେଡିର ମାରାଥନ ପ୍ରଚାର, ଦଳରେ ସାମିଲ ହେଲେ ବୁଣାକାର ସଂଘ - Odisha Assembly Election 2024

author img

By ETV Bharat Odisha Team

Published : May 16, 2024, 10:42 AM IST

BJD Camping in Boudh: ସରଗରମ ହେଉଛି ବୌଦ୍ଧ ରାଜନୀତି । ଜୋରଦାର ପ୍ରଚାର ସହିତ ଲୋକଙ୍କ ନିକଟତର ହେବାକୁ ବିଜେଡ଼ିର ଚାଲିଛି ପ୍ରୟାସ । ଅଧିକ ପଢ଼ନ୍ତୁ,

BJD Camping in Boudh
BJD Camping in Boudh (ETV Bharat Odisha)

BJD Camping in Boudh (ETV Bharat Odisha)

ବୌଦ୍ଧ: ଆସନ୍ତା 20 ତାରିଖ ଦିନ ବୌଦ୍ଧରେ ହେବାକୁ ଯାଉଛି ମତଦାନ। ତେବେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଦ୍ବିତୀୟ ପର୍ଯ୍ୟୟରେ ବରଗଡ଼, ବଲାଙ୍ଗୀର, ଆସିକା, ସୁନ୍ଦରଗଡ଼ ଏବଂ କନ୍ଧମାଳରେ ମତଦାନ ହେବାକୁ ଯାଉଛି। ଯାହା ପାଇଁ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି। ତେବେ ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଘମାସାନ ହେବାରେ ଲାଗିଛି ପ୍ରଚାର ଅଭିଯାନ । ପ୍ରାର୍ଥୀ ମାନେ ନିଜ ନିଜ ସପକ୍ଷରେ ଭୋଟରଙ୍କୁ ଭେଟି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ତା ମଧ୍ୟରେ ଆଜି ଅନେକ ବୁଣାକାର ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଦଳରେ ସାମିଲ ହୋଇଥିବା ସୂଚନା ମିଳିଛି ।

ଆଜି ନାରାୟଣ ନଗର ଗ୍ରାମର ଅନେକ ଯୁବ ବୁଣାକାର ରାଜ୍ୟ ବୟନିକା ସଭାପତିଙ୍କ ନେତୃତ୍ବରେ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତଙ୍କ ଉପସ୍ଥିତିରେ ବିଜେଡି ଦଳରେ ସାମିଲ ହୋଇଥିବା ସୂଚନା ମିଳିଛି । ରାଜ୍ୟ ବୟନିକା ସଭାପତି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରତି ଆକର୍ଷିତ ହୋଇ ଅନ୍ୟ ଦଳର କର୍ମୀ ବିଜେଡି ଦଳରେ ସାମିଲ ହେଉଥିବା ସୂଚନା ଦେଇଛନ୍ତି । ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ସରଗରମ ପ୍ରଚାର ଅଭିଯାନ । ଜିଲ୍ଲାର ଦୁଇ ବିଧାନସଭା ଆସନରେ ସମସ୍ତ ବିଧାୟକ ପ୍ରାର୍ଥୀ ମାନେ ସେମାନଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଆସନ୍ତା କୋଡ଼ିଏ ତାରିଖରେ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରାର୍ଥୀ ମାନେ ନିଜ ନିଜ ସପକ୍ଷରେ ଜନମତ ସୃଷ୍ଟିରେ ଲାଗି ପଡ଼ିଛନ୍ତି। ଯାହା ପାଇଁ ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ଦୀପାଳିଙ୍କ ପାଇଁ ଭୋଟ ମାଗିଲେ ବଲିଉଡ ଷ୍ଟାର ଭାଗ୍ୟଶ୍ରୀ-ନିଲ୍‌ ନିତିନ - Bollywood Star Campaign

ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସମୁଦାୟ ଛ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ ତ୍ରୀମୁଖି ଲଢେଇ ହେବାର ସମ୍ଭାବନା ରହିଛି । ବିଜେଡି ଦଳର ହେବିଓ୍ବେଟ ନେତା ପ୍ରଦୀପ କୁମାର ଅମାତଙ୍କ ସହିତ ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଓ କଂଗ୍ରେସର ବରିଷ୍ଠ ନେତା ନବ କୁମାର ମିଶ୍ରଙ୍କ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି । ପ୍ରାର୍ଥୀଙ୍କ ସମେତ ସେମାନଙ୍କ ପରିବାର ସଦସ୍ୟ ମାନେ ମଧ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । ବୌଦ୍ଧ ନିର୍ବାଚନ ମଣ୍ଡଳୀର ପାଞ୍ଚ ଥରର ବିଧାୟକ ପ୍ରଦୀପ କୁମାର ଅମାତ ଷଷ୍ଠ ଥର ପାଇଁ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବ ମୂର୍ତ୍ତିକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି । ବୁଧବାର ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତ ହରଭଙ୍ଗା ବ୍ଲକର ପାଣିଘରା, ବୁଲୁରା, ରାଉତପଡା, ମଲ୍ଲିକ ପଡା, ହରଭଙ୍ଗା ଭଳି ଅନେକ ସ୍ଥାନରେ ପହଞ୍ଚି ମାରାଥନ ପ୍ରଚାର କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.